ଶରତ ଚନ୍ଦ୍ର ଜାଲି
===================
ଲାଗିବନି ପାପତାପ,ଭବଭୟ ବାଧା ।
ଓଁକାର ସ୍ୱରୂପି ବେଦ ଚଉବର୍ଗ ଦାତା
ଜାଗିଛନ୍ତି ଯୋଗୀମାନେ ସ୍ଥିରକରି ମଥା ।
ଓଁକାରୁ ହୋଇଲା ସୃଷ୍ଟି ସତ୍ବ,ରଜ,ତମ
ପରମପିତା ସେ ଏକା ସନ୍ଥ ପ୍ରାଣଧନ ।
ଓଁକାରୁ ପୋଥି,ପୁରାଣ,ସାହିତ୍ୟ,ଦର୍ଶନ
ଦେବାଦେବୀ ଯେତେ ସବୁ ଓଁକାରୁ ଉତ୍ପନ୍ନ ।
ବ୍ରହ୍ମା,ବିଷ୍ଣୁ,ମହେଶ୍ୱର ଚରାଚର ବିଶ୍ୱ
ଓଁକାର ବିନୁ ହୁଅନ୍ତି ଜ୍ଞାନହୀନ,ନିଃସ୍ୱ ।
ଓଲଟ ବୃକ୍ଷେ ଓଁକାର ଖେଳୁଛି ଗୁପତେ
ଜ୍ୟୋତି ରୂପେ ଉଦ୍ଭାସିତ ଦେଖ ଧ୍ୟାନସୂତ୍ରେ ॥
ଜୀବ ପରମ ପରମ ତତ୍ତ୍ୱ ଆଧାରିତ
ବ୍ରହ୍ମଦର୍ଶୀ,ବ୍ରହ୍ମଜ୍ଞାନୀ ଓଁକାର ସତତ ॥
ଓଁକାର ଦର୍ଶନେ ଦିବ୍ୟାନନ୍ଦ ହୁଏ ପ୍ରାପ୍ତ
ଓଁକାରମୟ ଜଗତ ଅସୀମ ତା' ବ୍ୟାପ୍ତ ॥
ଓଁକାର ଓଁକାର ଜପ ଅନ୍ତର ବାହ୍ୟରେ
ଶୁଦ୍ଧ,ପୂତ,ନିରାମୟ ନିତ୍ୟ ନିରନ୍ତରେ ।
ଏକାକ୍ଷର ମନ୍ତ୍ର ମଧ୍ୟେ ସାର ଓଁକାର
ଓଁକାର ପୟରେ ଶତକୋଟି ନମସ୍କାର ।।
ପଥରା-ଖଲ୍ଲିକୋଟ-ଗଞ୍ଜାମ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।