ପୂର୍ଣ୍ଣଚ଼ନ୍ଦ୍ର ରଣା
°°°°°°°°°°°
ଆଈ କହି ଥିଲା ଅଜା କାନରେ
ମୋ' ପାଇଁ ଆଣିବ ମିଠା ପାନ
ପାନରେ ପକେଇ ମିଠା , ଗୁଜୁରାତି
ଖାଇଲେ ଦେଖିବି ସପନ ା୧
ଅଜା ଆଣି ଥିଲେ ପାନ ହାଟରୁ
ରଖି ଥିଲେ ତାକୁ ଲୁଚେଇ
ଦେଖି ଥିଲା ତାକୁ ନାତିଆ ଟୋକାଟା
ନେଇଗଲା ନାତି ଚୋରେଇ ା୨
ଅଜା ବସିଥିଲେ ଦାଣ୍ଡ ଦୁଆରେ
ପକାଇଲା ଯେ ହୁରି ଆଈ
କୋଉଠି ରଖିଛ ମୋ' ମିଠା ପାନକୁ
ଖୋଜି ଖୋଜି ମୁଁ ପାଉନାହିଁ ା୩
ଧାଇଁ ଗଲେ ଅଜା ପାନ ପାଖକୁ
ଖୋଜି ଖୋଜି ହେଲେ ହତାଶ
ଆଣି ଥିବା ପାନ ପାଇଲେନି ଅଜା
କରିଥିଲେ କେତେ ପ୍ରୟାସ ା୪
ଅଜା ଆସିଲେ ତ ମନ ଦୁଃଖରେ
ବସିଲେ ଆଈର ପାଖରେ
ଆଈ ନାଲି ଓଠ ଦେଖି ଅଜା ବୁଢା
ଅଜା ଜରଜର ରାଗରେ ା୫
ଅଜା ପଚାରିଲେ ଆଈ ବୁଢୀକୁ
କୋଉଠୁ ଆଣିଲୁ ତୁ ପାନ
ନାତିଆ ଟୋକାଟା ଆଣି ଦେଲା ପାନ
ନାତି ମୋର ସୁନା ସପନ ା୬
ଆଈ ପଛରେ ଛପିଥିଲା ନାତି
ଧରି ଯେ ଆଣି ଥିଲେ ଅଜା
ନାତିଆ ପିଠିରେ ଲଗାଇଣ ତେଲ
ବଜାଇଲେ ତ ଅଜା ବାଜା ା୭
ହାଟସିଂହାପୁର-ଯାଜପୁର
ଜୟ ସାହିତ୍ୟ, ଜୟ ସମାଜ
°°°°°°°°°°°
ଆଈ କହି ଥିଲା ଅଜା କାନରେ
ମୋ' ପାଇଁ ଆଣିବ ମିଠା ପାନ
ପାନରେ ପକେଇ ମିଠା , ଗୁଜୁରାତି
ଖାଇଲେ ଦେଖିବି ସପନ ା୧
ଅଜା ଆଣି ଥିଲେ ପାନ ହାଟରୁ
ରଖି ଥିଲେ ତାକୁ ଲୁଚେଇ
ଦେଖି ଥିଲା ତାକୁ ନାତିଆ ଟୋକାଟା
ନେଇଗଲା ନାତି ଚୋରେଇ ା୨
ଅଜା ବସିଥିଲେ ଦାଣ୍ଡ ଦୁଆରେ
ପକାଇଲା ଯେ ହୁରି ଆଈ
କୋଉଠି ରଖିଛ ମୋ' ମିଠା ପାନକୁ
ଖୋଜି ଖୋଜି ମୁଁ ପାଉନାହିଁ ା୩
ଧାଇଁ ଗଲେ ଅଜା ପାନ ପାଖକୁ
ଖୋଜି ଖୋଜି ହେଲେ ହତାଶ
ଆଣି ଥିବା ପାନ ପାