ଇପ୍ସିତା ସାହୁ
ନିଆଁଲଗା ସମୟଟା ଵେଳେବେଳେ
ଏମିତି ଵି ଦାଉ ସାଧେ,
ବତୁରା ଲୁହର ଚାପା ଗୁଜଂରଣ
ମଣିଷକୁ ଭାରି ବାଧେ ।
ଅଜାଗା ଘା'
ନା ଦେଖି ହୁଏ ନା ଦେଖାଇ ହୁଏ,
ନା କହି ହୁଏ ନା ସହି ହୁଏ,
ମଣିଷ ନା ବଞ୍ଚିପାରେ,
ନା ମରିପାରେ,
ନା ସଜୀବ ରେ ଯାଏ,
ନା ନିର୍ଜୀବ ରେ ।
ରୁକୁଣା ରଥ ପରି
ସୁଖ ବି ଅଣଲେଉଟା ସାଜେ,
ଦୁଃଖର ମହଲରେ
ନିନ୍ଦାର ଶଙ୍ଖ ଧ୍ୱନି ବାଜେ ।
ନୀଳକଣ୍ଠ ସାଜି ସଭିଙ୍କ
ଗରଳକୁ ପିଇଯାଏ,
ଧୀରେ ଧୀରେ ପାଲଟି ଯାଏ
କେବଳ ଅଜୀବଟିଏ ।
❇ଢ଼େଙ୍କାନାଳ❇
ଜୟ ସାହିତ୍ୟ, ଜୟ ସମାଜ
ନିଆଁଲଗା ସମୟଟା ଵେଳେବେଳେ
ଏମିତି ଵି ଦାଉ ସାଧେ,
ବତୁରା ଲୁହର ଚାପା ଗୁଜଂରଣ
ମଣିଷକୁ ଭାରି ବାଧେ ।
ଅଜାଗା ଘା'
ନା ଦେଖି ହୁଏ ନା ଦେଖାଇ ହୁଏ,
ନା କହି ହୁଏ ନା ସହି ହୁଏ,
ମଣିଷ ନା ବଞ୍ଚିପାରେ,
ନା ମରିପାରେ,
ନା ସଜୀବ ରେ ଯାଏ,
ନା ନିର୍ଜୀବ ରେ ।
ରୁକୁଣା ରଥ ପରି
ସୁଖ ବି ଅଣଲେଉଟା ସାଜେ,
ଦୁଃଖର ମହଲରେ
ନିନ୍ଦାର ଶଙ୍ଖ ଧ୍ୱନି ବାଜେ ।
ନୀଳକଣ୍ଠ ସାଜି ସଭିଙ୍କ
ଗରଳକୁ ପିଇଯାଏ,
ଧୀରେ ଧୀରେ ପାଲଟି ଯାଏ
କେବଳ ଅଜୀବଟିଏ ।
❇ଢ଼େଙ୍କାନାଳ❇
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।