ଆଲୋକ ଚନ୍ଦ୍ର ନାୟକ
୧୧ ବର୍ଷର ଅକ୍ଳାନ୍ତ ପରିଶ୍ରମ ; ୪୭ ଦିନର କଠିନ ପରୀକ୍ଷା । କେତେ ରାତି ଯେ ଅନିଦ୍ରାରେ କଟିଥିବ ତା'ର ହିସାବ ନାହିଁ । କେତେ ଯେ ଧର୍ଯ୍ୟକୁ ସଂଗଠିତ କରିବାକୁ ପଡିଥିବ ତା'ର ବି ହିସାବ ନାହିଁ । ଏ ସବୁକିଛିକୁ ପାଥେୟ କରି ଭାରତ ଆଜି ଯେଉଁ ସଫଳତା ପାଇଛି , ସେଥିପାଇଁ ୧୫୦ କୋଟି ଭାରତୀୟଙ୍କ ପକ୍ଷରୁ ମୁଁ ଜଣେ ଭାରତୀୟ ହିସାବରେ ଆମ ଦେଶର ମହାକାଶ ସଂସ୍ଥାର ବୈଜ୍ଞାନିକ ମାନଙ୍କୁ ଧନ୍ୟବାଦ ଦେଉଛି । ମୁଁ ମୋ ତରଫରୁ ସମସ୍ତଙ୍କୁ ଆଳ୍ପ କିଛି ସୂଚନା ଦେଇ ରଖୁଛି ; ଆମ ପାଇଁ ସ୍ବପ୍ନ ସାଜିଥିବା ଚନ୍ଦ୍ର ବିଷୟରେ ଅଧିକ ଗବେଷଣା ପାଇଁ ଓ ତା'ର ସତ୍ୟକୁ ଉନ୍ମୋଚନ କରିବାପାଇଁ ଚନ୍ଦ୍ରାୟନ - ୧ ପରେ ଭାରତ ପଠେଇ ଥିଲା ଚନ୍ଦ୍ରାୟନ - ୨ । ଯେଉଁ ଯାନରେ କି ଚାରିଟା ଅର୍ବିଟର୍ ରୋଭର୍ ଓ ଲ୍ୟାଣ୍ଡରକୁ ପରୀକ୍ଷା ନିରୀକ୍ଷା ପାଇଁ ପଠା ଯାଇଥିଲା । ଭାରତୀୟ ମହାକାଶ ସଂସ୍ଥା ହିଁ ଏହାର ପରିଚାଳନା କରୁଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ , ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁକୁ ଛୁଇଁବା ଆଗରୁ ହିଁ ଯୋଗାଯୋଗ ତା' ସହ ବିଛିନ୍ନ ହୋଇଗଲା । ବଡ କଥା ହେଉଛି ଏହାକୁ ନେଇ କିଛି କହୁଛନ୍ତି ଯେ ଭାରତ ଇତିହାସ ରଚିବାରେ ବିଫଳ ହେଲା । କିନ୍ତୁ ଜଣେ ସଚ୍ଚା ଭାରତୀୟ ଭାବରେ ମୁଁ ଏତିକି କହି ପାରିବି ଯେ ଏ କଥା କୌଣସି ଭାରତୀୟର ନ ଥିବ । କାରଣ ଆମେ ସମସ୍ତେ ଜାଣିଛୁ ସତ୍ୟ ଟା କଣ ? କିଏ କହିଲା ଆମେ ରଚି ନାହୁଁ ଇତିହାସ ? କିଏ କହିଲା ଆମେ ହେଇଯାଇଛୁ ସର୍ବନାଶ ? କିଏ କହିବ ଆମେ ସ୍ୱାଦ ଚାଖିଛୁ ବିଫଳତାର ଆଉ କିଏ ଭାବୁଛି ଆମେ ଏହା ପରେ ପଛଘୁଞ୍ଚା ଦେବୁ ବୋଲି ?
