ସମ୍ବିତ ପ୍ରିୟଦର୍ଶୀ ପଣ୍ଡା
ତୁ ବେଶ୍ୟା....ଝରକାର ରେଲିଂ ଦେଇ
ଗରାଖକୁ ଚାହିଁଥିବା
କେଉଁ ଗୋଟେ ବସ୍ତି ର ଅନାମିକା ,
ଅବା ତୁ ହଷ୍ଟେଲରେ ରହୁଥିବା
କଲେଜେ ପଢୁଆ ଝିଅଟା ,
ନହେଲେ ହୋଟେଲ କି ଅଫିସର
ସୁନ୍ଦରୀ ପରିଚାରିକା ।
ଏକ ପଥଭ୍ରଷ୍ଟା (!) ନାରୀ ,କେବେ ପେଟ ଭୋକ ତ
କେବେ ଦେହ ଭୋକ ,
ଯାହା ପାଇଁ ସ୍ଥାଣୁ ହେବାକୁ ପଡେ
ତତେ ହିଁ ଏକା ।
କେବେ ସାତ ତ କେବେ ସତର ,
ଗଣି ହୁଏ ନାହିଁ
ସେଥିପାଇଁ ଅଟୁ ତୁ ଗଣିକା ।
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।