ସରିତା ମହାନ୍ତି (ଶିକ୍ଷୟିତ୍ରୀ)
ମୁନି ନାମେ ଥିଲା ଟିକି ଝିଅଟି
ନୁହେଁ ଆମ ସିଏ ଜମା ଅଝଟି।
ବଡ ସାନ କଥା ସବୁ ମାନଇ
ସଭିଙ୍କର ଗେହ୍ଲା ସେ ହୋଇଥାଇ।
ବୟସରେ ସିନା ଛୋଟ ଅଟଇ
ସଭିଙ୍କ ମନକୁ ଜିଣି ନିଅଇ।
ବାପା ମାଆ ତା'ର ମୂଲ ଲାଗନ୍ତି
ସମସ୍ତ ଦାୟିତ୍ଵ ତାକୁ ଦିଅନ୍ତି।
ପାଠ ପଢିବାରେ ଭାରି ଆଗ୍ରହ
ଲୁଚି ଗଡାଏ ସେ ଆଖିରୁ ଲୁହ।
ଭାଇ ଭଉଣୀର ଯତନ ନିଏ
ମନେ ମନେ ସ୍ବପ୍ନ ସେ ଦେଖୁଥାଏ।
ବିଦ୍ୟାଳୟ ପାଖେ ଘରଟି ତା'ର
ପୂରଣ କରିବ ଇଚ୍ଛା ତାହାର।
ଖେଳିବା ବାହାନେ ସେ ବୁଲୁଥାଏ
ଶ୍ରେଣୀ ଗୃହେ ତା'ର କାନ ଲଗାଏ।
ଗୁଣୁଗୁଣୁ ହୋଇ ଗୀତ ଗାଇଲା
ଭାଇ ଭଉଣୀଙ୍କୁ ଶିଖାଇ ଦେଲା।
ମାଟି ମାଆଙ୍କର ସାହାରା ନେଲା
ତାଙ୍କରି ଉପରେ ଲେଖି ଚାଲିଲା।
ଭାଇ ଭଉଣୀ ତା' ବଡ଼ ହୋଇଲେ
ବିଦ୍ୟାଳୟେ ନାମ ଲେଖାଇ ଥିଲେ।
ଗୁରୁଜୀ ଦେଖିଣ ଚକିତ ହେଲେ
ସବୁ ପ୍ରଶ୍ନର ସେ ଉତ୍ତର ଦେଲେ।
ପଚାରିଲେ ଗୁରୁ କିଏ କହିଲା
ନାନୀ ଆମକୁ ତ ଶିଖାଇ ଥିଲା ।
ଗୁରୁଜୀ ଟିକିଏ ଅଥୟ ହେଲେ
ମୁନି ପାଠ କଥା ଚିନ୍ତା କରିଲେ।
ଅଭିଭାବକଙ୍କୁ ଡକରା ହେଲା
ମୁନି ପାଠ କଥା ସ୍ଥିର ହୋଇଲା।
ଅଧିକାର ତାର ଛିନ୍ନ ନ କର
ବିଦ୍ୟାଳୟ ନାମ ଲେଖ ତାହାର।
ମୁରୁକି ମୁରୁକି ମୁନି ହସିଲା
ତାଳି ମାରି ସିଏ ନାଚି ଉଠିଲା।
ପାଠ ପଢି ହେବି ଭଲ ମଣିଷ
ଶିକ୍ଷିତ ହୋଇବ ଆମ ଏ ଦେଶ।
ଜୀବନକୁ ବାଜି ଲଗାଇ ଦେବି
ମାଆ ମାଟିର ମୁଁ ସେବା କରିବି।
ଅବଳା ଦୁର୍ବଳା ନୁହଁଇ କେବେ
କାର୍ଯ୍ୟ ଦେଖି ମୋର ବୁଝି ପାରିବେ।
ସ୍ୱପ୍ନକୁ ତାହାର ସାକାର କଲା
ଦେଶ ସେବା ପାଇଁ ଯୋଗ୍ୟ ହୋଇଲା।
ମୁନି ପରି ତୁମେ ସଭିଏଁ ହୁଅ
ଦୃଢ଼ ସଂକଳ୍ପଟି ମନରେ ନିଅ ।
ସପନ ପୂରଣ ନିଶ୍ଚେ ହୋଇବ
ସବୁ ବାଧା ବିଘ୍ନ ଦୂରେଇ ଯିବ ।
+-+-+-+-+-++++++++++++
💩ବାଲିଆପାଳ - ବାଲେଶ୍ବର💩
+++++++++++++--++++++
ଜୟ ସାହିତ୍ୟ, ଜୟ ସମାଜ
