ଜୀବନ ହୋଇବ ଧନ୍ଯ
ଷ୍ଟାର୍ଲିନ୍ ସାମନ୍ତରାୟ
ଭଲ କାମ କର ଭଲ ଚିନ୍ତା କର
ଦିବାରାତ୍ରି ସବୁ ଦିନ
ସତ୍ୟର ପଥକୁ ପାଥେୟ କରିଲେ
ଜୀବନ ହୋଇବ ଧନ୍ୟ ।
ଉପଦେଶ ଦେବ ନିଜେ ମାନୁଥବ
କରୁଥିବ ଯେଉଁ କାମ
ସମାଜ ସେବାରେ ମନ ବଳାଇଲେ
ରହିବ ତୁମରି ନାମ ।
ଅର୍ଜି ଥିବା ଧନ ରହେ ନାହିଁ ସାଥେ
କର୍ମ ରହେ ମଲା ଯାଏଁ
ନିଜେ ହସୁଥିବ ଖୁସି ବାଣ୍ଟୁଥିବ
ସକାଳରୁ ସଞ୍ଜ ଯାଏଁ ।
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।