କଣ୍ଡୁରୀ ଚରଣ ରାଉତ
ପଥର ହୃଦୟ ପଥର ହେଲାଣି
ସ୍ଥିର ଜୀବନ ଯମୁନା ।
ମରିମରି ସାଥୀ ବଞ୍ଚିଛି ମୁଁ ଆଜି
ପାଉଁଶ ତଳର ନିଆଁ
ସପନ ପୂନେଇ ହେଲା ନାଇ ସତ
ଅଦିନେ ଅମାବାସିଆ ।
ଜୀବନ ଗୁଡିର ସୂତା ଗଲା ଛିଣ୍ଡି
ଅଦିନେ ବତାସ ହେଲା
ଆଖି ଲୁହ ମୋର ଆଖିରେ ମରିଲା
ଶ୍ରାବଣ ଅଟକି ଗଲା ।
ଏତେ ଦୁଃଖ ପରେ ତଥାପି ତୁମକୁ
ପାରୁନି ମୁଁ ଭୁଲି ସାଥୀ
କେମିତି ଭୁଲିବି ତୁମକୁ ସଜନୀ
ତୁମେ ମୋ ପ୍ରଥମ ପ୍ରୀତି ।
****
ଶିକ୍ଷକ, ସତ୍ୟବାଦୀ ହାଇସ୍କୁଲ୍
ଧଣ୍ଡାମାଳ ,ଦେଓଗାଁ , ବଲାଙ୍ଗିର
ମୋ.୯୯୩୭୯୮୨୮୪୬
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।