ଛବିରାଣୀ ପତି
ଶାସ୍ତ୍ର ମତ କଣ ,ସେ' ଜ୍ଞାନ ମୁଁ ଜାଣେନା । ହେଲେ, ଏତିକି ଜାଣେ...ମଣିଷ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କୁସଂସ୍କାର ମାନସିକତାର ଇଙ୍ଗିତରେ ବହୁତ କିଛି କରି ଚାଲିଥାଏ ,ନିଜ ଜ୍ଞାତ ବା ଅଜ୍ଞାତରେ । ଯାହାର ଇୟତା .... କଳ୍ପନାତିତ ।ବିବିଦ୍ଧତାର କଳ୍ପନା-ଜଳ୍ପନାରେ ଛନ୍ଦି ହୋଇ "ଉଡି ଯାଉଥିବା କୁଆକୁ ବି ଛୁଆଟିର ଆଖ୍ୟା ଦେବାକୁ ....ପଶ୍ଚାଦପଦ ଦେଉନା ଆମେମାନେ । ଏ'କ୍ଷେତ୍ରରେ ଖାଲି ଅଶିକ୍ଷିତ କାହିଁକି ? ...ସମାଜର ବହୁ ପ୍ରତିଷ୍ଠିତ ବୁଦ୍ଧିଜୀବୀ ମଧ୍ୟ ଓତଃପ୍ରୋତ ଭାବେ ଜଡ଼ିତ । ସେହି ବଡ଼ବଡ଼ିଆ ମାନଙ୍କ ହାତରେ ହୋଇଥାଏ...ବିରାଟ ବିରାଟ କାଣ୍ଡ-କାରନାମା । ଯାହା, ସ୍ପଷ୍ଟ ଦିବାଲୋକରେ ହାତବାକ୍ କରିଦିଏ ସମସ୍ତଙ୍କୁ ଯେପରିକି; ନାମୀ ଦାମୀ ବାବାମାନଙ୍କୁ....ଏହି ଧୋବ-ଧଉଳିଆ ବାବୁମାନେ ହିଁ ପୋଷିଥାନ୍ତି । ତାଙ୍କୁ କରନ୍ତି....ସ୍ଥାବର-ଅସ୍ଥାବର, ଅଚଳାଚଳ ସମ୍ପତ୍ତିର "ଶକୁନି" ।ସେଠି ଆଜ୍ଞା, ଏ'ମଳି ମୁଣ୍ଡିଆଙ୍କୁ ପଚାରେ କିଏ ?
ପ୍ରାଚ୍ୟ-ପାଶ୍ଚାତ୍ୟ, ଅଧୁନା... ଆଧୁନିକରୁ - ଅତ୍ୟାଧୁନିକ...!!! ଖାଲି ସମୟର ଅନ୍ତରାଳେ ଲୁଚି ରହି , ବିରାଟ ବିରାଟ ଅନ୍ଧବିଶ୍ୱାସକୁ ହାୱା ଦେଇ ଚାଲିଥା'ନ୍ତି....ଏହି ବଳଶାଳୀ ଗୋଷ୍ଠି । ଗୋଟେ ଗରିବର ଦୁଃଖରେ ଆଖି ବୁଜି ଚାଲି ଯିବେ ସତ; କିମ୍ବା ଗୋଟେ ଦୁଇଟି କଏନ ଫୋପାଡ଼ି ନିଜକୁ ବହୁତ ଦାନୀ ଦେଖେଇ ଗର୍ବ କରିବେ । ମାତ୍ର,କୁଢ଼ କୁଢ଼ ଟଙ୍କା-ସୁନା ଶ୍ରଦ୍ଧା ର ସହ ଓଜାଡ଼ି ଦେଇ ଆସନ୍ତି... ଏହି ଭଣ୍ଡ ବାବା ମାନଙ୍କ ପାଦତଳେ । ନିଜର ( ସଂକୀର୍ଣ୍ଣ ) ମନର ବିଶାଳ ହୃଦୟରୁ ଯଥାଶୀଘ୍ର ଗୋଟେ ଗୋଟେ ବଟବୃକ୍ଷ ସଦୃଶ୍ୟ ପାଲଟିଯା'ନ୍ତି....""ଦାରୁରୁ, ମହାମେରୁ""। ନିଜ ଲାଳସାର ଚରିତାର୍ଥ ଲାଗି, ରାତାରାତି...କଳ-ବଳ-କୌଶଳକୁ ପ୍ରୟୋଗ କରି.....ହେବାକୁ ଚାହାଁନ୍ତି ନେତା, ମନ୍ତ୍ରୀ,ପ୍ରତିପତି ଅବା,ପ୍ରତିଷ୍ଠିତ ଜନନାୟକ । ନିଜେ , ଦାସତ୍ବ ସ୍ୱୀକାର କରି ଶରଣ ପଶନ୍ତି...ତନ୍ତ୍ର-ମନ୍ତ୍ର ସାଧନାରେ ଶୋଷଣ କରୁଥିବା,ଭଣ୍ଡ ମାନଙ୍କର । ଆଉ,ଉଚ୍ଚ ଆସନର ପଦବାଚ୍ୟ ହୋଇ,,, ନିନା ଭୂଜବଳର ଛତ୍ରଛାୟା ତଳେ, ଘଣ୍ଟ ଘୋଡାଇ ରଖିଥା'ନ୍ତି....ସେହି କ୍ରୀତଦାସ ଭଣ୍ଡ ମାନଙ୍କୁ ।
