ମୋନାଲିସା ପ୍ରିୟଦର୍ଶିନୀ ନନ୍ଦ (ଶିକ୍ଷୟିତ୍ରୀ)
ପ୍ରଚଣ୍ତ ରୌଦ୍ର ତାପରୁ ବସୁମତୀ କ୍ରମେ ମୁକ୍ତି ହୋଇଛି |ଶ୍ରାବଣର ଧାରାରେ ଧରଣୀ ରାଣୀ ଶାନ୍ତ୍ୱନା ଅନୁଭବ କରୁଛି | ଓଦା ମାଟିର ଗନ୍ଧରେ ମନ ପୁଲକିତ ; ଆଜି ସୁଷମାର ବହୁତ ଖୁସି l କାରଣ ତା'ର ବହୁତ ଦିନର ସ୍ବପ୍ନ ଆଜି ସାକାର ହେଉଛି |ଆ. ଏ(+2) ପରେ ଘରେ ଚାହୁଁଥିଲେ ତାକୁ ଆଉ ପଢାଇବେ ନାହିଁ ଘର କାମ ଶିଖାଇଲେ ସେ ଭବିଷ୍ୟତରେ ବିବାହ କରି ସୁଗୃହିଣୀଟିଏ ହୋଇପାରିବ |ପୁଣି ଝିଅ ପିଲାଟା ସହରରେ କାହା ଭରସାରେ ପାଠ ପଢ଼ିବାକୁ ଛାଡ଼ିବେ, କୌଣସି ଅସୁବିଧା ହେଲେ ତା'ର କିଏ ସାହା ଭରସା ରହିବ ? ଏମିତି ସବୁ କାରଣ ଭାବି ତା'ର ପାଠ ପଢ଼ା ବନ୍ଦ କରାଗଲା | କିନ୍ତୁ ତାର ସହପାଠୀ ପିଙ୍କୁ ପାଇଁ ଆଜି ସେ ତାର ଅଧୁରା ସ୍ବପ୍ନ ସାକାର ହୋଇଛି |ପିଙ୍କୁ ସୁଷମାର ସବୁ କଥା ସହରରେ ବୁଝିବ ବୋଲି ସୁଷମା ବାପା ମା'ଙ୍କୁ କଥା ଦେଲା-ତୁମ ଝିଅର ସବୁ ଦାୟିତ୍ୱ ମୋ ଉପରେ ଛାଡି ଦିଅ ବୋଲି ଆଶ୍ୱାସନା ବାଣୀ ତା'ର ପିତା ଓ ମାତାଙ୍କୁ କହିଲା | ପିଙ୍କୁର ତା'ର ଗୋଟିଏ ଭଲ କଲେଜରେ ନାମ ଲେଖାଇଲେ |ପିଙ୍କୁ ଆଉ ସୁଷମା ବହୁତ ଭଲ ସାଙ୍ଗ|ଦୁଇଜଣ ହଷ୍ଟେଲରେ ରହିକି ପାଠ ପଢିଲେ|ସେ ଦୁଇଜଣଙ୍କ ଭିତରେ ବନ୍ଧୁତା ଛଡା ଆଉ କୌଣସି ସମ୍ପର୍କ ଦେଖା ଯାଉନଥିଲା|କିନ୍ତୁ ଉଭୟଙ୍କର ବାପା ମା' ଭାବି ନେଇଥିଲେ ଦୁଇଜଣଙ୍କର ବିବାହ କରିବା ପାଇଁ|ଦୁଇ ପରିବାର ସେ ଦୁଇଜଣଙ୍କ ଅଜଣାତରେ ପରସ୍ପର ସମୁଦୁଣୀ - ସମୁଦୀ ହୋଇଯାଇଥିଲେ |ପିଲାମାନଙ୍କର ପାଠ ପଢାରେ ବ୍ୟାଘାତ ହେବ ବୋଲି ଏସବୁ ବିଷୟରେ ତାଙ୍କୁ କିଛି ବି ଜଣାଇ ନଥିଲେ|
କେତେଦିନ ପରେ ସୁଷମା ଦେଖିଲା ପିଙ୍କୁ ଆଉ ତା' ସହିତ ଭଲରେ ମିଶୁନି|କଲେଜରେ ନଷ୍ଟ ଓ ନିଶାଗ୍ରସ୍ତ ପିଲା ମାନଙ୍କ ସହିତ ମିଳାମିଶା କରୁଛି |କେତେ ନଷ୍ଟ ଚରିତ୍ର ଝିଅଙ୍କ ସହ ବନ୍ଧୁତା ସ୍ଥାପନ କରିଛି |ଏସବୁ ଦେଖି ସୁଷମା ଜମାରୁ ସହି ପାରିଲା ନାହିଁ , କାରଣ ସେ ଦୁଇଜଣ ଥିଲେ ଅନ୍ତରଙ୍ଗ ବନ୍ଧୁ |ଜଣକୁ କଷ୍ଟ ହେଲେ ସାଙ୍ଗେ ସାଙ୍ଗେ ଅନ୍ୟ ଜଣକୁ କଷ୍ଟ ହୁଏ |ସୁଷମା ବହୁତ ବୁଝାଇଲା ପିଙ୍କୁକୁ ତୁ ଏମାନଙ୍କ ସହ ବନ୍ଧୁତା ସ୍ଥାପନ କରେନି ତୋର ଜୀବନର ପଥ ଵିପଥଗାମୀ ହୋଇଯିବ |ମଉସା ଓ ମାଉସୀ ତୋତେ ନେଇ କେତେ ସ୍ବପ୍ନ ଦେଖିଛନ୍ତି ପୁଅ ମୋର ଚାକିରୀ କରିବ,
ବୃଦ୍ଧା ସମୟରେ ଆମର ଆଶାବାଡି ହେବ କିନ୍ତୁ ତୁ ଆଜି ଏମିତି କାହିଁକି ହେଉଛୁ l ଏସବୁ ଶୁଣିଲା ପରେ ପିଙ୍କୁ ସୁଷମାର ସବୁ କଥାକୁ ପ୍ରତ୍ୟାଖାନ କରିଦେଇ ଚାଲିଗଲା |ସୁଷମା ଯେତେ ପଛରୁ ଡାକିଲା ସେ ଆଉ ଶୁଣିଲାନି|ଏହାପରେ ସୁଷମା ଦେଖିଲା ସେ ରାତିରେ ସବୁଦିନ ଝିଅ ମାନଙ୍କୁ ନେଇ କ୍ଳବ ଯାଉଛି,ମଦ୍ୟପାନ କରୁଛି, ଓ ଠିକ୍ରେ କଲେଜରେ କ୍ଲାସ କରୁନି |ଏସବୁ ଦେଖି ସୁଷମା ବହୁତ କାନ୍ଦିଲା ପୁଣି ତାକୁ ବୁଝାଇବାକୁ ଚେଷ୍ଟା କଲା |ଶେଷରେ ପିଙ୍କୁ ନିଶାରୂପୀ ରାକ୍ଷସର ଶିକାର ହୋଇ କ୍ଷଣକ ମଧ୍ୟରେ ସୁଷମା ଜୀବନରେ ଅଜଣା ଝଡ଼ ସୃଷ୍ଟି କରିଦେଲା |
ସେଦିନ ଶ୍ରାବଣର ଭିଜା ଭିଜା ରାତିରେ ପିଙ୍କୁ ମଦ୍ୟପାନ କରି ହଷ୍ଟେଲ ରାସ୍ତାରେ ପଡିଗଲା l ସୁଷମା ସେ ସମୟରେ ଟିଉସନ ସାରି ତା'ର ରୁମ୍କୁ ଫେରୁଥିଲା l ସେ ଏସବୁ ଦେଖି ସହିପରିଲାନି ; ସେ ତାକୁ ନିଶା ଅବସ୍ଥାରେ ତାର ରୁମ୍ରେ ଛାଡିଲା l କିନ୍ତୁ ସେଦିନ ମିତା ଜୀବନରେ ଏକ ଅଜଣା ଝଡ଼ ଆସି ତାର କୋମଳ ଜୀବନ ଆଉ ସବୁ ସ୍ବପ୍ନକୁ ଧୂଳିସାତ କରିଦେଇଥିଲା | ହଠାତ ପିଙ୍କୁ ମଦ ନିଶାରେ ମାତାଲ ହୋଇ ରାକ୍ଷସ ସାଜି ସୁଷମା ଜୀବନରେ ଅଜଣା ଝଡ଼ ସୃଷ୍ଟି