ଅନାମ ଚ଼ରଣ ସାହୁ
କଳାମେଘ ତା'ର ପଣତ ଉଡାଇ
ଶୂନ୍ଯପଥ ଦେଇ ଆସିଲା
ସୂରୁଜ ପ୍ରତାପ କମିଗଲା ଜାଣି
ସନ୍ଧିକାଳ ସିଏ ନାଶିଲା।
ଘଡଘଡି କରେ ଘୋର ଗରଜନ
ଶିଶୁ ମନେ ଭୀତି ଜାଗିଲା
ମାଆର ପଣତ ତଳେ ଲୁଚିଯାଇ
ନିଦ୍ରା ଦେବୀ କୋଳେ ଶୋଇଲା ।
ବିଜୁଳି ଚମକେ ରୋଶଣି ପ୍ରକାଶେ
ରାସ୍ତାଘାଟ ଝାପ୍ସା ଦିଶିଲା
ଉଛୁଳଇ ନାଳ ପୁଷ୍କରିଣୀ କୋଳ
ମଣ୍ଡୁକର ରଡି ଶୁଭିଲା ।
କୂଳ ଭୁଆଷୁଣୀ ବେଗିବେଗି ଯାଇ
ମନ୍ଦିରେ ପ୍ରଦୀପ ଜାଳିଲା
ଗୁହାରି ଜଣାଇ ଗାଦିବ୍ରହ୍ମ ପାଶେ
ସ୍ବାମୀ ଶ୍ରୀଚରଣ ଭାଳିଲା ।
ଚୁଲି ପାରୁଶରେ ହୁତାଶନ ଜାଳି
ବ୍ଯଞ୍ଜନ ସତ୍ବରେ ସାରିଲା
ବିଜୁଳି ଅଭାବେ ନିଶା ଘାରିଲାଣି
ମୁଖ ମଣ୍ଡଳ ନ ଦିଶିଲା ।
ଚମ୍ପା କେତକୀର ଚହଟିଣ ବାସ
ସଭିଙ୍କର ମନ ମୋହିଲା
ନାତି ନାତୁଣୀଙ୍କ ମନକଥା ଜାଣି
କାହାଣୀ ଗଣ୍ଠିଲି ଖୋଲିଲା ।
ଝିଙ୍କାରୀ ଶବଦ ବଡ ଭୟପ୍ରଦ
ଡିବିରି ଲଣ୍ଠନ ଜଳିଲା
ବେଗେ ଭୁଞ୍ଜି ଜନେ ଯାଆନ୍ତି ଶୟନେ
ପ୍ରଭୁପାଦେ ମନ ବଳିଲା ।
---------- ----------
ବିଭୁତିପୁର-କାକଟପୁର-ପୁରୀ
ଫୋ-୯୯୩୭୨୧୦୨୬୦
ଜୟ ସାହିତ୍ୟ, ଜୟ ସମାଜ
କଳାମେଘ ତା'ର ପଣତ ଉଡାଇ
ଶୂନ୍ଯପଥ ଦେଇ ଆସିଲା
ସୂରୁଜ ପ୍ରତାପ କମିଗଲା ଜାଣି
ସନ୍ଧିକାଳ ସିଏ ନାଶିଲା।
ଘଡଘଡି କରେ ଘୋର ଗରଜନ
ଶିଶୁ ମନେ ଭୀତି ଜାଗିଲା
ମାଆର ପଣତ ତଳେ ଲୁଚିଯାଇ
ନିଦ୍ରା ଦେବୀ କୋଳେ ଶୋଇଲା ।
ବିଜୁଳି ଚମକେ ରୋଶଣି ପ୍ରକାଶେ
ରାସ୍ତାଘାଟ ଝାପ୍ସା ଦିଶିଲା
ଉଛୁଳଇ ନାଳ ପୁଷ୍କରିଣୀ କୋଳ
ମଣ୍ଡୁକର ରଡି ଶୁଭିଲା ।
କୂଳ ଭୁଆଷୁଣୀ ବେଗିବେଗି ଯାଇ
ମନ୍ଦିରେ ପ୍ରଦୀପ ଜାଳିଲା
ଗୁହାରି ଜଣାଇ ଗାଦିବ୍ରହ୍ମ ପାଶେ
ସ୍ବାମୀ ଶ୍ରୀଚରଣ ଭାଳିଲା ।
ଚୁଲି ପାରୁଶରେ ହୁତାଶନ ଜାଳି
ବ୍ଯଞ୍ଜନ ସତ୍ବରେ ସାରିଲା
ବିଜୁଳି ଅଭାବେ ନିଶା ଘାରିଲାଣି
ମୁଖ ମଣ୍ଡଳ ନ ଦିଶିଲା ।
ଚମ୍ପା କେତକୀର ଚହଟିଣ ବାସ
ସଭିଙ୍କର ମନ ମୋହିଲା
ନାତି ନାତୁଣୀଙ୍କ ମନକଥା ଜାଣି
କାହାଣୀ ଗଣ୍ଠିଲି ଖୋଲିଲା ।
ଝିଙ୍କାରୀ ଶବଦ ବଡ ଭୟପ୍ରଦ
ଡିବିରି ଲଣ୍ଠନ ଜଳିଲା
ବେଗେ ଭୁଞ୍ଜି ଜନେ ଯାଆନ୍ତି ଶୟନେ
ପ୍ରଭୁପାଦେ ମନ ବଳିଲା ।
---------- ----------
ବିଭୁତିପୁର-କାକଟପୁର-ପୁରୀ
ଫୋ-୯୯୩୭୨୧୦୨୬୦
ଜୟ ସାହିତ୍ୟ, ଜୟ ସମାଜ

ସୁନ୍ଦର କବିତା ସାର
ReplyDelete