ବସନ୍ତ ମଞ୍ଜରୀ ଦାସ (ଶିକ୍ଷୟିତ୍ରୀ)
ଚ଼ାରୁ ତରୁବରୁ ଭୁରୁଗନ୍ଧ ଆସେକେବଳ ତୁମରି ପାଇଁ
ପ୍ରିୟର ପରାଣ ତୋଷୁଥାଅ ତୁମେ
ପ୍ରିୟାର କବରୀ ଛୁଇଁ ।
ତୁମେ ଗୋ' ମଳୟ ଗନ୍ଧ
ଦିବସ ଆଲୋକେ ମନ ମାରିଦିଅ
ମାନିନୀ ରଜନୀଗନ୍ଧା ।
ତରୁ ପାଦ ଛୁଇଁ ଥରେ ହସି ଦେଇ
ଅନ୍ତରର ଭାଷା କୁହ
ଜୀବନ ଯୁଦ୍ଧରେ ହାରି ନାହିଁ କେବେ
ସଜାଡ଼ିଛି ତୁମ ଦେହ ।
ସଜାଡ଼ିଛି ତୁମ ଦେହ ।
ଆଶାର ସବାରୀ ପରେ
ସଜ ହେଉଥାଏ ନିତି ରଜନୀରେ
ପ୍ରୀତି ଦେଇ ସିନା ଝରେ ।
ଝୁରି ମରିବାକୁ ଜନମ ନେଇନ
କହୁଥାଅ ତରୁ କାନେ
ପାଷାଣ ସମାନ କଷଣ ସହିଲେ
ଝୁରିବେ ସକଳେ ଦିନେ ।
ପ୍ରକୃତି ନିୟମ ମାନି
ଫୁଟିଛି ଫୁଟିବି ବାସ ବିତରିବି
ବିଭୁଙ୍କର ବୋଲ ମାନି ।
ରଜନୀଗନ୍ଧାର ସମ ଆହେ ନର
ଛୁଇଁବାକୁ ପ୍ରତି ପ୍ରାଣ
ଅର୍ଥ ତେଜି ଦେଇ ସମୟ ସାଥିରେ
କରୁଥାଅ ସଦା ପଣ ।
ଭବେ ଶ୍ରେଷ୍ଠ ଜୀବ ହୋଇ
ସାରଣୀ ଖୋଜି ନିତି ନିତି ଯାଅ ହେ
ମରତେ ଅମର ହୋଇ ।
ସମ୍ପାଦିକା - ସୁଶ୍ରୀ ଶୁଭଶ୍ରୀ
ସାଗବାରିଆ - ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ



No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।