ବିରଞ୍ଚି ନାରାୟଣ ମଲ୍ଲିକ
ଥିଲି ମୁଁ ଭଲରେ ପାନ ଦୋକାନରେ
କାହଁକି ଭଲା ମୁଁ ସାଜିଲି କବି
କଲମକୁ ମୋର କରିଲି ନିଜର
ଦୋକାନରେ ମୋର ପକାଇ ଚାବି ।
କବିତା ଲେଖିଲି କବି ବୋଲାଇଲି
ଅନେକ କଥା ମୁଁ ବସିଲି ଭାବି ।
ଲେଖିବାରେ ମୋର ସରିଲା ସମୟ
ବ୍ୟବସାୟ ମୋର ଗଲଣି ଡୁବି ।
ମୋ' ଘରେ ଅଶାନ୍ତି ତୁଟେ ସୁଖ ଶାନ୍ତି
ନୀତି କଟୁ ଉକ୍ତି କେତେ ସହିବି
ଭାବୁଛି ମୁଁ ଯେତେ ଲେଖିବିନି ସତେ
ଶବ୍ଦ ମାନ ଆସି କରନ୍ତି ଲବି ।
ପ୍ରଶଂସା ପତର ସାହିତ୍ୟ ଆସର
ହଟାଇ ଦେବକି ମୋର ଗରିବୀ
ଧନ ତ ନଥିଲେ କିଏ ବା ପଚାରେ
ଟିଭି ପେପରେ ନଥିବ ଛବି ।
ସାହିତ୍ୟିକ ନିଶା ଦେଲା ଏତେ ଦଶା
ହୃଦୟରେ କେବେ ନଥିଲି ଭାବି
କିଏ କରେ ଥଟ୍ଟା ହୁଏ ହଟହଟା
କବିରୁ ମୁଁ ଏବେ ହେଲିଣି କୋବି ।
ଏ ଶୂନ୍ୟ ଜୀବନ ଭାବନାରେ ପୂର୍ଣ୍ଣ
କେଉଁ କବି ପଣେ ଗଣା ହୋଇବି
ଏମିତି ଏ ପଥ ଚାଲିବାଟା କଷ୍ଟ
ବୁଝି ପାରେ ଏକା ଯେ ଅନୁଭବୀ ।
ଲଷ୍ମୀକଲେ ମାନ ସରସ୍ବତୀ ଦାନ
କେମିତି ତୋଷିବି କିପରି ଭାବି
ଏ ପାଖରେ ଧନ ସେପାଖେ ସମ୍ମାନ
କାହାକୁ ଛାଡିବି କାହାର ହେବି ।
ସାରସ୍ୱତ ସ୍ରଷ୍ଟା କପାଳଟା ଫଟା
ପଶ୍ଚିମରେ ଅସ୍ତ ଭାଗ୍ୟର ରବି
ହେଲେ ହେବି ପଛେ ଗରିବ କବିଟେ
ଦୀପ ସମ ଜଳି ଆଲୋକ ଦେବି
✍️✍️✍️✍️♥️✍️✍️
ପାଟେଳି-କପାସି-ନିଆଳି-କଟକ-୭୫୪୦୦୪
କଥାଭାଷା - ୭୫୦୪୩୪୪୭୯୮
ଜୟ ସାହିତ୍ୟ, ଜୟ ସମାଜ
ଥିଲି ମୁଁ ଭଲରେ ପାନ ଦୋକାନରେ
କାହଁକି ଭଲା ମୁଁ ସାଜିଲି କବି
କଲମକୁ ମୋର କରିଲି ନିଜର
ଦୋକାନରେ ମୋର ପକାଇ ଚାବି ।
କବିତା ଲେଖିଲି କବି ବୋଲାଇଲି
ଅନେକ କଥା ମୁଁ ବସିଲି ଭାବି ।
ଲେଖିବାରେ ମୋର ସରିଲା ସମୟ
ବ୍ୟବସାୟ ମୋର ଗଲଣି ଡୁବି ।
ମୋ' ଘରେ ଅଶାନ୍ତି ତୁଟେ ସୁଖ ଶାନ୍ତି
ନୀତି କଟୁ ଉକ୍ତି କେତେ ସହିବି
ଭାବୁଛି ମୁଁ ଯେତେ ଲେଖିବିନି ସତେ
ଶବ୍ଦ ମାନ ଆସି କରନ୍ତି ଲବି ।
ପ୍ରଶଂସା ପତର ସାହିତ୍ୟ ଆସର
ହଟାଇ ଦେବକି ମୋର ଗରିବୀ
ଧନ ତ ନଥିଲେ କିଏ ବା ପଚାରେ
ଟିଭି ପେପରେ ନଥିବ ଛବି ।
ସାହିତ୍ୟିକ ନିଶା ଦେଲା ଏତେ ଦଶା
ହୃଦୟରେ କେବେ ନଥିଲି ଭାବି
କିଏ କରେ ଥଟ୍ଟା ହୁଏ ହଟହଟା
କବିରୁ ମୁଁ ଏବେ ହେଲିଣି କୋବି ।
ଏ ଶୂନ୍ୟ ଜୀବନ ଭାବନାରେ ପୂର୍ଣ୍ଣ
କେଉଁ କବି ପଣେ ଗଣା ହୋଇବି
ଏମିତି ଏ ପଥ ଚାଲିବାଟା କଷ୍ଟ
ବୁଝି ପାରେ ଏକା ଯେ ଅନୁଭବୀ ।
ଲଷ୍ମୀକଲେ ମାନ ସରସ୍ବତୀ ଦାନ
କେମିତି ତୋଷିବି କିପରି ଭାବି
ଏ ପାଖରେ ଧନ ସେପାଖେ ସମ୍ମାନ
କାହାକୁ ଛାଡିବି କାହାର ହେବି ।
ସାରସ୍ୱତ ସ୍ରଷ୍ଟା କପାଳଟା ଫଟା
ପଶ୍ଚିମରେ ଅସ୍ତ ଭାଗ୍ୟର ରବି
ହେଲେ ହେବି ପଛେ ଗରିବ କବିଟେ
ଦୀପ ସମ ଜଳି ଆଲୋକ ଦେବି
✍️✍️✍️✍️♥️✍️✍️
ପାଟେଳି-କପାସି-ନିଆଳି-କଟକ-୭୫୪୦୦୪
କଥାଭାଷା - ୭୫୦୪୩୪୪୭୯୮
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।