ଦିଲ୍ଲୀପ କୁମାର ନନ୍ଦୀ

ବନ୍ଧୁତ୍ୱର ସ୍ନେହ ଓ ମମତା
ଯେଉଁ ଠି ନଥାଏ ମନର କଳୁଷତା
ମମତାର ରଜ୍ଜୁରେ ବନ୍ଧନ
ଯହିଁ ନଥାଏ ସ୍ୱାର୍ଥ ଆଉ ଅହମିକା
କେବଳ ସ୍ନେହ ଆଉ ସ୍ନେହ।
ସେ ହିଁ ବନ୍ଧୁ ,
ଯିଏ ବୁଝିଥାଏ ମନ ତଳର ଆବେଗ
ଆଉ ହୃଦୟର ବ୍ୟଥା
ବନ୍ଧୁ ହିଁ ହରିଥାଏ
ମନ ତଳର ଅବସାଦ
ଜାତି ବର୍ଣ୍ଣ ଧର୍ମର ଭୁଲି ଭେଦ ଭାବ।
ସେ ହିଁ ବନ୍ଧୁ
ଉଚ୍ଚ ନୀଚର ପରିଭାଷା ଭୁଲି
ଛାତିରେ ଜାବୁଡ଼ି ଧରେ
ବାହୁରେ ଆଲିଙ୍ଗନ କରେ
ଆଖିରେ ଆଖି ମିଶାଇ
କାନ୍ଧରେ କାନ୍ଧ ମିଳାଇ
ଅନ୍ଧକାରରେ ଆଲୋକ ଦେଖାଏ।
ଭବାନିପାଟଣା -କଳାହାଣ୍ଡି
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।