ଚ଼ତୁର୍ଭୁଜ ସାହୁ
ଏ କେମିତିକା କଥାଚୁପ୍ଚ଼ାପ୍ ସହି ଯାଅ ସବୁ
କେତେ କଥା ବ୍ୟଥା ।
ଏ କେମିତିକା କଥା
ମୁଁ କିନ୍ତୁ ପାରେନାହିଁ ସହି
ତୋ' ଆଖି ଲୁହ
ଆଉ ନିରବତା ।।
ଏ କେମିତିକା କଥା
ସବୁ ଶୁଣି ସବୁ ଜାଣି
ତମେ ପ୍ରିୟା ଅଜଣା ପ୍ରେମିକା ।
ଏ କେମିତିକା କଥା
ମୁଁ କିନ୍ତୁ ପାରେନାହିଁ ସହି
ତୋ ଅଭିମାନ
ଆଉ ଆଡ-ରୁଷା ।।
ଏ କେମିତିକା କଥା
ତମେ ଭଲପାଅ ହସି ହସି
ଲୁଚାଛପା କଥା ।
ଏ କେମିତିକା କଥା
ମୁଁ କିନ୍ତୁ ସନ୍ଦେହୀ ଟେ
ବଦରାଗି ମଣିଷ
ବୁଝେନାହିଁ ଭାଷା ।।
ଏ କେମିତିକା କଥା
ଭାବର ସାଗର ତମେ
ପ୍ରୀତିର ନଉକା ।
ଏ କେମିତିକା କଥା...
ଅଭିବୀ ମଣିଷ ଟେ ମୁଁ
ଅଥୟ ଅଶାନ୍ତ
ଆଉ ଏକାଏକା ।।
ଏ କେମିତିକା କଥା
ବିପରୀତ ଲିଙ୍ଗୀ ପୁଣି
ଓଲଟା ଜିଜ୍ଞାସା ।
ଏ କେମିତିକା କଥା
ଏ ଦୁଃଖି ଠି ସୁଖସାଥୀ
ରଖିଲ ଭରସା
ଦେଇ ପ୍ରମ ନିଶା ।।
*************************
ଓଷ୍କାପାଲି -ଅନୁଗୋଳ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।