ମୁଁ ଏଇ ଲେଖା ମାଧ୍ୟମ ରେ ଏତିକି କହିବି ଆଉ ଆମ ମହାକାଶ ବୈଜ୍ଞାନିକ ମାନଙ୍କୁ ପୁଣି ଧନ୍ୟବାଦ ଦେବି ଯେ ଆପଣ ମାନଙ୍କ ପାଇଁ ଆଜି ସାରା ବିଶ୍ବ ଜାଣିଛି ଭାରତର ତାକତ ଆଉ ଔକାତକୁ । ଆଉ ଏ ସାରା ବିଶ୍ବ ଏହା ବି ଜାଣିଛି , ଯଦି କୋଉ ଦେଶର ବୈଜ୍ଞାନିକ ସବୁଠାରୁ କମ୍ ଖର୍ଚ୍ଚରେ ମଙ୍ଗଳ ଭଳି ମିଶନ ସଫଳତାର ସହ କରି ପାରନ୍ତି ତେବେ ସେ କେବଳ ଏଇ ଭାରତର ମହାକାଶ ବୈଜ୍ଞାନିକ ମାନେ । ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର୍ ଆମ ଜାଣିବାରେ ସମ୍ପୂର୍ଣ ଭାବରେ ପହଞ୍ଚି ପାରିଲା ନାହିଁ ସତ , ଆମ ଜାଣିବାରେ ଦୁଇ କିଲୋ ମିଟର ଥିବା ବେଳେ ଆମ ସହ ଯୋଗାଯୋଗ ବିଛିନ୍ନ ହେଲା ସତ ; କିନ୍ତୁ ଏ କଥା ସାରା ବିଶ୍ବ ମାନିବ ସେ ଚନ୍ଦ୍ର ପୃଷ୍ଠରେ ଦକ୍ଷିଣ ମେରୁରେ ଆମ ଲ୍ୟାଣ୍ଡର୍ ଲ୍ୟାଣ୍ଡିଂ କରିବାରେ ଦୁଇ କିଲୋ ମିଟର ରହିଲା ସତ,କିନ୍ତୁ ଏହାର ବହୁ ପୂର୍ବରୁ ଆମେ ଆମ ବୈଜ୍ଞାନିକ ମାନଙ୍କ ଦ୍ୱାରା ରଚି ସାରିଥିଲୁ ଇତିହାସ । ଆରେ ଯେବେ ଠାରୁ ଆମେ ଚନ୍ଦ୍ରର ଶେଷ କକ୍ଷରେ ପହଞ୍ଚି ଥିଲୁ ସେବେ ଠାରୁ ଆମେ ରଚି ସାରିଛୁ ଇତିହାସ । ଆଉ ତା'ର ଜ୍ୱଳନ୍ତ ଉଦାହରଣ ମୁଁ ସମସ୍ତଙ୍କୁ କହିବାକୁ ଓ ଦେବାକୁ ଚାହେଁ ଯେ ଆମ ମିଶନ୍ ଠିକ୍ ଭାବରେ କାମ୍ ଜାରି ରଖିଛି । ଆମ ଅର୍ବିଟର୍ ସୁରକ୍ଷିତ ଅଛି ଆଉ ନିଜର କାମ ବି ଜାରି ରଖିଛି ।
ସମସ୍ତଙ୍କୁ ସୂଚନା ଦେବା ପାଇଁ ମୁଁ ଏଠି କହି ରଖୁଛି ଆମ ବୈଜ୍ଞାନିକ ମାନେ ଯେଉଁ ଅର୍ବିଟର୍ ପଠେଇଛନ୍ତି , ତା'ର କାର୍ଯ୍ୟକାଳ ବର୍ଷେରୁ ଦୁଇ ବର୍ଷ ଅଟେ । ଆମ ବୈଜ୍ଞାନିକ ମାନଙ୍କର ଓ ଆମ ସମସ୍ତଙ୍କର ଆଶା ରହୁଛି କି ଲ୍ୟାଣ୍ଡର୍ ସହିତ କେବେ ନା କେବେ ଆମର ଯୋଗାଯୋଗ ହେବ ବୋଲି । କିନ୍ତୁ ଯଦି ଯୋଗାଯୋଗ ନ ହୋଇ ପାରିଲା ତେବେ ଆମ ବୈଜ୍ଞାନିକ ମାନଙ୍କ ଦ୍ୱାରା ଯାଇଥିବା ଲ୍ୟାଣ୍ଡର୍ ଦ୍ୱାରା ହିଁ ଆମେ ସବୁ ତଥ୍ୟ ପାଇ ପାରିବା ଯେ ଆମ ଲ୍ୟାଣ୍ଡର୍ କିଭଳି ସ୍ଥିତିରେ ଅଛି , ଆଉ ଆମ ବୈଜ୍ଞାନିକ ମାନଙ୍କର ଏତେ ପରିଶ୍ରମ ପରେ ବି ଲ୍ୟାଣ୍ଡର୍ କାହିଁକି ଏ ଭଳି ସ୍ଥିତିରେ ପହଁଚିଲା । ଏସବୁ ପରେ ବି ଆମେ ଚନ୍ଦ୍ର ବିଷୟରେ ଅର୍ବିଟର୍ ଠାରୁ ବହୁତ୍ କିଛି ତଥ୍ୟ ପାଇ ପାରିବା । ମୋର ଆଶା ବିଶ୍ବାସ ଅଛି , ଖାଲି ମୋର କାହିଁକି ୧୫୦ କୋଟି ଭାରତୀୟଙ୍କର ବି ମୋ' ଭଳି ଆଶା ରହୁଛି ଯେମିତି ଭାରତୀୟ ସେନା ଦୃଢ଼ମନା ; ଠିକ୍ ସେମିତି ଭାରତୀୟ ବୈଜ୍ଞାନିକ ମାନେ ବି । ଯେମିତି ଭାରତୀୟ ସେନା କେବେ ପଛଘୁଞ୍ଚା ଦେବା ଶିଖିନି ଠିକ୍ ସେମିତି ଭାରତୀୟ ବୈଜ୍ଞାନିକ ବି । ଏ ଯେଉଁ ଆଂଶିକ ବିଫଳତା ହେଲା ଆମ ବୈଜ୍ଞାନିକ ମାନେ ଏହାକୁ ନିଶ୍ଚିତ ପରୀକ୍ଷା କରିବେ । ଆଉ ଏଇ ଟିକେ ବିଫଳତାକୁ ସଫଳତାରେ ପରିଣତ କରି ନିଶ୍ଚିତ ଇତିହାସର ଆଉ ଏକ ପୃଷ୍ଠା ଅଧିକାର କରିବେ । ମୁଁ ଏଇ ଲେଖା ମାଧ୍ୟମରେ ସବୁ ଭାରତୀୟଙ୍କ ଆଗରେ ଚନ୍ଦ୍ରାୟନ - ୨କୁ ନେଇ ଏକ ବିଶେଷ ଘଟଣା ବର୍ଣନା କରିବାକୁ ଯାଉଛି ।
ସବୁ କ୍ଷତ୍ରରେ ଆମ ଭାରତୀୟ ମାନଙ୍କର ମନ ବଳକୁ ଏ ବିଶ୍ବରେ ଯଦି କେହି ଭାଙ୍ଗିବାକୁ ସଦା ସର୍ବଦା ଚେଷ୍ଟିତ ତେବେ ସେ ଆଉ କେହି ନୁହେଁ ; ସେ ହେଉଛି ଆମ ପାଦଚଟା କୁକୁର ପାକିସ୍ତାନ । ଆମ ଲ୍ୟାଣ୍ଡର୍ ଲ୍ୟାଣ୍ଡିଂ କରିବା ପୂର୍ବରୁ ଏକ ଆନ୍ତର୍ଜାତିକ ଗଣ ମାଧ୍ୟମରେ ଚନ୍ଦ୍ରାୟନ - ୨କୁ ନେଇ ଏକ ବିତର୍କ ଚାଲିଥିଲା । ସେଥିରେ ଭାଗ
ନେଇ ଥିବା ଜଣେ ପାକିସ୍ତାନୀ । ବୈଜ୍ଞାନିକଙ୍କୁ ଯେତେବେଳେ ଚନ୍ଦ୍ରାୟନ ବିଷୟରେ ପଚରା ଯାଇଥିଲା ,ସେ ବହୁତ ସକାରାତ୍ମକ ମତାମତ ଦେଇଥିଲେ । ତାଙ୍କୁ ଯେତେବେଳେ ପଚରା ଗଲା ତୁମର ଭାରତର ଏଇ ମିଶନକୁ ନେଇ ପ୍ରତିକ୍ରିୟା କଣ ବୋଲି , ସେ କହିଥିଲେ ଆମର ପଡୋଶୀ ଦେଶର ଏଭଳି କାରନାମାରେ ଆମେ ଅତ୍ୟନ୍ତ ଗର୍ବିତ । କିନ୍ତୁ କୁକୁର ଲାଙ୍ଗୁଡ଼ ତ ସବୁବେଳେ ବଙ୍କା । ପାପୀର ଚିରାଚରିତ କାରନାମା ସେତେବେଳେ ପୁଣି ପଦାକୁ ଆସିଲା , ଯେତେବେଳେ ଆମେ ଆଂଶିକ ବିଫଳତା ପାଇଲୁ । ତା'ପରେ ବିଭିନ୍ନ ସାମାଜିକ ଗଣ ମାଧ୍ୟମକୁ ବ୍ୟବହାର କରିଲେ ପାକିସ୍ତାନୀ ମାନେ । ଆଉ ଆଯୁକ୍ତିକର ମତାମତ ଦ୍ୱାରା ଚେଷ୍ଟା କଲେ ଭାରତର ବୈଜ୍ଞାନିକ ଓ ଭାରତୀୟ ମାନଙ୍କ ମନୋବଳ ଭାଙ୍ଗିବା ପାଇଁ । କିନ୍ତୁ ତୁମେ ମାନେ ଜାଣି ରଖିବା ଦରକାର ଯେ ଏ ଦେଶର ବୈଜ୍ଞାନିକ ମାନେ ହେଲେ କୋଉ ମାଟି ର ସନ୍ତାନ । ତୁମେମାନେ ଭୁଲି ଯାଉଛ ଯେ ଏ ମାଟି ଆଧୁନିକ ବିଜ୍ଞାନର କାରିଗର ବିଜୁ ବାବୁଙ୍କ ମାଟି , ତୁମେ ମାନେ ଭୁଲି ଯାଉଛ ଏ କାଲାମଙ୍କ ମାଟି ବୋଲି । ହେ କୁକୁର ! ତୁମେ ମାନେ ଆଉ କେବେ ଜାଣିବ ଭାରତ ପାଖରେ ରହିଛି କେତୋଟି ବିଶେଷ ଗୁଣ ବୋଲି ? ତୁମେମାନେ କ'ଣ ଭୁଲି ଗଲଣି ଏଇ ନିକଟରେ ଘଟିଥିବା ସର୍ଜିକାଲ୍ ଷ୍ଟ୍ରାଇକ୍-୧ ଓ ସର୍ଜିକାଲ୍ ଷ୍ଟ୍ରାଇକ୍-୨ କଥା ! ତୁମେମାନେ କ'ଣ ଭୁଲି ଗଲଣି ବୀରଚକ୍ର ଅଭିନନ୍ଦନର ଆକ୍ରମଣକୁ ! ତୁମେମାନେ ଜାଣି ରଖିବା ଉଚିତ୍ ଯେ ବିଭିନ୍ନତା ଭିତରେ ଏକତା ବି ଭାରତର ଏକ ବିଶେଷ ଗୁଣ । ଏକଥା ଖାଲି ତୁମେ କାହିଁକି ସାରା ବିଶ୍ବ ଜାଣି ରଖିବା ଉଚିତ୍ । ଆଗରୁ ତୁମେ ମାନେ ଆଉ ବିଶ୍ବବାସୀ କ'ଣ ଭାବୁଥିଲ ତାହା ମୁଁ ଜାଣିନି । ମୁଁ କିନ୍ତୁ ଏତିକି କହିବି ଚନ୍ଦ୍ରାୟନ-୨ର ଆଂଶିକ ବିଫଳତା ପରେ ଏହାକୁ ସମସ୍ତେ ନିଶ୍ଚିତ ଅନୁଭବ କରିଥିବେ ।
ଶେଷରେ ମୁଁ ମୋ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ; ମୋ ତରଫରୁ ଓ ଭାରତର ଜଣେ ସାଧାରଣ ଜନତା ଭାବରେ ମୁଁ ଦେଶର ବୈଜ୍ଞାନିକ ମାନଙ୍କ ପାଇଁ ଏଇ ବାର୍ତ୍ତା ଦେଉଛି ଯେ ଆପଣ ମାନଙ୍କ କ୍ଷତି ଆମ ସମସ୍ତଙ୍କର କ୍ଷତି । ଆପଣ ମାନେ କ୍ଷତିଟିକୁ ପଛରେ ଛାଡି ଦିଅନ୍ତୁ ଆଉ ଲାଭ ପଥରେ ଆଗେଇ ଯାଆନ୍ତୁ । ଆଉ ଦେଶକୁ ଆଗେଇ ନିଅନ୍ତୁ । ଆମେମାନେ ସବୁବେଳେ ଆପଣ ମାନଙ୍କ ସାଙ୍ଗରେ ଅଛୁ । ଆସନ୍ତୁ ବୈଜ୍ଞାନିକଙ୍କ ସାଥିରେ ସାଥି ହେବା ଆଉ ଦେଶକୁ ଆଉ ଏକ ଇତିହାସ ପାଇଁ ଆଗେଇ ନବା । ଯାହାକୁ କାଳ କାଳକୁ ଇତିହାସ ସାଇତି ରଖିବା ପାଇଁ ବାଧ୍ୟ ହେବ । ଏଇ ଧନ୍ୟବାଦର ପାତ୍ର ଯେଉଁ ମହାକାଶ ସଂସ୍ଥା ବିଫଳତା ପରେ ବି ଆମକୁ ସମର୍ଥନ ଦେଇଛନ୍ତି । ଏଇ ଲେଖା ମାଧ୍ୟମରେ ସବୁ ଭାରତୀୟଙ୍କ ତରଫରୁ ଧନ୍ୟବାଦ ଦଉଛି ବିଶ୍ବ ଅଗ୍ରଣୀ ମହାକାଶ ସଂସ୍ଥା ଆମେରିକାର ନାସାକୁ । କାରଣ ଆମର ଆଂଶିକ ବିଫଳତା କଥା ଜାଣି ବି ସେ ଆମର ବୈଜ୍ଞାନିକ ମାନଙ୍କ ମନବଳ ବଢ଼େଇବା ପାଇଁ ଚେଷ୍ଟା କରିଛି ଆଉ ପ୍ରତିକ୍ରିୟା ରଖିଛି । ଏ ଆଂଶିକ ବିଫଳତାକୁ ଭାରତ କି ଭାରତୀୟ ମହାକାଶ ସଂସ୍ଥାର ବୈଜ୍ଞାନିକ ମାନେ ଭାଙ୍ଗି ପଡିବାର ଆବଶ୍ୟକ ନାହିଁ । କାରଣ ଆମ ଭଳି ବିଶ୍ବ ତଥା ଅନ୍ୟ ମହାକାଶ ସଂସ୍ଥା ମାନେ ଯେଉଁ କଥାକୁ ନେଇ କେବେ ଚିନ୍ତା କରି ନଥିଲେ ତାହା ଆଜି ଭାରତ କରି ଦେଖାଇଛି । ଇସ୍ରୋ ଠାରୁ ହିଁ ଆମେ ପ୍ରେରଣା ପାଉଛୁ ଚନ୍ଦ୍ରର ଉତ୍ତର ମେରୁକୁ ଯାନ ପଠେଇବା ପାଇଁ । ଆଉ ଆମେ ଆଶା ରଖୁଛୁ ଭବିଷ୍ୟତରେ ଇସ୍ରୋ ସହ ମିଶି ବିଶ୍ବର ମଙ୍ଗଳ ପାଇଁ ଏକାଠି ହୋଇ ଆମେ ମହାକାଶର ଅନେକ ରହସ୍ୟ ଉନ୍ମୋଚନ କରିବୁ । ଧନ୍ୟବାଦ ଆରବ ଏମିରେଟ ମହାକାଶ ସଂସ୍ଥାକୁ । ସେମାନେ ବି ଆମ ସହ ଛିଡା ହେଇଛନ୍ତି । ତାଙ୍କର ବି ପ୍ରତିକ୍ରିୟା ଆମ ପାଇଁ ଆସିଛି ।
ଭାରତ ଆଂଶିକ ବିଫଳତାକୁ ନେଇ ହତୋତ୍ସାହିତ ହେବା ଆବଶ୍ୟକ ନାହିଁ । କାରଣ ଭାରତର ଏ କାମ ପାଇଁ ଆମେ ପଡୋଶୀ ହିସାବରେ ଗର୍ବିତ । ଧନ୍ୟବାଦ ଅଷ୍ଟ୍ରେଲିଆର ମହାକାଶ ସଂସ୍ଥା । ଆଷ୍ଟ୍ରେଲିଆର ମହାକାଶ ସଂସ୍ଥା ବି ନିଜ ପ୍ରତିକ୍ରିୟା ରଖିଛି । ଭାରତ ଯେଉଁ କାମ କରିଛି ଏହା କମ୍ ଛୋଟ କାମ ନୁହେଁ । ଯାହା ବିଷୟରେ କେବେ କେହି ଭାବି ନ ଥିଲେ ଭାରତ ତାକୁ ହାସଲ କରିଛି । ବିଜ୍ଞାନରେ ସଫଳତା ଓ ବିଫଳତା ଲାଗିକି ଥାଏ । ତା'ପରେ ଆମର ଆଶା ଓ ବିଶ୍ବାସ ରହିଛି ଭାରତ ଏଇ ଖୁବ୍ କମ୍ ଦିନ ଭିତରେ ଆଉ ଏକ ଇତିହାସ ନିଶ୍ଚିତ ରଚିବ । ଧନ୍ୟବାଦ ଜାପାନର ମହାକାଶ ସଂସ୍ଥା । ଭାରତର ଏ କାର୍ଯ୍ୟ ପାଇଁ ବନ୍ଧୁ ରାଷ୍ଟ୍ର ଜାପାନ ଓ ରୁଷ୍ ବି ନିଜକୁ ଗର୍ବ ମନେ କରୁଛନ୍ତି । ଏହାକୁ ନେଇ ଜାପାନ ତା'ର ପ୍ରତିକ୍ରିୟାରେ କହିଛି , ଯଦି କେହି ଭାବୁଛନ୍ତି ଭାରତ ଇତିହାସ ରଚି ପାରେନାହିଁ ବୋଲି ତେବେ ଏହା ସମ୍ପୂର୍ଣ୍ଣ ଭୂଲ୍ lଆଉ ଆମେ କହିବୁ ଏହା ସେଇମାନେ ଭାବୁଥିବେ ଯେଉଁ ମାନଙ୍କର ଭାରତ ପ୍ରତି ରହିଛି ଇର୍ଷା ଭାବ । କିନ୍ତୁ ଏହାକୁ ନେଇ ଆମେ ଗର୍ବ କରୁ । କାରଣ ଭାରତ ଏମିତି ଏକ ଜାଗାରେ ପହଂଚିଛି ଯେଉଁ ଜାଗା ଥିଲା ବିଶ୍ବବାସୀଙ୍କ ପାଇଁ ସ୍ବପ୍ନ । ଏଥିପାଇଁ ଆମେ ଚାହୁଁଛୁ କି ମହାକାଶ କ୍ଷେତ୍ରରେ ଭାରତର ମହାଶକ୍ତି ଓ ଆମର ମହାଶକ୍ତି ମିଳନ ହେଉ । ଆଉ ଆମେ ଏଇଠି ଘୋଷଣା କରୁଛୁ କି ଭାରତୀୟ ବୈଜ୍ଞାନିକ ମାନେ ଯେଉଁ ପ୍ରେରଣା ଦେଇଛନ୍ତି ଖୁବ୍ କମ୍ ଦିନରେ ଏକାଠି ହୋଇ ଆମେ ଚନ୍ଦ୍ର ପାଇଁ କାମ କରିବୁ । ନିଶ୍ଚିତ ଭାବରେ ଆମେ ଏକ ନୂଆ ଇତିହାସ ରଚିବୁ ।
ରୁଷ୍ ମହାକାଶ ସଂସ୍ଥାର ବୈଜ୍ଞାନିକ ଓ ସବୁ ରୁଷ୍ବାସୀଙ୍କୁ ଧନ୍ୟବାଦ । ୭୧ ବର୍ଷର ସମ୍ପର୍କ ; ସତେ ଯେମିତି କଥା ଦିଆ ନିଆ ହୋଇଛନ୍ତି ଅତୁଟ ବନ୍ଧନ ପାଇଁ । ଏହା ଭିତରେ କେତେ ସ୍ଥିତି କେତେ ପରିସ୍ଥିତି କେତେ କ'ଣ ଘଟି ଯାଇଛି ; କିନ୍ତୁ ଏ ସମ୍ପର୍କରେ ଲାଗିନି ଛିଟା । ଉଭୟ ଉଭୟଙ୍କ ପାଖରେ ସବୁ ବିପଦ ଆପଦରେ ଛିଡା ହେବା ପାଇଁ ସତେ ଯେମିତି ଏକ ରାଣରେ ବନ୍ଧା ପଡିଛନ୍ତି । ସେଇଥି ପାଇଁ ତ ସେ ଯୁଦ୍ଧ ହେଉ କି ସେ କୌଣସି ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ହେଉ ସବୁ ସମୟରେ ଉଭୟ ଉଭୟଙ୍କ ହାତ ଧରି ଚାଲିଛନ୍ତି । ଆଉ ଆଜି ତା'ର ପ୍ରମାଣ ପୁଣି ଥରେ ଭାରତ ପାଇଛି । ଭାରତର ଏ ଆଂଶିକ ବିଫଳତାରେ ସବୁଠାରୁ ଅଧିକ ଆଘାତ ପାଇଛି ରୁଷ୍ । ଆଉ ଭାରତର ୯୫ ଭାଗ
