10/03/2019

ବାସ୍ତବ ଜୀବନ

ସଞ୍ଜୁକ୍ତା ରାଉତ (ଶିକ୍ଷୟିତ୍ରୀ)

ଜୀବନର ଚଲାପଥ ଧାରେ
ଚାଲିବାକୁ ହୁଏ ,
କେବେ କଣ୍ଟାରେ ତ
କେବେ ପୁଣି ଫୁଲରେ   ୲

କେବେ ସାଥୀ ସହ ତ
କେବେ ପୁଣି ଏକା ଏକା
ନିଜର ଏକଲାପଣକୁ ନେଇ
ନିଜର ଛାଇ ବି
ସାଥ୍ ଦିଏନି
କେବେ କେବେ   ୲

ଚାଲୁ ଚାଲୁ
କେବେ କିଛି
ମିଳିଯାଏ ତ
କେବେ ପୁଣି
ବହୁତ କିଛି
ହରାଇବାକୁ ବି ପଡ଼ିଥାଏ  ୲

ଛାତିରେ
ଛାତିଏ କୋହ
ଆଉ ଆଖିରେ
ଆଖିଏ ଲୁହକୁ
ଚାପିରଖି
ଏଠି ହସିବାକୁ ହୁଏ
ପ୍ରତି ମୁହୂର୍ତ୍ତରେ
ଜଳି ଜଳି ଆଉ ମରି ମରି   ୲

କେତେ କେତେ
ଘଟଣା ଅଘଟଣାକୁ
ସାମ୍ନା କରିବାକୁ ପଡ଼େ
ଏହି ଜୀବନର
ଅଙ୍କାବଙ୍କା ସର୍ପିଳ
ପଥ ଧାରେ  ୲

ଆମ ଚାହିଁବା ବା
ନ ଚାହିଁବାରେ
କିଛି ଫରକ୍ ପଡ଼େନି ,
ଜଣା ପଡ଼େନି
ଏହି ଚାହିଁବା ଆଉ
ପାଇବା ଭିତରେ
କେତେବେଳେ
ଗଡ଼ିଯାଏ ବୟସ ଆଉ
ସରିଯାଏ ଆୟୁଷ ,
ଆସିଯାଏ ଜୀବନର
ଅନ୍ତିମ ଡ଼ାକରା
ଯାହା ନିତ୍ୟ
ସତ୍ୟ ଚିରନ୍ତନ  ୲
🙏🙏🌹🌹🌹🙏🙏

ଜୟପୁର - କୋରାପୁଟ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।