ଜଗନ ଜ୍ୟୋତି ମହାନ୍ତି
ଆମେ ଗାନ୍ଧୀଜୀଙ୍କୁ ସତରେ ଭଲ ପାଉଛେ ନା ଭଲ ପାଉ ବୋଲି ଦେଖେଇ ହଉଛେ ? ଗୋଟିଏ ଦିନ ବାପୁଙ୍କ ଫଟୋଚିତ୍ରରେ ପୁଷ୍ପମାଳା ଦେଇ ଧୂପକାଠି ଜାଳିବା ବଡ ବଡ ଭାଷଣ ଦେବା ଅନ୍ୟ ଦିନ ମାନଙ୍କରେ ଦୁର୍ନୀତି, ବେଭିଚାର, ଆନ୍ଯାୟ, ଅତ୍ଯାଚାର ଲିପ୍ତ ରହିବା ଏହା କ'ଣ ଗାନ୍ଧୀଜୀ ଚାହୁଁଥିଲେ, ସ୍ବର୍ଗରେ ଥାଇ ସତରେ କ'ଣ ସେ ତାଙ୍କ ଜନ୍ମ ଦିବସରେ ଖୁସି ହେଉଥିବେ ? ବର୍ଷରେ ଗୋଟିଏ ଦିନ ଅକ୍ଟୋବର ୨କୁ ଆମେ ଯେତେ ଗୁରୁତ୍ୱ ଦେଉଛେ ଅନ୍ୟ ଦିନ ଗୁଡିକୁ ସେତିକି ଗୁରୁତ୍ବ ଦେବାରେ ଅସୁବିଧା କେଉଁଠି ଅଛି ? ଗାନ୍ଧୀଜୀ କେବେ କୋଉଠି ବି କହି ନଥିଲେ ଅକ୍ଟୋବର ୨ରେ ଗାନ୍ଧୀବାଦୀ ହୁଅ ବାକି ସବୁ ଦିନ ସ୍ବାର୍ଥବାଦୀ ହୁଅ । ରାମ ରାଜ୍ୟ ଗଠନ ଦିଗରେ ଯେଉଁ ପଦକ୍ଷେପ ନେଇଥିଲେ ଓ ଯାହା ସ୍ବପ୍ନ ଦେଖିଥିଲେ ସେ ସ୍ବପ୍ନକୁ ଆମେ କେତେ ସାକାର କରିଛେ ? ସ୍ୱାଧୀନତାକୁ ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ବି ଅନେକ ଲୋକ ସ୍ବାଧୀନତାର ସ୍ବାଦ ଚ଼ାଖି ପାରୁନାହାନ୍ତି । ରାଜନେତା ମାନେ ରାଜନୈତିକ ରୁଟି ସେକିବାରେ ବ୍ଯସ୍ତ । ଶାସନ ଭାର ସମ୍ଭାଳିଥିବା ରାଜନେତା ସରକାରୀ କର୍ମଚାରୀ ରାଜକୋଷକୁ ଲୁଣ୍ଠନ କରିବାରେ ବ୍ୟସ୍ତ । ଏହି ଚକ୍ରବ୍ୟୁହ ଭିତରେ ଗରିବ ସାଧାରଣ ଲୋକଟିଏ ପେଷି ହେଇ ଯାଉଛି ସିନା ସାଧାରଣ ମୌଳିକ ସୁବିଧା ସୁଯୋଗ ପାଇ ପାରୁନାହିଁ ।
ଗାନ୍ଧୀଜୀ କହିଥିଲେ ଭାରତ ବର୍ଷ ସ୍ବାଧିନ ହେବା ପରେ ପ୍ରଥମ ଆଇନ ହେବ ଗୋହତ୍ୟା ନିଷିଦ୍ଧ । ତାହାକୁ ଆମେ କେତେ ପାଳନ କରିଛେ ତାହା ଆମେ ଜାଣିଛେ । ଗାନ୍ଧୀଜୀ ଚାହିଁ ଥିଲେ ନିଶା ମୁକ୍ତ ଭାରତ ବର୍ଷ... ନିଶା ଯୁକ୍ତ ନୁହେଁ । ଗୋଟିଏ ପଟେ ଛକ ଛକରେ ମଦ ଦୋକାନ ଖୋଲିବା ରାଜସ୍ବ ବଢେଇବା ପାଇଁ ଅନ୍ୟ ପଟେ ନିଶାମୁକ୍ତ ରାଜ୍ୟ ଗଠନ ଆଶା କରିବା ଏହା କେମିତି ସମ୍ଭବ ? ପଲିଥିନ ବ୍ୟବହାର ଉପରେ ରୋକ୍ ଗାନ୍ଧୀଜୀଙ୍କ ୧୫୦ତମ ଜୟନ୍ତୀ କାହିଁକି ହେଲା ଏହାକୁ କିଛି ବର୍ଷ ଆଗରୁ ପ୍ରତିବନ୍ଧକ ଲଗା ଯାଇଥିଲେ ଅସୁବିଧା କ'ଣ ହୋଇଥା'ନ୍ତା ? ବରଂ ପ୍ରଦୁଷଣକୁ କିଛି ମାତ୍ରାରେରେ କମା ଯାଇଥା'ନ୍ତା । ଗାନ୍ଧୀଜୀ କ'ଣ କହିଥିଲେ ଯାହା କରିବ ମୋ' ଜୟନ୍ତୀରେ କରିବ ; ଅନ୍ୟ ଦିନ କଲେ ମୋ' ପ୍ରତି ଅପମାନ ହେବ ।
ଯେଉଁ ଅହିଂସାର ମନ୍ତ୍ର ରେ ଭାରତବର୍ଷ ସ୍ବଧୀନତାର ସଫଳତା ପାଇଥିଲା ଆମେ ଯଦି ସେହି ଅହିଂସା ମନ୍ତ୍ରକୁ ପାଥେୟ କରି ଆଗକୁ ଅଗ୍ରସର ହେଇଥା'ନ୍ତୁ ସୁନାର ଭାରତ ଗଠନର ସଫଳତା ଆମ ହାତ ପାହାନ୍ତାରେ ଥା'ନ୍ତା ।
ଗାନ୍ଧୀ ହେ ତୁମ ଦେଶରେ
କ'ଣ କ'ଣ ଚାଲିଛି ଅବାଧ ବିନା ଭୟରେ
ଗାନ୍ଧୀ ହେ ତୁମ ଦେଶରେ.....
ହେ ବାପୁ ! ତୁମେ ଆଉଥରେ ଅବତାର ନିଅ, ତୁମେ ଅଧାରେ ଛାଡି ଥିବା ତୁମ ସ୍ବପ୍ନର ଭାରତକୁ ପୂର୍ଣ୍ଣ କର ।
।। ଜୟ ହିନ୍ଦ୍ ।। ଭାରତ ମାତା କି ଜୟ ।। ବନ୍ଦେ ଉତ୍କଳ ଜନନୀ ।।
ନାଉଗାଁ-ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।