କରିଦେଲା|ସେଦିନ ନିଜର ହିତାହିତ ଜ୍ଞାନ ସେ ହଜାଇ ଦେଇଥିଲା |ଶ୍ରାବଣ ଭିଜା ଅନ୍ଧକାର ରାତ୍ରିରେ ଏକାକୀନୀ ସୁଷମାର ଆର୍ତ୍ତଚିତ୍କାର ଶୁଣିବାକୁ ସେଠି କିଏ ବି ନଥିଲେ |କାହାକୁ କହିବ କାହା ବିଷୟରେ ଯାହାକୁ ବନ୍ଧୁତ୍ୱ ବନ୍ଧନରେ ବାନ୍ଧିଥିଲା ଓ ଯାହା ସହିତ ପବିତ୍ର ସମ୍ପର୍କର ପାହାଡ଼ ଗଢ଼ି ଉଠିଥିଲା| ସେ ଆଜି ସ୍ତବ୍ଧ ଅଜଣା ଶ୍ରାବଣ ଧାରା ହଠାତ ତା'ର ଜଳ ବିନ୍ଦୁକୁ ରୋକି ଦେଲା ; କାରଣ ସୁଷମା ଅଶ୍ରୁରେ ବର୍ଷାର ଧାରା ରୋକି ଗଲା|ସକାଳର ପ୍ରଥମ ସୂର୍ଯ୍ୟ କିରଣରେ ସୁଷମା ନିଜକୁ ନୂଆ କରି ଗଢିବା ପାଇଁ ସ୍ଥିର କଲା|ଅତୀତର ସବୁ ଘଟଣା ଭୁଲିଯିବା ପାଇଁ ସ୍ଥିର କଲା |ସେହିଦିନ ଠାରୁ ଆଉ ସେ ପିଙ୍କୁ କୁ ମୁହଁ ଦେଖାଇନି|ସେ ଏକ ପ୍ରାଇଭେଟ ଚାକିରୀଟିଏ କରିଛି ; ନିଜେ ସ୍ୱାବଲମ୍ବୀ ହୋଇପାରିଛି|ପିଙ୍କୁ ଦିନକୁ ଦିନ ବିଗିଡି ଯାଇଛି ଆଉ ରାଜନୀତିରେ ପାଦ ଦେଇ ନିଜକୁ ଏକ କୁଜି ନେତା ସଜାଇ ଦେଇଛି |ସର୍ବଦା ମଦପାନ କରି ଜୀବନ ବିତାଉଛି |
ପିଙ୍କୁର ମଦ୍ୟପାନ ବିଷୟରେ ଦୁଇ ପରିବାର ଜାଣି ନଥିଲେ |କାରଣ ପିଙ୍କୁ ଉପରେ ସୁନା ପୁଅ ଭଳି ଆଚରଣ ଦେଖାଇ ଥାଏ |ରାତିରେ ଲୁଚାଇ ମଦ୍ୟପାନ କରିଥାଏ | ସୁଷମା ଆଉ ପିଙ୍କୁ ପରିବାର ଚିନ୍ତା କଲେ ଆଉ ଡେରି କରିବାନି ଦୁଇଜଣ ଙ୍କର ବିବାହ କରିଦେବା |ଖାଲି ଦୁଇଜଣଙ୍କର ମତାମତ ନେଇଯିବା କଥା|ପିଙ୍କୁକୁ ବିବାହ ବିଷୟରେ ପଚାରିଲେ ତା'ର ମା'| ପିଙ୍କୁ ନିଜେ ଜାଣିଚି ସୁଷମା ପ୍ରତି ସେ କି ଅନ୍ୟାୟ କରିଛି |ସେଥିପାଇଁ ସେ ବିବାହ ପାଇଁ ରାଜି ହୋଇଗଲା |ସୁଷମା ଏହି ବିବାହ ବିଷୟରେ ଯେତେବେଳେ ଜାଣିଲା ତା'ର ମୁଣ୍ଡ ଉପରେ ଆକାଶ ଛିଡିପଡିଲା, ପାଦ ତଳୁ ମାଟି ଖସିଗଲା କାରଣ ଯିଏ ତା'ର ଜୀବନକୁ ବରବାଦ କରି ଦେଇଛି