3/01/2020

ପରାର୍ଦ୍ଧ ପ୍ରଣାମ

ଶିବ ପ୍ରସାଦ ବାହିନୀପତି 
ସମ୍ପାଦକ - ଉଦୟ ଭାନୁ


ପରାର୍ଦ୍ଧ ପ୍ରଣାମ ମୋର ଘେନ ଗଙ୍ଗାଧର
ପ୍ରକୃତି ରାଣୀର ଅପରୂପ ଚ଼ିତ୍ରକର ।
କଲମ ମୁନରେ କେତେ ଚ଼ିତ୍ର ଆଙ୍କି ପାର
ପଠନ ମାତ୍ରେ ମୋହିତ ପାଠକ ସକଳ ।

ମାତୃଭୂମି ମାତୃଭାଷା ପ୍ରତି କେତେ ମୋହ
ପାଠକଙ୍କ ମନେ ଆଣେ ଅନେକ ବିସ୍ମୟ ।
ତବ ହସ୍ତେ ପାକସିଦ୍ଧ ସ୍ବାଦିଷ୍ଟ ବ୍ଯଞ୍ଜନ
ଭୋଜନାନ୍ତେ ଉଲ୍ଲସିତ ପାଠକ ପରାଣ । 

ଜୀବନଟା ମାଟି ଘଟ ମାଟିରେ ବିଲୀନ 
ଜନ୍ମ - ମୃତ୍ୟୁ ଧ୍ରୁବ ସତ୍ଯ କରିଛ ପ୍ରମାଣ ।
ପଞ୍ଚମ ଶ୍ରେଣୀ ପର୍ଯ୍ଯନ୍ତ କରି ଅଧ୍ୟୟନ
ପଞ୍ଚାତ୍ମା ବିଷୟ ବର୍ଣ୍ଣି ମହାନ ଆପଣ ।

କାଳଜୟୀ ରଚ଼ନାର ନାହିଁ ପଟାନ୍ତର 
ପୟରେ ପ୍ରଣାମ ଘେନ ମୋର ଶତବାର ।।

ଭାଟପଡ଼ା-ନିରାକାରପୁର-କଣାସ-ପୁରୀ 
୮୯୧୭୪୮୦୫୩୬
ଜୟ ସାହିତ୍ଯ ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।