ମୁନି ନାମେ ଥିଲା ଟିକି ଝିଅଟି
ନୁହେଁ ଆମ ସିଏ ଜମା ଅଝଟି।
ବଡ ସାନ କଥା ସବୁ ମାନଇ
ସଭିଙ୍କର ଗେହ୍ଲା ସେ ହୋଇଥାଇ।
ବୟସରେ ସିନା ଛୋଟ ଅଟଇ
ସଭିଙ୍କ ମନକୁ ଜିଣି ନିଅଇ।
ବାପା ମାଆ ତା'ର ମୂଲ ଲାଗନ୍ତି
ସମସ୍ତ ଦାୟିତ୍ଵ ତାକୁ ଦିଅନ୍ତି।
ପାଠ ପଢିବାରେ ଭାରି ଆଗ୍ରହ
ଲୁଚି ଗଡାଏ ସେ ଆଖିରୁ ଲୁହ।
ଭାଇ ଭଉଣୀର ଯତନ ନିଏ
ମନେ ମନେ ସ୍ବପ୍ନ ସେ ଦେଖୁଥାଏ।
ବିଦ୍ୟାଳୟ ପାଖେ ଘରଟି ତା'ର
ପୂରଣ କରିବ ଇଚ୍ଛା ତାହାର।
ଖେଳିବା ବାହାନେ ସେ ବୁଲୁଥାଏ
ଶ୍ରେଣୀ ଗୃହେ ତା'ର କାନ ଲଗାଏ।
ଗୁଣୁଗୁଣୁ ହୋଇ ଗୀତ ଗାଇଲା
ଭାଇ ଭଉଣୀଙ୍କୁ ଶିଖାଇ ଦେଲା।
ମାଟି ମାଆଙ୍କର ସାହାରା ନେଲା
ତାଙ୍କରି ଉପରେ ଲେଖି ଚାଲିଲା।
ଭାଇ ଭଉଣୀ ତା' ବଡ଼ ହୋଇଲେ
ବିଦ୍ୟାଳୟେ ନାମ ଲେଖାଇ ଥିଲେ।
ଗୁରୁଜୀ ଦେଖିଣ ଚକିତ ହେଲେ
ସବୁ ପ୍ରଶ୍ନର ସେ ଉତ୍ତର ଦେଲେ।
ପଚାରିଲେ ଗୁରୁ କିଏ କହିଲା
ନାନୀ ଆମକୁ ତ ଶିଖାଇ ଥିଲା ।
ଗୁରୁଜୀ ଟିକିଏ ଅଥୟ ହେଲେ
ମୁନି ପାଠ କଥା ଚିନ୍ତା କରିଲେ।
ଅଭିଭାବକଙ୍କୁ ଡକରା ହେଲା
ମୁନି ପାଠ କଥା ସ୍ଥିର ହୋଇଲା।
ଅଧିକାର ତାର ଛିନ୍ନ ନ କର
ବିଦ୍ୟାଳୟ ନାମ ଲେଖ ତାହାର।
ମୁରୁକି ମୁରୁକି ମୁନି ହସିଲା
ତାଳି ମାରି ସିଏ ନାଚି ଉଠିଲା।
ପାଠ ପଢି ହେବି ଭଲ ମଣିଷ
ଶିକ୍ଷିତ ହୋଇବ ଆମ ଏ ଦେଶ।
ଜୀବନକୁ ବାଜି ଲଗାଇ ଦେବି
ମାଆ ମାଟିର ମୁଁ ସେବା କରିବି।
ଅବଳା ଦୁର୍ବଳା ନୁହଁଇ କେବେ
କାର୍ଯ୍ୟ ଦେଖି ମୋର ବୁଝି ପାରିବେ।
ସ୍ୱପ୍ନକୁ ତାହାର ସାକାର କଲା
ଦେଶ ସେବା ପାଇଁ ଯୋଗ୍ୟ ହୋଇଲା।
ମୁନି ପରି ତୁମେ ସଭିଏଁ ହୁଅ
ଦୃଢ଼ ସଂକଳ୍ପଟି ମନରେ ନିଅ ।
ସପନ ପୂରଣ ନିଶ୍ଚେ ହୋଇବ
ସବୁ ବାଧା ବିଘ୍ନ ଦୂରେଇ ଯିବ ।
+-+-+-+-+-++++++++++++
💩ବାଲିଆପାଳ - ବାଲେଶ୍ବର💩
+++++++++++++--++++++
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।