ସଫଳତାକୁ ବି ନେଇ ଯଦି କିଏ ଅଧିକ ଖୁସି ହୋଇଥିବ ତେବେ ସେ ବି ହେଉଛି ରୁଷ୍ । ରୁଷ୍ ବି ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି -"ଭାରତର ଏ ଆଂଶିକ ବିଫଳତା ଆମକୁ ବି ବହୁତ୍ ଦୁଃଖ ଦେଇଛି । କିନ୍ତୁ ଏହା ପରେ ବି ଆମେ ଖୁସି ଯେ ଭାରତ ଏତେବଡ ସଫଳତା ପାଇଛି । ଭାରତ ହିଁ ନୂଆ ରାହା ଦେଖେଇଛି । ଭାରତକୁ ମିଳିଛି ଏକ ଦୃଢ ନେତୃତ୍ୱ । ଆମେ ଜାଣୁ ଯାହାଙ୍କ ହୃଦୟ ବିଜ୍ଞାନର ଉନ୍ନତି ପାଇଁ ସଦା ସର୍ବଦା ଜାଗ୍ରତ । ଆମ ଆଶା ଭାରତ ଏ ବିଫଳତାକୁ ନିଶ୍ଚିତ ପଛରେ ଛାଡିବ । ଆମ ବନ୍ଧୁ ଭାରତ ପୁଣି ଥରେ ସଫଳତା ପଥରେ ଆଗେଇ ଯିବ । ଆଉ ଯଦି ଆବଶ୍ୟକ ପଡେ ଆମେ ବି ଭାରତ ସାଥିରେ ଛିଡା ହେବୁ । "ରୁଷ୍ ଏକଥା ବି କହିଛି , ଭାରତ ଏମିତି ଏକ କାରନାମା କଲା ଯାହା ଯୁଗ ଯୁଗକୁ ରହିଗଲା ଆଉ ଏଇଠୁ ହିଁ ଆମେ ସମସ୍ତେ ପାଇଲୁ ପ୍ରେରଣା ଚନ୍ଦ୍ର ବିଷୟ ରେ ଅଧିକ ଗବେଷଣା ପାଇଁ । ଆଉ ଆମ ଆଶା ଓ ବିଶ୍ୱାସ ଖୁବ୍ କମ୍ ଦିନ ଭିତରେ ଭାରତ ନିଶ୍ଚିତ ରଚିବ ଆଉ ଏକ ଇତିହାସ ।
ମୁଁ ଧନ୍ୟବାଦ୍ ଦଉଛି ବର୍ତ୍ତମାନର ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କୁ ଯେ ସେ ନିଜେ ଏଇ ମହା ଉତ୍ସବରେ ଉପସ୍ଥିତ ରହିଲେ ଆଉ ବୈଜ୍ଞାନିକ ମାନଙ୍କୁ ଉତ୍ସାହ ଦଉଥିଲେ । ଆଂଶିକ ବିଫଳତା ପାଇବା ପରେ ବି ସେ କେବେ ଭାଙ୍ଗିପଡି ନ ଥିଲେ । ଆଉ ସେ ପାକିସ୍ତାନର ଚ଼ାଲ୍କୁ ବୁଝି ବୈଜ୍ଞାନିକଙ୍କ ମନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ପ୍ରେରିତ କରୁଥିଲେ । ଆଉ ମୁଁ ଜାଣିଛି ଯେଉଁମାନେ ବି ଗଣମାଧ୍ୟମ ମାଧ୍ୟମରେ ମୋଦିଙ୍କର ସେଇ ପଦିଏ କଥା ସେ ସମୟରେ ଶୁଣିଥିବେ ସେମାନେ ବି ଆଗକୁ ବଢ଼ିବା ପାଇଁ ନିଶ୍ଚିତ ପ୍ରେରଣା ପାଇଥିବେ l ମୋଦିଙ୍କ ବାର୍ତା ବୈଜ୍ଞାନିକ ମାନଙ୍କ ପାଇଁ - ଆପଣ ମାନେ ଚିନ୍ତା କରିବାର କୌଣସି କାରଣ ନାହିଁ । ବିଫଳତା ପଛରେ କିଛି ନା କିଛି ସଫଳତା ଲୁଚି ରହିଥାଏ । ଯାହା ଘଟିଗଲା ତାକୁ ପଛରେ ଛାଡିଦିଅ । କେଉଁଠି ଦୋଷ ତ୍ରୁଟି ରହି ଗଲା ତାକୁ ଆଉ ଥରେ ଭଲ ଭାବରେ ପରୀକ୍ଷା ନିରୀକ୍ଷା କର ଆଉ ଆଗକୁ ଆଗେଇ ଚାଲ । ମୋର ଓ ସବୁ ଦେଶବାସୀଙ୍କର