10/03/2019

🙎କାନ୍ଦେ କନିଆ🙎

ଜ୍ଯୋତ୍ସ୍ନା ପୃଷ୍ଟି 
କାଇଁସ ପତର ସରୁ
ବେଳ ନ ପାହୁଣୁ ବିଦା କରିଲ
ଦୁଃଖ ସୁଖ ଭାଗ୍ୟ ବେଳ ପଟରୁ
   ..ହେ ବାପା.. !!

ବୋଝ ଉତ୍ତରିଲ ଘରୁ
ନିଆଁ ପାଣି ଖେଳ କାହିଁ ଧରାଇଲ
ଖବର କେମିତି ଦେବି ହେ ଦୂରୁ
     ହେ...ବାପା... !!

ମାଟିରେ ପୋତିଲି ମୁଣ୍ଡ
କେବେ ନ ଖୋଲିବ ମୋଅରି ତୁଣ୍ଡ
ସଜାଡ଼ି ଦେଇଛ ଅନଳ କୁଣ୍ଡ
    ...ହେ ବାପା... !!

ପିଲାବେଳ ଖେଳୁ ତଡି
ସଵାରୀ ପାଲିଙ୍କି କିମ୍ପା ଚଢାଇଲ
ବନ୍ଧାଇଲ ପାଦେ ବେଡି
   ହେ...ବାପା... !!

ସଇ ସଙ୍ଗାତଙ୍କ ମେଳ
ସବୁ ସରାଗ ମୋ ନେବ ମେଲାଣି
ସରି ଯିବ ଗୋଳମାଳ
    ହେ ବାପା... !!

କାଲି ଯାହା ଥିଲା ମୋର
ଆଜଠୁ ହୋଇବ ସେ ସାତପର
ମନରୁ ପାଶୋରି ଦେଵ ଏଥର
   ...ହେ ବାପା... !!

ପାଦେ କଣ୍ଟା ଫୁଟି ଗଲେ
ତୁମ ପାଖେ ଯାଇ ଆଃ ନ ଝରିବ
ଝୁରି ହେଉଥାଏ ଭଲେ
      ହେ...ବାପା... !!

ନିରୀମାଖି ଟିଏ ବୋଲି
ଜାଣି ଶୁଣି ଭଲ ବିଚାରି ଥିବ
ଆଖି ଥାଉ ଥାଉ ଅନ୍ଧୁଣି ହେଲି
      ହେ ବାପା... !!

ଭାଇକୁ ସେନେହ ଦେଵ
ତା' ମଥାରେ ତୁମ ଆଶିଷ ଥାଉ
ମାନ ଅଭିମାନ କ୍ଷମା କରିବ
         ହେ ବାପା... !!

ଟିକି ମୋର ଅନୁରୋଧ
ମୋ କୁନି ଭଉଣୀ ତା' ପାଉ ଆଦର
ଆଉ ନ ଫେରିବ ମୋଅରି ପାଦ
       ହେ... ବାପା !!

ରୁହେ କି' ନ ରୁହେ ମୁହିଁ
ଶୁଭ ମନାସିବି ଭବ ସକଳେ
ଯାଉଛି ଏରୁଣ୍ଡି ଡେଇଁ
      ହେ...ବାପା... !!

*--------😭-------*

ସୌଭାଗ୍ୟ ନଗର-ଭୁବନେଶ୍ବର 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।