10/03/2019

🌹ତୁମେ ହିଁ ତୁମେ🌹

                                                                                                                                  ସରିତା ସେନାପତି 
ତୁମେ ହିଁ ତ ସେଇ,
ଯିଏ ବିନା ରଙ୍ଗରେ ଢାଳିପାରେ ସପ୍ତ ରଙ୍ଗର ଅବିର,
ଯିଏ ବିନା ଶ୍ରାବଣରେ ବରଷେଇ ପାରେ ସାତ ମେଘର ମହ୍ଲାର ,
ଯିଏ ବିନା ଫୁଲରେ ବି ସଜେଇ ଦିଏ କବରୀର  ରୂପଚର୍ଯ୍ୟା,
ଯିଏ ପ୍ରେମ ନକରି ବି ପ୍ରେମମୟ ଦୁନିଆର ହେଇପାରେ ସ୍ରଷ୍ଟା,
କୋଉଠୁ ତୋଳି ଆଣ ଶବ୍ଦର ମାଳା ?
ସୁରୁଜର ରକ୍ତିମ ଆଭାରୁ କି ସାଗରର ସୁନ୍ଦର ନୀଳିମାରୁ ?
ଆଉ ଏ ସବୁରେ  ସବୁଠି ତୁମେ ଥାଇ ବି କୋଉଠି ତୁମେ ?
ଆଉ ତୁମର ଅନ୍ତ କୋଉଠି  ?

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।