ତୁମ ଉପରେ ଆଶା ଭରସା ରହିଛି ଯେ ତୁମମାନଙ୍କ ଜରିଆରେ ଭାରତ ରଚିବାକୁ ଯାଉଛି ଆଉ ଏକ ଇତିହାସ । ତୁମେମାନେ ଭାଙ୍ଗି ପଡ଼ନି ; ଖାଲି ମୁଁ ନୁହେଁ ଏ ସାରା ଭାରତ ରହିଛି ତୁମ ସାଥିରେ । ତୁମେ ମାନେ ଆଗେଇ ଚାଲ , ହିମତର ଶହ ଆଗେଇ ଚାଲ । ଖାଲି ଏତିକି ସେ କରି ନ ଥିଲେ ; ବୈଜ୍ଞାନିକଙ୍କ ମନ ବଳ ଦୃଢ଼ କରିବା ପାଇଁ କିଛି ଯୁବ ବୈଜ୍ଞାନିକଙ୍କ ସହ ହାତ ମିଳେଇଲେ ଓ କେ ସିବମ୍ ଙ୍କୁ ନିଜେ ଜାବୁଡ଼ି ଧରିଲେ ।ଦେଶବାସୀଙ୍କ ଉଦ୍ଧେଶ୍ୟରେ ସେ କହିଥିଲେ ଆସନ୍ତୁ ଆମ ଦେଶର ବୈଜ୍ଞାନିକ ମାନଙ୍କ ମନ ବଳ ଆହୁରି ଦୃଢ଼ କରିବା ଓ ଆଉ ଏକ ଇତିହାସ ରଚିବା ପାଇଁ ଆଗକୁ ବଢିବା ।
ଖାଲି ଯେ ମୋଦି ନି ପ୍ରେରଣା ଦେଇଥିଲେ ତାହା ନୁହେଁ ; ପରେ ପରେ ଦେଶର ଅନ୍ୟତମ ଜାତୀୟ ଦଳର ପୂର୍ବତନ ମୁଖିଆ ରାହୁଲ୍ ଗାନ୍ଧୀଙ୍କର ବାର୍ତା ଆସିଲା - ଦେଶବାସୀ ଓ ବୈଜ୍ଞାନିକ ମାନଙ୍କ ପାଇଁ ଏହା ଅଟେ ଆଂଶିକ ବିଫଳତା । ଏଥିରେ ଭାଙ୍ଗି ପଡିଲେ ଚଳିବନି ।ନିଜ ଧର୍ଯ୍ୟ ରଖ ଆଉ ଆଗକୁ ଇତିହାସ ରଚିବା ପାଇଁ ଚେଷ୍ଟା କର । ଦେଶବାସୀଙ୍କ ପାଇଁ ଏଇ ବାର୍ତା ଆମ ବୈଜ୍ଞାନିକ ମାନଙ୍କୁ ଆଗକୁ ବଢ଼ିବାର ପ୍ରେରଣା ଦିଅନ୍ତୁ ଆଉ ଏକ ନୂଆ ଇତିହାସ ସୃଷ୍ଟି ପଥରେ ଅଗ୍ରସର ହୁଅନ୍ତୁ । ଏ ଥିଲା ରାହୁଲଙ୍କର ବାର୍ତା । ରାହୁଲ୍ ଗାନ୍ଧୀଙ୍କୁ ବି ଧନ୍ୟବାଦ୍।
ଖାଲି ମୋଦି କି ରାହୁଲ୍ ଜି ନୁହନ୍ତି ; ରାଜନେତା ଅଭିନେତା ବିଚାରପତି ଠାରୁ ଆରମ୍ଭ କରି ଅଫିସର୍ ଆଉ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ବୈଜ୍ଞାନିକଙ୍କ ମନ ବଳ ବଢେଇବାର ଲାଗିଛନ୍ତି । ଭାରତ ସଫଳତାର ସିଡ଼ି ଚଢ଼ି ଥିଲା ,ଚଢ଼ିଛି ଆଉ ଆଗକୁ ବି ଚଢ଼ିବାକୁ ଥିବା ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ ; ଏହା ନିଃସନ୍ଦେହ ।
🙏ଜୟ ଭାରତ🙏
ଜୟ ସାହିତ୍ୟ, ଜୟ ସମାଜ




No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।