କାବ୍ଯ ଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ଝରେ ଝର ଝର ଲୋତକ ନିର୍ଝର ଅଞ୍ଚଳ ବନ୍ଯା ପ୍ଲାବିତ
ଆପଣା ସ୍ବଜନ ପ୍ରିୟ ପରିଜନ
ସର୍ବେ ଶୋକେ ଅଭିଭୂତ ।
ସମ୍ପର୍କକୁ କରି ତିକ୍ତ ;
ଥିଲା କେଉଁ ଦୋଷ କଲ କାହିଁ ରୋଷ
କରିଲନି କାହିଁ ବ୍ଯକ୍ତ ? ୧
ଏମିତି ଭାବରେ ଛାଡ଼ି ଗଲା ପରେ
ଜାଣିକି ନଥିଲ ତୁମେ
କେତେ ଯେ ହୃଦୟ କାନ୍ଦିବ ନିଶ୍ଚୟ
ବାହୁନି ଏ ମରଧାମେ !
ମେଦିନୀ କମ୍ପେ ରୋଦନେ ;
ସମାଜ ସଂସ୍କାର ମନ୍ତ୍ର ଥିଲା ଯା'ର
ହୃତ ସେ କେଉଁ କାନନେ । ୨
କଳୁଷିତ ଏଇ ସମାଜଟା ପାଇଁ
ବିଳପି ଉଠେ ଯା' ହୃଦ
ଦଇବ ଦାରୁଣ ଦେଲା କି କଷଣ
କୋଟି ଜନ ମନେ ଖେଦ ।
ନିଦ୍ରାବତୀ ଦେଲେ ନିଦ ;
କଞ୍ଚା ବାଛି ନେଲା ରଖିଲା ପାଚ଼ିଲା
ଯମ ଆଚ଼ରିଲା ବାଦ । ୩
ଅନ୍ୟାୟ ଅନୀତି ସ୍ବାର୍ଥମୟ ପ୍ରୀତି
ଲାଞ୍ଚ କଷଣ ଧର୍ଷଣ
ଭଣ୍ଡ ରାଜନୀତି ଶୋଷଣର ସ୍ଥିତି
ସମାଜ ସାରା ବର୍ଷଣ ।
ସାଜି ତୁମେ ଭଗବାନ ;
ଦୁର୍ଜନ ଦମନ କରିବାର ପଣ
ମୋ' ସର୍କାର କହି ଡ଼ିଣ୍ଡିମ ପିଟଇ
ଆସନ ଲୋଭୀ ରାଜନ
ଆମ୍ବଡ଼ା ଦେଖାଇ ବରକୋଳି ଦେଇ
ପରୋକ୍ଷେ କରେ ଶୋଷଣ ।
ପ୍ରଜାଗଣ ମ୍ରିୟମାଣ ;
ଥିଲ ବୋଲି ତୁମେ ଏ ମରତ ଧାମେ
କରୁଥିଲ ଆନ୍ଦୋଳନ । ୫
ସରକାରଙ୍କର ସୂଚ଼ନାଧିକାର
ଆଇନ୍ର ଥଳି ଧରି
ସୂଚ଼ନା ଗୋଟାଇ ଦୁର୍ନୀତି ହଟାଇ
ଦୁର୍ଜନଙ୍କର ବଇରୀ ।
ବ୍ଯୁହ କରିଲେ ତିଆରି ;
ରାତାରାତି କଳା ବନିଗଲା ଧଳା
ଯଦିବା ରକ୍ଷକ ସାଜିବ ଭକ୍ଷକ
କାହାକୁ ଭରସା କୁହ
ଅଛି ଆଉ କିଏ ପୋଛିଦେବ ଯିଏ
ଗରିବ ଆଖିର ଲୁହ ।
ପରାଣଟା ଦୁର୍ବିସହ ;
ସ୍ବାର୍ଥବାଦୀଗଣ ହରିନେଲେ ପ୍ରାଣ
ସତ୍ଯ ଲୁଚ଼ାଇଲା ମୁହଁ । ୭
କେନ୍ଦ୍ରାପଡା ମାଟି ଧନ୍ୟ ବୋଲାଇଛି
ତୁମ ପରି ପୁତ୍ର ପାଇ
ରଞ୍ଜନ କୁମାର ଅଞ୍ଚଳଯାକର
କୁମର ଥିଲଟି ହୋଇ ।
ସସ୍ର ପ୍ରଣିପାତ ଭାଇ ;
ଚ଼ିରଦିନ ତୁମେ ବୀରପୁତ୍ର ନାମେ
ଅମର ଥିବଟି ରହି । ୮
****************************** ****
ଭାଟପଡ଼ା,ନିରାକାରପୁର,କଣାସ (ପୁରୀ)
ସମ୍ପର୍କ - ୮୯୧୭୪୮୦୫୩୬
****************************** ****



No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।