ବାବାଜୀ ଭୋଇ

ହେ ସରକାର ! ନାହିଁ କି ୟା' ପ୍ରତିକାର,
ଜବାବ ତୁମେ ଦିଅ ।
କାହା ପୁଅ ଯେବେ ମଦ ପିଇ ପିଲା,
ଗଡାଇଛ କେବେ ଲୁହ । ।
ବିକି ଯେ ପାରିବ ଅଧିକ ମଦ,
ସେ ପାଇବ ପୁରସ୍କାର ,
ଏ କି ରାଜ ଧର୍ମ, ସୁଶାସକେ ଗଣା
କର ନୀତି ଆବିଷ୍କାର । ।
ଅଧିକ ମଦ ପିଇଲେ ସିନାଅଧିକ ହେବ ବିକିରି ।
ମଦ୍ୟପକୁ ଧରି ଦଣ୍ଡ ଜୋରିମନା,
ଆଦାୟ କର କିପରି ?
ଯେ ବିକିଲା. ସିଏ ହୁଏ ନାହିଁ ଦୋଷୀ,
ଯେ କିଣିଲା ହୁଏ ଦୋଷୀ,
ଏପରି ନିୟମ ଅଛି କେଉଁ ଠାରେ
କହିବେ ଜ୍ଞାନୀ ବିଦୁଷୀ,
ମଦ ବିକି,ପାଇ ଅଧିକ ଶୁଳ୍କ,
ଲାଭ ପକେଟେ ପୁରାଅ,
ମଦର ବନ୍ୟା ଛୁଟାଇ ଦେଶରେ
ନିରୀହ ଜନେ ମରାଅ । ।
ନବ ବିବାହିତା ହାତୁ ଚୁଡି କାଢି,
ମଥାରୁ ପୋଛି ସିନ୍ଦୂର ।
ମାଆ କୋଳୁ ଭେଣ୍ଡା ପୁଅକୁ ଛଡାଇ
ଦେଖୁଛ ଖାଲି ହୁନ୍ଦର । ।
ଝିଅ , ବୋହୁ ଦାଣ୍ଡେ ଚାଲି ନ ପାରନ୍ତି
ମଦୁଆଙ୍କ ଉତ୍ପାତରେ ।
ମାଆକୁ ସମ୍ମାନ ଯେ ଦେଇ ନ ଜାଣିଛି,
ନିର୍ବୋଧ ସେ ଜଗତରେ ।
ଯା' ହାତେ କ୍ଷମତା, ଯେ' ଗଢି ଜାଣିଛି,
ସେ କି ନ ପାରିବ ଭାଙ୍ଗି । ?
ନ ପାରିଲେ ଭାଙ୍ଗି ସେ କି ଯୋଗ୍ୟ ନେତା,
କ୍ଷମତାରେ ଗାଦି ଲାଗି ?
ପ୍ରଜା ମାରଣ ନୀତି କ'ଣ ଅଟେ,
ସୁ ଶାସନ ରାଜନୀତି
ଯେ' ପାଳଇ ସୁଖ ଶାନ୍ତିରେ ପ୍ରଜାଙ୍କୁ,
ପ୍ରକୃତରେ ନରପତି । ।
ନୋହିଲେ ନାରୀଙ୍କ ତତଲା ଲୁହରେ,
ପୋଡି ଭସ୍ମ ହୋଇଯିବ ।
ପ୍ରଜା ହିତେ ଭଲ କାମ କରିଥିଲେ,
କାଳ କାଳ ନାଆଁ ଥିବ ।
ମୁଳୁ ମାଇଲେ ଯିବ ସିନା ସରି
ମଦ ଉତ୍ପାଦନ ବନ୍ଦ ।
ହୋଇଲେ, ମରିବେ ନାହିଁ ଆଉ କେହି ?
ନ ପାଇ ଟୋପାଏ ମଦ । ।
ଶିଶୁଆ, ବାଇରୋଇ ,କଟକ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।