ନିଶାଗ୍ରସ୍ତ ହୋଇ ,ପୁଣି ସେ ତାର ହାତ ଧରି ଜୀବନ ସାରା ରହିବ |ଏମିତି ଅନେକ ପ୍ରଶ୍ନ ତା'ର ମାନସ ପଟରେ ଉଙ୍କି ମାରିଥିଲା | ଶେଷରେ ସେ ନିଷ୍ପତି ନେଲା ହଁ ସେ ପିଙ୍କୁକୁ ବିବାହ କରିବ|ସେ କ'ଣ ତା'ର ସ୍ନେହ ଶ୍ରଦ୍ଧା ଆଉ ସଂସ୍କାର ରୂପୀ ଅସ୍ତ୍ର ଦ୍ୱାରା ପିଙ୍କୁକୁ ବଦଳାଇ ଦେଇ ପାରିବ ନାହିଁ ! ଅନ୍ୟ ଝିଅ ମାନେ ମଦୁଆ ସ୍ୱାମୀକୁ ବିବାହ କରିବା ପାଇଁ ମନା କରି ଦିଅନ୍ତି କିନ୍ତୁ ସେ କ'ଣ ଅନ୍ୟଠୁ ଅଭିନ୍ନ ହୋଇପାରିବ ନାହିଁ ! ସମାଜରେ ରାକ୍ଷସ ରୂପୀ ନିଶାକୁ ସେ ଦୂର କରି ପାରିବ|ଏଭଳି ନିଷ୍ପତି ନେଲା ସୁଷମା l
ଦୁଇଜଣଙ୍କର ବିବାହ ଯଥା ରୀତି ଅନୁସାରେ ସମ୍ପର୍ଣ୍ଣ ହେଲା|ନବ ବଧୂ ସାଜି ସୁଷମା ପିଙ୍କୁର ଘରକୁ ଗଲା |ବିବାହ ଦିନ ରାତ୍ରିରେ ଯେତେବେଳେ ପିଙ୍କୁ ସୁଷମାକୁ ମଦ ଆଣି ଆସିବା ପାଇଁ କହିଥିଲା ସେ ତାକୁ ଦେଇ ନଥିଲା |ସବୁବେଳେ ତାକୁ ମଦ ଛାଡି ଆଉ କିଛି ମାଗିବା ପାଇଁ କହୁଥିଲା ସୁଷମା |ଏସବୁ କଥା ପିଙ୍କୁ ମାନୁ ନଥିଲା ; ବାହାରେ ସାଙ୍ଗ ସାଥିରେ ମଦ୍ୟ ପାନ କରି ଆସୁଥିଲା |
ସୁଷମାକୁ ବହୁତ ଅଶ୍ଳୀଳ ଗାଳି କରୁଥିଲା |ତଥାପି କେଭେ ଭାଙ୍ଗି ପଡ଼ି ନଥିଲା ସ୍ୱାମୀର କଟୁ ବଚନରେ |ସେ ଦୃଢ଼ ନିଷ୍ପତି ନେଇ ଥିଲା ଦିନେ ନା ଦିନେ ପିଙ୍କୁକୁ ସେ ବଦଳାଇ ଦେବ |ଥରେ ପିଙ୍କୁ ବାଇକିରେ ମଦ୍ୟପାନ କରି ଆସୁଥିଲା | ନିଶାରେ କୌଣସି ଗାଡ଼ିରେ ନିଜ ବାଇକିକୁ ପିଟି ଦେଲା ଫଳରେ ତା'ର ଦୁର୍ଘଟଣା ହୋଇଗଲା , ସେ ନିଜର ଚକ୍ଷୁ ଦୁଇଟି ହରାଇ ଦେଲା |ସୁଷମା ତା'ର ବହୁତ ସେବା କଲା ଶେଷରେ ଜଣେ ବଦାନ୍ୟ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ଚକ୍ଷୁ ଦୁଇଟି ପିଙ୍କୁକୁ ପ୍ରଦାନ କଲେ | ପିଙ୍କୁ ପୁଣି ଥରେ ନୂଆ ଜୀବନର ସୂର୍ଯ୍ୟ କିରଣ ଦେଖି ପାରିଲା |ସୁଷମା ସବୁବେଳେ ତାକୁ ସ୍ନେହପୂର୍ଣ୍ଣ କଥାବାର୍ତ୍ତା କରୁଥିଲା|ଯେପରି ସେ ପିଙ୍କୁର ମା'ଟିଏ |ଧୀରେ ଧୀରେ ପିଙ୍କୁ ଭିତରେ କିଛି ଅଲଗା ଆଚରଣ ଦୃଶ୍ୟମାନ ହେଲା| ସେ ମଧ୍ୟ ସୁଷମାକୁ ଧୀରେ ଧୀରେ ନିଜ ସ୍ତ୍ରୀ ର ମର୍ଯ୍ୟାଦା ଦେଲା ଏବଂ ନିଜର ଭୂଲ୍କୁ ବୁଝି ପାରିଲା |ସୁଷମା ସହିତ ନିଜର ସୁଖୀ ପରିବାରରେ ବହୁତ ଆନନ୍ଦରେ ରହିଲା |ସେଇଦିନଠାରୁ କେଭେ ବି ପିଙ୍କୁ ମଦକୁ ସ୍ପର୍ଶ କରିନି |ଶୀତ ପାହାନ୍ତିର କୁହୁଡି ପରି ଅଜଣା ଝଡ଼ଟି ଦୁଇଜଣ ଙ୍କ ଜୀବନରୁ କୁଆଡେ ଉଭାଇ ଗଲା |ସୁଷମା ମଧ୍ୟ୍ୟ ସ୍ତ୍ରୀ ଲୋକ ; ଆଉ ବିଦ୍ୟାଳୟ ପିଲା ମାନଙ୍କୁ ନେଇ ଚାରିଆଡେ ନିଶା ନିବାରଣ ଜନମତ ସୃଷ୍ଟି କଲା| ସୁଷମାର ପ୍ରଚେଷ୍ଟା ଫଳରେ ମଦ ରୂପୀ ରାକ୍ଷସର ଅନ୍ତ ହୋଇ ପାରିଲା ଓ ତା'ର ଜୀବନରେ ଖୁସିର ଜୁଆର ପ୍ରଭାହିତ ହେଲା |
କିଏ କହିଲା ମଦ ଯିଏ ପିଏ ସେ ଆଉ ତା'ର କରାଳ କବଳରୁ ମୁକ୍ତି ପାଇ ନଥାଏ |ଏସବୁ ମନର ଭ୍ରାନ୍ତ ଧାରଣା ନିଜ ହୃଦୟକୁ ଜଣେ ମଣିଷ ଦୃଢ଼ କରିପାରିଲେ ସବୁ କିଛି ସମ୍ଭବ ହୋଇ ପାରିବ | ଗୋଟିଏ ନାରୀ - ପୁରୁଷ ମଦ ପିଇଲେ ସେ ନିଜକୁ ଦୁର୍ବଳ କରି ଦେଉଛି , ଶେଷରେ ଦୁଇ ଜଣଙ୍କ ଭିତରେ ବିଭିନ୍ନ କନ୍ଦଳ ସୃଷ୍ଟି ହୋଇ ଛାଡପତ୍ରର ରୂପ ନେଉଛି |କେଭେ ବିଚଳିତ ନ ହୋଇ ନିଜେ ଜଣେ ନାରୀ ନିଜକୁ ସୁଦୃଢ କରି ନିଶା ରୂପୀ ରାକ୍ଷସକୁ ନିଜର ଉପସ୍ଥିତ ବୁଦ୍ଧି ରୂପୀ ଅସ୍ତ୍ର ଦ୍ୱାରା ବଧ କରି ପାରିବ, ଅମଣିଷକୁ ମଣିଷ କରି ସମାଜରେ ତା'ର ପଶୁତ୍ବକୁ ନିପାତ କରି ଏକ ସରଳ ମଣିଷଟିଏ ସୃଷ୍ଟି କରି ପାରିବ ଏବଂ ସମାଜକୁ ଆସନ୍ନ ବିପଦରୁ ରକ୍ଷା କରିପାରିବ |
ବେଦପୁର, ବାଙ୍କୀ, କଟକ
ଜୟ ସାହିତ୍ୟ, ଜୟ ସମାଜ



Nice lekha
ReplyDelete