ସଞ୍ଜୁକ୍ତା ସାହୁ
~~~~~~~~~
କର୍ଣ୍ଣ ମଲେ ପାଆଞ୍ଚ
ଅର୍ଜୁନ ମଲେ ପାଆଞ୍ଚ
କ'ଣ ଭୂଲ୍ ଥିଲା କର୍ଣ୍ଣର
ସେ ପ୍ରଥମ ପୁତ୍ର କୁନ୍ତୀର
ସପ୍ତାଶ୍ୱରଥ ବାହାନ ପୁତ୍ର ସୂର୍ଯ୍ୟର
ଏ କି ବିଚାର ଥିଲା ମାୟାଧର
ଦାନୀକର୍ଣ୍ଣ ବୋଲି ଖ୍ୟାତ ହେଲା
ପ୍ରବଳ ଯୋଦ୍ଧାର ଥିଲା ହକ୍ଦାର୍
ଅନ୍ୟାୟ କଲ ଯଶୋଦା କୁମର
ପିତୃ ପରିଚୟ ଥିଲା ସୁତପୁତ୍ରର
ଦ୍ୱାହି ଦେଇ ଶପଥ ରଖିଲା ବନ୍ଧୁର
ଅହଙ୍କାରୀ - କପଟୀ ଦୁର୍ଯ୍ୟୋଧନର
ସେବେ ଥିଲା ମହାଭାରତ ଯୁଦ୍ଧର
ଏବେ ବି କର୍ଣ୍ଣ ସବୁ ଜନ୍ମ ନିୟନ୍ତି
ରାସ୍ତାକଡ଼ରେ-ଅଳିଆଗଦାରେ
ଫୁଟ୍ପାଥ୍ରେ ବା ରେଳଷ୍ଟେସନରେ
କେଉଁଠି ସେ ଶ୍ଵାନ,ଶୃଗାଳଙ୍କ ଆହାର
କାହିଁକି ପ୍ରଭୁ ତୁମର ଏ ଅବିଚାର
ତାକୁ ବଂଚିବାକୁ ହେବ ପୁତ୍ର କୁନ୍ତୀର
କାହିଁକି ଚିହ୍ନିତ ହେବ ପୁତ୍ର ସୂତର
ଅବାଂଛିତ ମାଆଟିଏ କେବଳ ପୁତ୍ରର
କ୍ଷଣିକ ସୁଖରେ ହୁଏ ସେ ବିଭୋର
କ'ଣ ଦୋଷ ସେ ଜାରଜ ପିଲାର
ନ ପାଇବ ପରିଚୟ ପିତୃତ୍ୱର
ଗୋଟେ ଗୋଟେ ସୁତପୁତ୍ର ଜନ୍ମନ୍ତି
ଦୁର୍ବିସହ ଭରା ଜୀବନ ଵିତାନ୍ତି
ଆଶ୍ରୟ ପାଲଟେ କାହାର ଅନାଥାଶ୍ରମ
କିବା ଜୀବନ ନିଏ ସେ କାଳ ଯମ
କୁହ ପ୍ରଭୁ କାହିଁକି ଏମିତି ଜୀବନ
ପରିଚିତ ହୁଅନ୍ତୁ ବା ସୁତପୁତ୍ରର
ଆଶ୍ରୟ ପାଇବେ କୁଟାଖିଅ ସୁଅର ।
ଉପସଭାପତି - ମାଟିଘର
ରାହାମା - ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ
~~~~~~~~~
ଅର୍ଜୁନ ମଲେ ପାଆଞ୍ଚ
କ'ଣ ଭୂଲ୍ ଥିଲା କର୍ଣ୍ଣର
ସେ ପ୍ରଥମ ପୁତ୍ର କୁନ୍ତୀର
ସପ୍ତାଶ୍ୱରଥ ବାହାନ ପୁତ୍ର ସୂର୍ଯ୍ୟର
ଏ କି ବିଚାର ଥିଲା ମାୟାଧର
ଦାନୀକର୍ଣ୍ଣ ବୋଲି ଖ୍ୟାତ ହେଲା
ପ୍ରବଳ ଯୋଦ୍ଧାର ଥିଲା ହକ୍ଦାର୍
ଅନ୍ୟାୟ କଲ ଯଶୋଦା କୁମର
ପିତୃ ପରିଚୟ ଥିଲା ସୁତପୁତ୍ରର
ଦ୍ୱାହି ଦେଇ ଶପଥ ରଖିଲା ବନ୍ଧୁର
ଅହଙ୍କାରୀ - କପଟୀ ଦୁର୍ଯ୍ୟୋଧନର
ସେବେ ଥିଲା ମହାଭାରତ ଯୁଦ୍ଧର
ଏବେ ବି କର୍ଣ୍ଣ ସବୁ ଜନ୍ମ ନିୟନ୍ତି
ରାସ୍ତାକଡ଼ରେ-ଅଳିଆଗଦାରେ
ଫୁଟ୍ପାଥ୍ରେ ବା ରେଳଷ୍ଟେସନରେ
କେଉଁଠି ସେ ଶ୍ଵାନ,ଶୃଗାଳଙ୍କ ଆହାର
କାହିଁକି ପ୍ରଭୁ ତୁମର ଏ ଅବିଚାର
ତାକୁ ବଂଚିବାକୁ ହେବ ପୁତ୍ର କୁନ୍ତୀର
କାହିଁକି ଚିହ୍ନିତ ହେବ ପୁତ୍ର ସୂତର
ଅବାଂଛିତ ମାଆଟିଏ କେବଳ ପୁତ୍ରର
କ୍ଷଣିକ ସୁଖରେ ହୁଏ ସେ ବିଭୋର
କ'ଣ ଦୋଷ ସେ ଜାରଜ ପିଲାର
ନ ପାଇବ ପରିଚୟ ପିତୃତ୍ୱର
ଗୋଟେ ଗୋଟେ ସୁତପୁତ୍ର ଜନ୍ମନ୍ତି
ଦୁର୍ବିସହ ଭରା ଜୀବନ ଵିତାନ୍ତି
ଆଶ୍ରୟ ପାଲଟେ କାହାର ଅନାଥାଶ୍ରମ
କିବା ଜୀବନ ନିଏ ସେ କାଳ ଯମ
କୁହ ପ୍ରଭୁ କାହିଁକି ଏମିତି ଜୀବନ
ପରିଚିତ ହୁଅନ୍ତୁ ବା ସୁତପୁତ୍ରର
ଆଶ୍ରୟ ପାଇବେ କୁଟାଖିଅ ସୁଅର ।
ଉପସଭାପତି - ମାଟିଘର
ରାହାମା - ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।