👇👇👇👇
ଦିପ୍ତୀ ସାମଲ
👆👆👆👆
ଆହେ ଜଗନ୍ନାଥ ଘେନ ଦରଖାସ୍ତ
କରୁଅଛି ନିବେଦନ
କୃପା ଭଣ୍ଡାରରୁ କଣିକାଏ ଦେବ
ଥିବା ଯାଏ ଏ ଜୀବନ ।
ତୁମରି ପ୍ରାର୍ଥନା ତୁମରି ବନ୍ଦନା
ଜଣାନାହିଁ ମୋତେ କିଛି
ତଥାପି ପ୍ରାଣରେ ତୁମକୁ ପୁଜିବି
ଯେତେ ଭକ୍ତି ହୃଦେ ଅଛି।
ଧୂପ ଦେବିନାହିଁ ଦୀପ ଦେବିନାହିଁ
ନସଜାଡ଼ି ଭୋଗ ଥାଳି
ତଥାପି ପ୍ରାଣରେ ତୁମକୁ ପୁଜିବି
ଯିବ ଅବା କିଏ ବଳି।
ଜଳି ଜଳି ହେବି ବିଦଗ୍ଧ ସଳିତା
ତୁମରି ଦୁଆରେ ମୁହିଁ
ତୁମରି କରୁଣା ଲଭିଲେ ହେ ନାଥ
ସ୍ୱର୍ଗ ପ୍ରାପ୍ତି ଯିବି ହୋଇ ।
ମଲ୍ଲୀପୁର - ବିଞ୍ଝାରପୁର
ଯାଜପୁର ରୋଡ୍
ଜୟ ସାହିତ୍ୟ, ଜୟ ସମାଜ
ଦିପ୍ତୀ ସାମଲ
👆👆👆👆
ଆହେ ଜଗନ୍ନାଥ ଘେନ ଦରଖାସ୍ତ
କରୁଅଛି ନିବେଦନ
କୃପା ଭଣ୍ଡାରରୁ କଣିକାଏ ଦେବ
ଥିବା ଯାଏ ଏ ଜୀବନ ।
ତୁମରି ପ୍ରାର୍ଥନା ତୁମରି ବନ୍ଦନା
ଜଣାନାହିଁ ମୋତେ କିଛି
ତଥାପି ପ୍ରାଣରେ ତୁମକୁ ପୁଜିବି
ଯେତେ ଭକ୍ତି ହୃଦେ ଅଛି।
ଧୂପ ଦେବିନାହିଁ ଦୀପ ଦେବିନାହିଁ
ନସଜାଡ଼ି ଭୋଗ ଥାଳି
ତଥାପି ପ୍ରାଣରେ ତୁମକୁ ପୁଜିବି
ଯିବ ଅବା କିଏ ବଳି।
ଜଳି ଜଳି ହେବି ବିଦଗ୍ଧ ସଳିତା
ତୁମରି ଦୁଆରେ ମୁହିଁ
ତୁମରି କରୁଣା ଲଭିଲେ ହେ ନାଥ
ସ୍ୱର୍ଗ ପ୍ରାପ୍ତି ଯିବି ହୋଇ ।
ମଲ୍ଲୀପୁର - ବିଞ୍ଝାରପୁର
ଯାଜପୁର ରୋଡ୍
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।