ଡ଼କ୍ଟର ଲକ୍ଷ୍ମଣ ସାହୁ
କୁହାଯାଏ ସଂବିଧାନ ଅଙ୍ଗିକାରବଦ୍ଧ ଦେଶର ଶାସନ ଜନତନ୍ତ୍ର ବନାମ ଗଣତନ୍ତ୍ରକୁ ବୁଝାଏ ଓ ସ୍ୱୀକାର କରେ । ଯେଭଳି ଔପନିବେଶିକ ଇତିହାସକୁ ପାର କରି ରାଜନୈତିକ ରୂପରେ ଏକ ସ୍ୱତନ୍ତ୍ର ପରିବେଶ ମଧ୍ୟରେ ମାନବ ସମାଜକୁ ବଞ୍ଚିବାର, ଚିହ୍ନିବାର, ଜାଣିବାର ଅବସର ସକଳଙ୍କୁ ମିଳି ଯାଇଛି । ହୁଏତ ଏହାକୁ କୁହାଯାଇ ପାରେ ସତେ ଯେଭଳି ଏକ ନବଯୁଗର ସୂତ୍ରପାତ ଘଟିଛି । ଯେଉଁଠିରେ ଦେଶ, ମାନବ ଜାତି ଓ ସମୟ ତିନେହେଁ ବଦଳି ଗଲେ । ପରିବର୍ତ୍ତନର ନବ ନିର୍ମିତ କୋଣାର୍କ ମୁଣ୍ଡ ଟେକି ଠିଆ ହେବାରେ ସଫଳ ହେଲା । ଆମେ ସକଳେ ସ୍ୱଂୟ ପୁନଃ ନିଜକୁ ନିଜେ ପରିଭାଷିତ କରିବାର ନୂତନ ସୁଯୋଗ ଲାଭ କଲେ । ଏତେ ବିରାଟକାୟ ଦେଶ ଭାବରେ ଯେଉଁ ସମାଜକୁ ସ୍ୱତନ୍ତ୍ରତାର ଶୀର୍ଷରେ ଦଣ୍ତାୟମାନ ହେବାର ସୁବର୍ଣ୍ଣ ସୁଯୋଗ ମିଳିଲା, ତାହାର ସ୍ୱରୂପ ବଡ ମ୍ୟାଜିକାଲ ବା ଅଦ୍ଭୁତ ଥିଲା । ସତେ ଯେମିତି ବିନ୍ଦୁ ମଧ୍ୟରେ ସିନ୍ଧୁର ଦର୍ଶନ । ଏହି କ୍ଷୁଦ୍ର କଣିକାଏ ବିନ୍ଦୁର ଭାବନାର ସ୍ତର ଉପରେ ପ୍ରତ୍ୟେକ ଛୋଟ ବଡ ସମୁଦାୟ ଏକପ୍ରକାର ଏକତାର ସୂତ୍ରରେ ବାନ୍ଧି ହୋଇଥିଲା ।
ସମାଜରେ ସାମାଜିକ ଓ ଆର୍ଥିକ ବିଷମତାହିଁ ଆଦ୍ୟରୁ ମହଜୁଦ ହୋଇ ରହିଥିଲା । ଇଂରେଜ ମାନଙ୍କ ଆଗମନରେ ଓ ସେମାନଙ୍କ ଶାସନ ରାଜୁତିରେ ତଥା ଗୋଲାମ ଗିରି ପୀଡା ଯନ୍ତ୍ରଣା ରେ ଭାରତ ବାସୀଙ୍କ ଆର୍ଥିକ, ମାନସିକ ଓ ଶାରିରୀକ ସ୍ତର ଅତି ଅମାନୁଷିକ ସ୍ତରରେ ପହଞ୍ଚି ଯାଇଥିଲା । ଏସବୁର ପ୍ରଭାବ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସବୁ ସମାନ ଆଧାର ଥିଲା l ଫଳତଃ ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ଭାରତୀୟ ମାନଙ୍କ ମନରେ ଉଦ୍ରେକ ହୋଇଥିଲା ଜାତୀୟ ଭାବ । ସକଳେ ଏଭିଳି ଅମାନୁଷିକ ପୀଡନରୁ ମୁକ୍ତି ବା ମୁକୁଳି ପାଇଁ ଇଚ୍ଛୁକ ରହିଥିଲେ । ଏଭଳି ଏକ ଭୌତିକ ଜୀବନ ସ୍ତର ଉପରେ ସମୁଦାୟର ବିସ୍ତୃତ ପୃଷ୍ଠଭୂମି ମାର୍ଗ ଦର୍ଶନର ସହାୟକ ଥିଲା । ବିଭିନ୍ନ ଭୌଗଳିକ ଓ ସାଂସ୍କୃତିକ ପରିସ୍ଥିତିର ଆକାର ପାଉଥିବା ବ୍ୟକ୍ତି ବା ଗୋଷ୍ଠୀ ବିଭିନ୍ନ ସମାନତା ଓ ଭିନ୍ନତାକୁ ନିଜ ନିଜର ଇଚ୍ଛାନୁସାରେ ଯୁକ୍ତ ହେବାକୁ ଲାଗିବା ସ୍ୱାଭାବିକ ଥିଲା । ଗୋଟିଏ ଗୋଟିଏ ଜଳଧାର ଏକତ୍ରିତ ହୋଇ ମହାସମୂଦ୍ରରେ ପରିଣତ ହୋଇଗଲା ଭଳି ଏକ ବିଶାଳକାୟ ସମୁଦାୟରେ ବ୍ୟକ୍ତି ବା ଗୋଷ୍ଠୀ ପରିଣତ ହୋଇଥିଲା ।
ଦେଶର ସାଂସ୍କୃତିକ ମାନଚିତ୍ର ଉପରେ ଦୃଷ୍ଟି ନିବେଶ କଲେ ସ୍ପଷ୍ଟ ହେବ ଯେ , ପ୍ରାଚୀନ କାଳର ଧର୍ମ ଓ ସାମାଜିକ ଜୀବନରେ କିଛି ଆନ୍ତରିକ ସୂତ୍ର ମଧ୍ୟ ବିଦ୍ୟମାନ ଥିଲା । ଯାହା କେବଳ ସମସ୍ତଙ୍କୁ ଜୋଡି ଦେବାରେ, ଯୁକ୍ତ କରି ନେବାରେ ସହାୟକ ଥିଲା । ପ୍ରାଚୀନ କାଳରେ ଜ୍ଞାନ ଓ ଭକ୍ତିର ଧାରା ମଧ୍ୟ ଦେଶରେ ବୀଜରୋପନ କରିବାରେ ସହାୟକ ଥିଲା । ଆଲୋଚନା ଦୃଷ୍ଟିରୁ କୁହାଯାଇ ପାରେ, ଭାରତୀୟ ସଭ୍ୟତା ଓ ସଂସ୍କୃତି ଅତି ପୁରାତନ, ଗୌରବମୟ, ଶିକ୍ଷଣୀୟ ତଥା ଗୁରୁତ୍ୱପୂର୍ଣ୍ଣ । ସମୟର କ୍ରମବିକାଶ ଅନୁସାରେ ଗଙ୍ଗାନଦୀରେ ପାଣି ବହିଚାଲିଛି କେଉଁ ଅନାଦି ଯୁଗ GTରୁ । ପବିତ୍ର ଭାରତ ମାଟିରେ ଅନେକ ସଭ୍ୟତା, ରାଜତ୍ଵ ଓ ବାଦର ବିକାଶ ଘଟିଛି । ନୂତନ ଧର୍ମୀୟ ଚେତନାର ଉନ୍ମେଷ, ବିକାଶ, ପରିପ୍ରସାର ଲୋକାପ୍ଲୁତ ହୋଇଛି । ଅନେକ ଧର୍ମୀୟ ସାଧୁ ସନ୍ଥ, ସଂସ୍କାରକ ଓ ପ୍ରଚାରକ ବୈପ୍ଳିବିକ ପରିବର୍ତ୍ତନ ଆଣି ପାରିଥିଲେ । ବିଭିନ୍ନ ସ୍ଥାନରେ ଭୂମିଷ୍ଠ ହୋଇଥିବା ରାମାନୁଜାଚାର୍ଯ୍ୟ, ଶଙ୍କରାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, କବିର, ନାନକ, ଶ୍ରୀଚୈତନ୍ୟ, ମୀରାବାଈ, ରାମାନନ୍ଦ, ରାମଦେବ,
ନିମ୍ବାର୍କ, ମାଧବ, ସୁରଦାସ, ତୁଳସୀ ଦାସ ଆଦି ସନ୍ଥମାନଙ୍କ କ୍ଷେତ୍ର ବିଶେଷରେ ଗୋଟିଏ ସ୍ଥଳରେ କେବଳ ସ୍ଥିର ନଥିଲା ବରଂ ଭାରତର ପ୍ରତ୍ୟେକ ସ୍ଥାନରେ ତାର ଭାବର ପ୍ରଭାବରେ ଅତୁଟ ହାଲ୍ଲାଦୀନ ପ୍ରେମ ବନ୍ଧନରେ ଆହ୍ଲାଦିତ କରି ବାନ୍ଧି ନେଇଥିଲା , ସମସ୍ତଙ୍କ ପାଇଁ ଏମାନଙ୍କର ପ୍ରୀତିକର, ପ୍ରୀତି ମଧୂର ଥିଲା । ଏକତାର ମର୍ମସ୍ପର୍ଶୀ ଵାଣୀକୁ ସହଜରେ ସକଳେ ଅନୁଭବ କରିଥିଲେ ।
ପ୍ରବାହିତ ଅମୃତଧାରା ଗଂଗା, ଯମୁନା, ଗୋଦାବରୀ, ସରସ୍ବତୀ, ନର୍ମଦା, ସିନ୍ଧୁ ଓ କାବେରୀ ଭଳି ପୁଣ୍ୟ ପବିତ୍ର ନଦୀ ଦେଶର ପ୍ରତ୍ୟେକ କୋଣ ଅଣୁକୋଣରେ ପବିତ୍ର ଓ ପୂର୍ଜ୍ୟ ରୂପେ ଗଣ୍ୟ ହେଉଥିଲେ । ସେଭଳି ହିମାଳୟ, ବିନ୍ଧ୍ୟ ଆଦି ପର୍ବତ ଶ୍ରେଣୀ ଓ ବଣରାଜୀର ଅପୂର୍ବ ଆର୍କଷଣ ସମସ୍ତଙ୍କ ପ୍ରିୟ ପାଲଟି ଯାଇଥିଲା । ଭାରତୀୟ ଦୁଇ ମହାକାବ୍ୟ ବ୍ଯାସକୃତ ସଂସ୍କୃତ ମହାଭାରତ, ବାଲ୍ମୀକିଙ୍କ ସଂସ୍କୃତ ରାମାୟଣ ଭାରତ ବର୍ଷର ବିଭିନ୍ନ ପ୍ରାଦେଶିକ ଭାଷାରେ ଅନୁଦିତ ହୋଇ କୃଷ୍ଣ ଓ ରାମଙ୍କ ନାନାବିଧ ଉପସ୍ଥିତି ମଧ୍ୟ ଅଖିଳ ଭାରତୀୟ ମାନଙ୍କୁ ମୁଗ୍ଧ ଓ ଆର୍କିଷିତ କରିଛି, କରୁଛି ଓ କରିଚାଲିଥିବ ! ଏସବୁ ସଂସ୍କୃତି ଏକତା ଭାରତୀୟ ମାନଙ୍କୁ ଆଦାନ ପ୍ରଦାନ କରି ଆସିଛି । ବିଭିନ୍ନ ପ୍ରାଦେଶିକ ଭାଷା ଓ ସାହିତ୍ୟ ମାଧ୍ୟମରେ ବ୍ୟକ୍ତ ହୋଇ ପାରିଛି ଏହି ଆଧ୍ୟାତ୍ମିକ ଚେତନା , ଭାବଧାରା ଓ ସରକାରଙ୍କ ଭାରତୀୟତାର ଐଶ୍ୱର୍ଯ୍ୟ ପୂର୍ଣ୍ଣ ସଂପଦ ପ୍ରାପ୍ତ କରି ଆସିଛି । କେତେକ ଭିନ୍ନତାର କାରଣ ନେଇ ଅପଭାଷିତକୁ ଦେଖିବା ପରେ ହୁଏତ ଆମ ବ୍ୟବହାର ରୂପରେ ଅନେକ ପ୍ରଭାବ ପକାଇ ଥାଏ । ପ୍ରତ୍ୟେକ ବିବିଧତା ସତ୍ତ୍ୱେ ମଧ୍ୟ ଭାବନାତ୍ମକ ଏକଥା ସକଳ ଭାରତୀୟ ନିକଟରେ ଛାୟୀ ହୋଇ ରହିଛି । ବିଶେଷକରି ବିଭିନ୍ନ ଭାଷା ଓ ସାହିତ୍ୟରେ ବ୍ୟକ୍ତ ଭାବ, ବିଭିନ୍ନ ସମ୍ମିଳନୀରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ, ପାରସ୍ପରିକ ନିଜକୁ ଭାରତୀୟ ତାର ପରିଚୟ ଦେଇ ଥାଏ । ବିଭିନ୍ନତାର କାରଣ ସତ୍ତ୍ଵେବି ଅପରିଭାଷିତ ହେଲେ ମଧ୍ୟ ଭାବ ବ୍ୟବହାରରେ କୌଣସି ତଫାତ୍ କେବେ ବି ପରିଦୃଷ୍ଟ ହୋଇନଥାଏ । ପ୍ରତିଟି ବିବିଧତାକୁ ଭାବାନାତ୍ମକ ଢଙ୍ଗରେ ଏକତା ସମସ୍ତଙ୍କ ନିକଟରେ ଜନ୍ମିଥାଏ । ଏଭିଳି ଐତିହାସିକ ପରିପ୍ରେକ୍ଷୀରେ ଭାରତୀୟ ମାଟିର ବିଭିନ୍ନ ସାଂସ୍କୃତିକ ପ୍ରବାହର ସାକ୍ଷୀ ରହିବା ଭଳି ପ୍ରଭାବ ପଡିଥାଏ ।
ଭାରତରେ ଶକ୍, ହୁଣ, ଗ୍ରୀକ, କୃଷାଣ, ମୋଗଲ, ପର୍ତ୍ତୁଗ୍ରୀଜ୍, ପାର୍ଶି, ଇଂରେଜ ଅନେକ ବିଦେଶୀ ପ୍ରଜାତିର ଆସିଛନ୍ତି । ସେମାନଙ୍କ ପ୍ରଭାବ ଯେ ଭାରତ ମାଟିରେ ଉଣା ଅଧିକା ପକାଇ ଯାଇଛନ୍ତି, ତାହା ଅସ୍ୱୀକାର କରି ହେବନାହିଁ । ଏହି ବିଦେଶୀ ମାନଙ୍କ ପ୍ରଭାବ ଭାରତରେ ଅନେକ ପ୍ରକାରରେ ପଡଛି । ସାମାଜିକ ମେଳ, ମିଳା ମିଶା ସହିତ, ସେମାନଙ୍କ ଜ୍ଞାନ, କଳା, କୌଶଳର ମଧ୍ୟ ଆଦାନ ପ୍ରଦାନ ଘଟିଛି, ଭିନ୍ନ ପରଂପରାକୁ, ନୀତି, ଆଚାର, ମତବାଦ ସହିତ ଭାରତରେ ଅନେକ ସାମାଜିକ ବ୍ୟବସ୍ଥାର ମଧ୍ୟ ପତନ ଘଟିଛି , ଗୋଟିଏ ଅପସଂସ୍କୃତିର ମୃତ୍ୟୁ ହୋଇଛି । ସତୀ ପ୍ରଥା, ବାଲ୍ୟବିବାହ ଭଳି କୁତ୍ସିତ ପରଂପରାକୁ ଦୂରେଇ ଦିଆଯାଇଛି । ଏସବୁ ସତ୍ତ୍ୱେ ମଧ୍ୟ ଅଧିକାଂଶ ବିଦେଶୀ ଆକ୍ରମଣକାରୀ ଭାରତକୁ ଦୋହନ ଓ ଶୋଷଣ କରିବାରେ ଲାଗିଥିଲେ । ବାଣିଜ୍ୟ ଓ ଶାସନ ସୂତ୍ରରେ ପହଞ୍ଚିଥିବା ଇଂରେଜମାନେ ଏକ୍ଷେତ୍ରରେ ସବୁଠାରୁ ଚତୁର ମନେ ହେବ l ସେମାନେ ଭାରତକୁ ଆର୍ଥିକ, ସାମାଜିକ ଓ ବୌଦ୍ଧିକ, ପ୍ରତ୍ୟେକ କ୍ଷେତ୍ରରେ ଯୋଜନାବଦ୍ଧ ଢଙ୍ଗରେ ଅବା ଉପାୟରେ ଭାରତକୁ ଦୃର୍ବଳ କରିବାକୁ ଚେଷ୍ଟା କରିଥିଲେ । ଆର୍ଥିକ ଶୋଷଣ ସହିତ ସେମାନେ ମାନସିକ ସ୍ତରରେ ଓ ସଭ୍ୟତାର ପରବର୍ତ୍ତନ ଅର୍ଥାତ ନୂଆ ଯୁଗାରମ୍ଭ କରିବାରେ ପ୍ରୟାସ କରୁଥିଲେ । ତାହାର ବାସ୍ତବତାକୁ ଆମେ ବୁଝିବା, ବିଚାର କରିବାକୁ ପୂର୍ବରୁ ତାହା ଯେମିତି ପୁରା ଓଲଟ ପାଲଟ ହୋଇଯାଉଥିଲା । ଏସବୁର ପ୍ରକୃତ ତଥ୍ୟକୁ ଖୋଜିବା ମଧ୍ୟ କଷ୍ଟକର ହୋଇପାରେ, ସେସବୁ ମଧ୍ୟ ଫେରିବା ବା ଫେରାଇ ଆଣିବା ସହଜରେ ବିଶ୍ୱାସ କରାଯାଇ ପାରେନାହିଁ । ତା'ସତ୍ତ୍ଵେ ଶିକ୍ଷାକ୍ଷେତ୍ରରେ ନିରନ୍ତର ଅନେକ ପରିବର୍ତ୍ତନ, ସ୍କୁଲ ସ୍ଥାପିତ ଓ ଇଂରାଜୀ ଶିକ୍ଷାର ପ୍ରସାର ଘଟିଥିଲା । ଯାହାର ସେହି ବ୍ୟାଧି ରୂପେ ଇଂରାଜୀ ସ୍କୁଲ ମାଧ୍ୟମ ରୂପେ ସ୍ଥାପିତ ହେବାରେ ଲାଗିଛି । ଇଂରାଜୀ ସଭ୍ୟତା ଓ ଭାଷା ଆଜି ମଧ୍ୟ ସକଳଙ୍କୁ ଅକ୍ତିଆର କରିନେଇଛି, ତ୍ରାହି ଲକ୍ଷ୍ମଣ ଭଳି କବଳିତ କରି ନେଇଛି । ଇଂରାଜୀ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରୁଥିବାରୁ ଆଞ୍ଚଳିକ/ପ୍ରାଦେଶିକ ଭାଷା ପ୍ରତି ବିମୁଖତା ପ୍ରକାଶ ପାଉଛି । କେବଳ ଓଡ଼ିଆ ବିଦ୍ୟାଳୟ ନୁହେଁ, ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଆଞ୍ଚଳିକ ଭାଷାରେ ଥିବା ବିଦ୍ୟାଳୟ ଛାଡି ଇଂରାଜୀ ବିଦ୍ୟାଳୟକୁ ମୁହାଁଉଛନ୍ତି ।
ଆଧୁନିକ ଭାରତର ନିର୍ମାଣ ଦୃଷ୍ଟିରେ ଜଟିଳ ପୃଷ୍ଠଭୂମିକୁ କେବେ ଅଣଦେଖା କରାଯାଇ ନାହିଁ । କାରଣ ସ୍ୱତନ୍ତ୍ରତା ମିଳିବା ସମୟରେ ସମାଜର ପଟ୍ଟଚିତ୍ର ଯେଉଁ ଆଧାରରେ ଧରାଗଲା, ତାହା ବିବିଧ ବର୍ଣ୍ଣାଳୀରେ ରୂପାୟିତ ଥିଲା । ଏହି ସାମାଜିକ ଭାରତର ନିୟତି ଭଳି ଏକ ସମାବେଶୀ ସମଦୃଷ୍ଟିକୁ ସ୍ୱୀକାର କରିବା ସହ ଆଗକୁ ଆଗେଇ ନେବାରେ ସହାୟତା ସମ୍ଭବ ନଥିଲା । କିନ୍ତୁ ବିଚାର ଦୃଷ୍ଟିରୁ ନିରପେକ୍ଷ ନୀତି ଉପରେ ପଥ ଚାଲିବାର ନିଶ୍ଚୟ ସଠିକ୍ ମାର୍ଗ ଦର୍ଶାଇ ଥିଲା । ସାମାଜିକ ଅସ୍ତିତ୍ଵକୁ ସ୍ୱୀକାର କରିବା ଏହାର ବିକଳ୍ପ ସହଜ ଓ ସ୍ୱାଭାବିକ ମଧ୍ୟ ଥିଲା । ବିବିଧତା ଓ ଏକତାର ଏଭିଳି ସାମଞ୍ଜସ୍ୟକୂ ସାଧନାର ଆସନ ନୁହେଁ କେବଳ, ବରଂ ଏହା ସବୁଠାରୁ ମୂଲ୍ୟବାନ ଥିଲା ।
ଏସବୁ ବିଶ୍ଳେଷଣ ସତ୍ତ୍ୱେ ବି ସମାଜରେ ଏବେ ମଧ୍ୟ ସେସବୁ ସକଳ ଭାବନାକୁ ବୁଝାଇବା ବା ବୁଝିବା ପ୍ରତି ଆମର ସେଭଳି କୌଣସି ଧ୍ୟାନ-ଧାରଣା ନାହିଁ କହିଲେ ଚଳେ । ନିଜ ସର୍ତ୍ତାବଳୀର ଦୌଡରେ ପ୍ରତ୍ୟେକ ଅଂଶରେ ଜଣେ ଅନ୍ୟ ଜଣଙ୍କ ଉପରେ ଦ୍ୱନ୍ଦ୍ୱ, କଳହ, ପ୍ରତିଯୋଗିତା ମୂଳକ ରୋଷ କରିବାରେ ତତ୍ପରତା ଦେଖା ଦେଇଛି । ଜନତନ୍ତ୍ର ବନାମ ଗଣତନ୍ତ୍ରକୁ ଆମେ ଏଭିଳି ବ୍ୟବସ୍ଥା ମଧ୍ୟରେ ଦେଖୁଛେ, ଗ୍ରହଣ କରୁଛେ, ସ୍ୱୀକାର କେହି କରୁବା ନକରୁ ...କିଛି ପାଇବା ପରେ ବି ତାହାର ବା ଆମର ଲୋଭର ଅନ୍ତ ନାହିଁ, ଯାହାକୁ ଅଧିକାର ଭାବରେ ଧରି ନିଆଯାଇଛି । ସତ୍ୟାନାଶୀ ରାଜନେତା ମାନେ ଜନତନ୍ତ୍ରର ଦାବିଦାର ହୋଇ ଏହାର ବ୍ୟବସ୍ଥାକୁ ନିଜର ହିତ ସାଧନର ଉପକରଣ ରୂପେ କାମରେ ଲଗାଇଥାନ୍ତି । ଅନ୍ୟ ପକ୍ଷରେ ନାଗରିକଙ୍କୁ ମୂଳ ଅଧିକାର ଓ ମାନବିକ ଅଧିକାର ଦେବାକୁ ଯଦି ପ୍ରୟାସ କରାଯାଆନ୍ତା, ସକଳ ନାଗରିକ ନିଜ ପାଇଁ ଯେଭଳି ଆତୁର ହୋଇ ରହିଛନ୍ତି, କିଛି ସୁରକ୍ଷିତ ପାଇଁ ଚିନ୍ତିତ ହୋଇ ପଡିଛନ୍ତି, ତାହା ଜନତନ୍ତ୍ର ବ୍ୟବସ୍ଥାରେ ନାହିଁ, ଏହା କେବଳ କିଛି ଗଣତନ୍ତ୍ର ନାମରେ ଜନ ମାରଣର ଜୀବନ ଶୈଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏବେ କେବଳ ଅମୂଳକ ଶକ୍ତି ମାନବର ଜୀବନ ଶୈଳୀକୁ ଗତି ମୁଖର କରୁଛି । ପାରଂପାରିକ, ଭାଗୀଦାରି, ଭରସା, ଭିନ୍ନ ଦୃଷ୍ଟିକୁ ଶୁଣିବା ଓ ସହ୍ୟ କରିନେବା ଓ ଦେଶ ତଥା ଏହା ଜନଚେତନାର ସବୁଠାରେ ଏସବୁ ଶୈଳୀର ପ୍ରମୁଖ ଅଂଶ ପାଲଟି ଗଲାଣି । ଏସବୁର ଅଭାବରେ ଅଧିକାର କଥାକୁ ଅନାଧିକାର ରୂପେ ଚାପି ଦେବାକୁ ଚେଷ୍ଟା କରାଯାଉଛି । ନିବେଶ ଓ ପରିଣାମ କୁ ସିଧା ସଂପର୍କ ରୂପେ ଯୋଡ଼ି ଦିଆଯାଉଛି ।
ବିଚାର ସାପେକ୍ଷ ଆମର ଶରୀର ଚାଳନା ବା ସକ୍ରିୟ ହେବା ଭଳି ଆମେ ବିଭିନ୍ନ ଲକ୍ଷ୍ୟକୁ ପାଇବାର ପ୍ରଚେଷ୍ଟା ନିହାତି ଜରୁରୀ ଅଟେ । ଯେଭଳି ନିର୍ବାଚନ ପୂର୍ବରୁ ନେତା ନିଜର ଜନତାନ୍ତ୍ରିକ ଅର୍ଥାତ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପରିତ୍ୟାଗ କରି "ଦଳ ବଦଳ"ର ଗାଣିତିକ ସୂତ୍ରରେ ଓଲଟ ପାଲଟ ହେଉଥିବା ନଜରକୁ ଆସେ । ଏଭିଳି ଟିକିଏ ସୁବିଧା ସୁଯୋଗ ମିଳିଗଲେ କିଛି ଦିନ ପାଇଁ " କର୍ମକାଣ୍ଡ " ସୃଷ୍ଟିରେ ତର୍କ-ବିତର୍କ ନିଜ ସ୍ୱାର୍ଥ ପାଇଁ "ଦେଶ ବଂଚାଅ " ସ୍ୱର ଉଂଚାରଣ କରନ୍ତି । ସ୍ୱାର୍ଥ ନଥିଲେ ବା ବେଳ ପଡିଲେ ଦେଶ ବିପକ୍ଷରେ "ମୁର୍ଦ୍ଧାବାଦ" ଦେବାପଛାନ୍ତି ନାହିଁ - ଏଭିଳି ଗୋପନ ଅଭିନୟ ଚାଇ ଆଲୁଅ ଖେଳକୁ ପାଥେୟ କରି ନିଜ ସ୍ୱାର୍ଥରେ ଚାଲନ୍ତି । ପରନ୍ତୁ ସତ୍ୟ ଏହାହିଁ ଯେ ଦେଶକୁ ବଂଚାଇବା ପାଇଁ ବାଲ୍ୟ ଜୀବନ ଛନ୍ଦକୁ ଛାଡି ଜନତନ୍ତ୍ର ବନାମ ଗଣତନ୍ତ୍ରର ଜୀବନ ଶୈଳୀକୁ ନିଜର କରି ନିଅନ୍ତି । କାରଣ " ଜନତନ୍ତ୍ର ବନାମ ଗଣତନ୍ତ୍ର "ର ସଂଜ୍ଞା କିଛି ନାହିଁ କହିଲେ ଚଳେ...!!!
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ,
କଟକ-୪,ଦୂରଭାଷ : ୯୪୩୭୭ ୪୦୨୮୦
Email : Laxmanshoo9040@gmail.com
ଜୟ ସାହିତ୍ୟ, ଜୟ ସମାଜ



No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।