ଜୟଲକ୍ଷ୍ମୀ ସେଠୀ
🌺ଏ ଅଗଣା,ଘର ବାଡି
😜ଦାଣ୍ଡ ଦୁଆର👌
🌺ମେସଞ୍ଜର ହ୍ୱାଟସପ
😜କରିଲା ଦୂର🌲
🌺ବୋଉ ହାତରନ୍ଧା ଏବେ
😜ବିଷଲାଗିଲା👌
🌺ସ୍ତ୍ରୀ ଲୁଗାକାନି ପୁଛା
😜ଗନ୍ଧ ଉଠିଲା🌲
🌺କୁନାକୁନି କାନ୍ଦି କୁହନ୍ତି
😜ମମି ପାଖରେ👌
🌺ଭଲପାଉଛନ୍ତି ପାପା
😜ମେସଞ୍ଜରରେ 🌲
🌺ଚମକି ପଡ଼ି ହସିଲା
😜କୁନାର ବଉ👌
🌺ଦୁଃଖକର ନାହିଁ ଧନ
😜ଭାଙ୍ଗିବି ଭାଉ 🌲
🌺ମେସେଜକୁ ଡ଼ାକି ଦିନେ
😜ଛେଚିବି ପାନେ👌
🌺କୁନା ବାପା ହସିହସି
😜କହନ୍ତି କାନେ🌲
🌺ଶୁଣ ପ୍ରାଣପ୍ରିୟା ମୋର
😜 ଦୁଃଖ କରନା👌
🌺ଆଇଲଭ ତୋତେ ସଦା
😜କରୁଛି ସୁନା🌲
🌺କୁନାବଉ ହସି କୁହେ
😜ହେଇଟି ଶୁଣ👌
🌺ଦୁଃଖ କରନାହିଁ ପ୍ରିୟ
😜ମୋ ପ୍ରାଣଧନ🌲
🌺ଜାଣି ନଥିଲି ମେସେଜ
😜ଆ'ଲଭ ଵୋଲି👌
🌺ତୁମ ବଡ ବାବୁ ମୋତେ
😜ଦିଅନ୍ତି ଡେଲି 🌲
🌺ମୁଣ୍ଡେ ହାତ ରଖି କୁହେ
😜 କୁନିର ବାପା👌
🌺ମେସେଜ ପାଇଁ ହୋଇବ
😜ସଂସାର ଖପା🌲
9937347318
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।