ବିରଞ୍ଚି ନାରାୟଣ ମଲ୍ଲିକ
🌹🌹🌹🌹🌹🌹🌹
ତୁମ ପ୍ରତିଭାକୁ ସଲାମ କରୁଛି
କୋଟି କୋଟି ନମସ୍କାର
ପ୍ରତି ଭାରତୀୟ କଣ୍ଠରେ ଶୁଭୁଛି
ତେରୀ ମେରି ଗୀତସ୍ବର ।
ବଣମଲ୍ଲୀ ସମ ଫୁଟି ମହକିଲ
ହୃଦୟେ କରିଲ ଘର
ତୁମ କଣ୍ଠ ଯାଦୁ ପ୍ରଭାବିତ କଲା
ହୋଇଲ ସୁପରଷ୍ଟାର ।
ସୁରର ସୌରଭ ପାଇଲା ଆଦର
ବିମୋହିତ କଲା ପ୍ରାଣ
ସୁନାକୁ ବଣିଆ ଚିହ୍ନିଥାଏ ପରା
ଜ୍ଞାନୀ ଚିହ୍ନି ଥାଏ ଗୁଣ ।
ବିଧିର ବିଧାନ କପାଳ ଲିଖନ
କିଏ ବା କରିବ ଆନ
ପଙ୍କରୁ ପଦୁଅଁ ହୁଅଇ ଉତ୍ପନ୍ନ
ସବୁ ତ ଈଶ୍ବର ଦାନ ।
ପାଷାଣୀ ଅହଲ୍ୟା ଜୀବନ ପାଇଲା
ହୋଇଲା ସେ ସାପମୁକ୍ତ
ଭିକାରୁଣୀ ହୋଇ ଭିକ ମାଗୁଥିଲା
ଷ୍ଟେସନରେ ଗାଇ ଗୀତ ।
ଭାଗ୍ୟରେ ଘଟିଲା ପରିବର୍ତ୍ତନଟି
ରାନୁ ମଣ୍ଡଳଙ୍କ କଥା
ହିମେଶଙ୍କ ସାଥେ ରାନୁ ଗାଉଛନ୍ତି
ସାଜିଲେ ଦ୍ବିତୀୟ ଲତା ।
ହିନ୍ଦୀ ସିନେମାର ସେ ଗଡଫାଦର
ତାଙ୍କ ନାମ ସଲମନ
ପଞ୍ଚାବନଲକ୍ଷ ଘର ଉପହାର
ଦେଇଛନ୍ତି ଭାଇଜାନ ।
ଛପର ଫାଡିକି ଈଶ୍ବର ଦିଅନ୍ତି
ଯାହା ଶୁଣିଥିଲ କାନେ
ଈଶ୍ବରଙ୍କ ସତା ଅନୁଭବ କର
ଦେଖ ହେ' ଦୁଇ ନୟନେ ।
ଆତ୍ମୀୟ ସ୍ବଜନ ମିଳିଗଲେ ତାଙ୍କୁ
କରିଥିଲେ ଦିନେ ତ୍ୟାଗ
ଏଭଳି ବିରଳ ପ୍ରତିଭାଟି ତୁମେ
ନିଶ୍ଚିତ ପ୍ରଶଂସା ଯୋଗ୍ୟ ।
ପାଟେଳି-ନିଆଳି-କଟକ
ଜୟ ସାହିତ୍ୟ, ଜୟ ସମାଜ
🌹🌹🌹🌹🌹🌹🌹
ତୁମ ପ୍ରତିଭାକୁ ସଲାମ କରୁଛି
କୋଟି କୋଟି ନମସ୍କାର
ପ୍ରତି ଭାରତୀୟ କଣ୍ଠରେ ଶୁଭୁଛି
ତେରୀ ମେରି ଗୀତସ୍ବର ।
ବଣମଲ୍ଲୀ ସମ ଫୁଟି ମହକିଲ
ହୃଦୟେ କରିଲ ଘର
ତୁମ କଣ୍ଠ ଯାଦୁ ପ୍ରଭାବିତ କଲା
ହୋଇଲ ସୁପରଷ୍ଟାର ।
ସୁରର ସୌରଭ ପାଇଲା ଆଦର
ବିମୋହିତ କଲା ପ୍ରାଣ
ସୁନାକୁ ବଣିଆ ଚିହ୍ନିଥାଏ ପରା
ଜ୍ଞାନୀ ଚିହ୍ନି ଥାଏ ଗୁଣ ।
ବିଧିର ବିଧାନ କପାଳ ଲିଖନ
କିଏ ବା କରିବ ଆନ
ପଙ୍କରୁ ପଦୁଅଁ ହୁଅଇ ଉତ୍ପନ୍ନ
ସବୁ ତ ଈଶ୍ବର ଦାନ ।
ପାଷାଣୀ ଅହଲ୍ୟା ଜୀବନ ପାଇଲା
ହୋଇଲା ସେ ସାପମୁକ୍ତ
ଭିକାରୁଣୀ ହୋଇ ଭିକ ମାଗୁଥିଲା
ଷ୍ଟେସନରେ ଗାଇ ଗୀତ ।
ଭାଗ୍ୟରେ ଘଟିଲା ପରିବର୍ତ୍ତନଟି
ରାନୁ ମଣ୍ଡଳଙ୍କ କଥା
ହିମେଶଙ୍କ ସାଥେ ରାନୁ ଗାଉଛନ୍ତି
ସାଜିଲେ ଦ୍ବିତୀୟ ଲତା ।
ହିନ୍ଦୀ ସିନେମାର ସେ ଗଡଫାଦର
ତାଙ୍କ ନାମ ସଲମନ
ପଞ୍ଚାବନଲକ୍ଷ ଘର ଉପହାର
ଦେଇଛନ୍ତି ଭାଇଜାନ ।
ଛପର ଫାଡିକି ଈଶ୍ବର ଦିଅନ୍ତି
ଯାହା ଶୁଣିଥିଲ କାନେ
ଈଶ୍ବରଙ୍କ ସତା ଅନୁଭବ କର
ଦେଖ ହେ' ଦୁଇ ନୟନେ ।
ଆତ୍ମୀୟ ସ୍ବଜନ ମିଳିଗଲେ ତାଙ୍କୁ
କରିଥିଲେ ଦିନେ ତ୍ୟାଗ
ଏଭଳି ବିରଳ ପ୍ରତିଭାଟି ତୁମେ
ନିଶ୍ଚିତ ପ୍ରଶଂସା ଯୋଗ୍ୟ ।
ପାଟେଳି-ନିଆଳି-କଟକ
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।