ରୀତା ଅପରାଜିତା ମହାନ୍ତି
ବେଳେ ବେଳେ ମଣିଷ ଜୀବନ ଯମୁନାରେ ଉତ୍ତାଳ ତରଙ୍ଗ ଉଠେ..ତା' ଜୀବନରେ ସମୁଦ୍ର ପରି
ଜୁଆର ସହିତ ଭଟ୍ଟା ମଧ୍ୟ ଆସେ..
ଦୁଃଖ ପରେ ପରେ ସୁଖ ଆସିବା ପରି ।
କେବେ କେବେ ମଣିଷ ଜୀବନରେ ଅନେକ ଦ୍ୱନ୍ଦ ସଂଶୟ ଆସେ...
ପୁଣି କେତେବେଳେ ତାକୁ ସବୁକିଛିର ସମାଧାନର ରାସ୍ତା ମିଳିଯାଏ...
ମଣିଷ ତା' ଜୀବନରେ ଅଗଣିତ ସ୍ୱପ୍ନ ଦେଖେ
କେତେ ସ୍ୱପ୍ନ ହୁଏ..........
କେତେ ସ୍ୱପ୍ନ ଭାଙ୍ଗିଯାଏ ।
କେହି ଉତ୍ତର ପୁରୁଷ ଆସିବେ କି
ମଣିଷର ସବୁ ଦ୍ୱନ୍ଦ ସଂଶୟ ସମାପ୍ତ କରିବାକୁ ।
ତା' ଉତ୍ତର ସମୟ ହାତରେ ଅଛି
ମତେ ଯେତେବେଳେ ଘନ କୁହୁଡ଼ିର ଅନ୍ଧାର ଘେରିଯାଉଛି ;
ସେତେବେଳେ ମନ ମୋର ଖାଲି ତୁମକୁ ଖୋଜୁଛି...
ପରିସ୍ଥିତି ଓ ପରିବେଶ ସବୁବେଳେ ଅନୁକୂଳ ହୁଏନା ।
ଦିନ ପରେ ରାତି ହେବା ପରି
ମଣିଷ ଜୀବନର ଘମାଘୋଟ
ଅନ୍ଧକାର ନିଶ୍ଚିତ ସରିବ...
ଆସିବ ସୁଖମୟ ସକାଳ।
ଦୁଃଖ ଯେତେ ଗାଢ଼ ହେଲେ
ସୁଖର ଛଟା ମୋ ଜୀବନକୁ ଆସିବ
ସେ ବିଶ୍ୱାସ ମୋର ଅଛି
ହାତରେ ଚନ୍ଦନ ସୁବାସିତ ଥାଳି ନେଇ ମୁଁ ତୁମ ପ୍ରତୀକ୍ଷାରେ ।
ସେବେ ଆସିଥିଲ କୃଷ୍ଣ ରୂପରେ ;
ଏବେ କେଉଁ ରୂପରେ ଆସିବ କେଜାଣି .......???
ମୋ ପ୍ରତୀକ୍ଷାର ଦିନ କେବେ ସରିବ .....???
ପରାକ୍ରମୀ କଂସର ଭୟ ମତେ ଗ୍ରାସ କରୁଛି ।
ତୁମେ କେବେ ଆସିବ
ମୋ ପ୍ରତୀକ୍ଷା ଦିନ କେବେ ସରିବ ....???
କେବେ ସମାପ୍ତ ହେବ ମୋ ଅନ୍ୱେଷା ତାହା ତୁମେ କହି ପାରିବ....???
ତୁମେ ନିଶ୍ଚେ ଆସିବ
ମୋର ସବୁ ଦୁଃଖକୁ ଦୂର କରିଦେବ
ସେଇ ବିଶ୍ୱାସରେ କୁବୁଜା ପରି ରୂପ ନେଇ
ହାତରେ ଚନ୍ଦନ ଓ ସୁବାସିତ
ଅତର ଥାଳ ଧରି
ମୁଁ ତମ ଅପେକ୍ଷାରେ ।।
ପ୍ଲଟ୍ ନଂ-୮୩(ସି),ଭୁବନେଶ୍ବର-୨୧
ମୋ-୯୩୩୮୫୮୪୮୫୭
ଜୟ ସାହିତ୍ୟ, ଜୟ ସମାଜ

Many many thanks ଉଦୟଭାନୁ
ReplyDelete