ଏମାନେ ସମାଜର ଗୋଟେ ଗୋଟେ ବହୁମୂଲ୍ୟ ଅଙ୍ଗ ତ ହୋଇଯାଆନ୍ତି ; ମାତ୍ର ଏ କୁସଂସ୍କାର ଅନ୍ଧବିଶ୍ୱାସ ଯେ...ଜନସମାଜର କି କ୍ଷତି କରି ବସେ ସେଥିପ୍ରତି ତିଳେମାତ୍ର ନିଘା ଦିଅନ୍ତି ନାହିଁ । କର୍ଣ୍ଣପାତ କରନ୍ତିନି.... ଶୋଷିତ,ନିଷ୍ପେସିତ ସାଧାରଣ ଜନତାର"ଆକୁଳ ନିବେଦନକୁ । "ଆପେ ବଞ୍ଚିଲେ, ବାପର ନାଁ" । ସମାଜର ଭାଗ ଦୌଡ଼ରେ ସେ ପ୍ରଥମେ ପହଞ୍ଚିବା ଦରକାର , ବାସ୍ । ସେଥିପାଇଁ....ଯଦି, କାହାରି ବଳି ଦେବାକୁ ପଡେ ବି ପଛକୁ ଫେରି ଚାହାନ୍ତିନି ଥରେ ମାତ୍ର ।
ଜାତି,ଧର୍ମ,ବର୍ଣ୍ଣ ,ବୈଷମ୍ୟତା ...ସବୁକିଛି ଏହି ସଭ୍ୟ ଶିକ୍ଷିତ ସମ୍ରାନ୍ତ ବାବୁ ମାନଙ୍କର ସୃଷ୍ଟି । କାରଣ, ସେମାନେ "ସମାଜର ଦର୍ପଣ ସଦୃଶ୍ୟ ଓ ଅନୁକରଣୀୟ" । ଛୋଟ-ବଡର ଭେଦ ଭାବ ,ଏମାନଙ୍କର ଅନନ୍ୟ ଭିଆଣ ।
"ଧରାକୁ ସରା "ମନେ କରି "ସଜ ମାଛରେ ପୋକ ପକାଇବା" ଯେପରି ଏମାନଙ୍କର ଜନ୍ମ ସିଦ୍ଧ ଅଧିକାର । ଦିନକୁ ରାତି କହିଲେ....ଯେମିତି, କାହାର ଯୁ' ନାହିଁ ପ୍ରତିବାଦ କରିବାକୁ। ମଦ୍ୟପ,ଲମ୍ପଟ ହେଲେ ବି ନିର୍ମଳ ଜଳ ପରି, ପ୍ରତିପାଦିତ କରିଥା'ନ୍ତି ନିଜକୁ ।

ତେଣୁ,ଏ ଆଧିପତ୍ୟ ବିସ୍ତାରିତ ...ସଭ୍ୟ, ସମ୍ରାନ୍ତ ମାନଙ୍କୁ ଚିହ୍ନଟ କରି...ସେମାନଙ୍କ ଅସଲ ମୁଖାକୁ ଲୋକଲୋଚନକୁ ଆଣିବା ଆମର ପ୍ରଥମ କର୍ତ୍ତବ୍ୟ । "ବସୁଧୈଵ କୁଟୁମ୍ବକମ୍" ମନ୍ତ୍ରରେ ମନ୍ତ୍ରିତ ହୋଇ ଜନ ମାନସର ଉତ୍ତୋରତ୍ତର ଉନ୍ନତି କାମନା ଓ ସ୍ୱଚ୍ଛ , ସୁନ୍ଦର ସମାଜ ଗଠନରେ....ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ ରହିବା ଉଚିତ । କଳୁଷିତ କରୁଥିବା ଜନସମାଜରୁ ସାଧାରଣ ଜନତାଙ୍କର ମାନସ୍ତତ୍ଵବିତ୍ତ୍ର ଉନ୍ନତି କାମନା ପ୍ରୀତ୍ୟର୍ଥେ.....ପଦ୍ମ ପୋଖରୀରୁ ଦଳ କାଢିଲା ପରି, ଏହି ବାଦାନ୍ୟ ମାନଙ୍କୁ ସମୂଳେ ଉତ୍ପାଟନ କରିବା ଅତ୍ୟନ୍ତ ଜରୁରୀ ଏବଂ, ଏ କାମ ଆମ ସମସ୍ତଙ୍କର । ଏହା ଆମର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ।।
( ସଚେତନ ରୁହନ୍ତୁ )
"ଅନ୍ଧବିଶ୍ୱାସ ମୁକ୍ତ ଓ କୁସଂସ୍କାର ମୁକ୍ତ "ସମାଜ ଗଠନ ଓ ନବ ଯୁଗର ନିର୍ମାଣରେ ନିଜର ଭରପୁର ଯୋଗଦାନ ଅବଶ୍ୟ ଦିଅନ୍ତୁ । 🙏🙏
ମଧ୍ୟ ଶାସନ - ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ


ବହୁତ୍ ବଢିଆ ଲେଖା ଓ ଉଚ୍ଚ ଭାବ ଏଥିରେ ଦେଖିବା କୁ ମିଳୁଛି । Thanks Madam and this e Patrika.
ReplyDelete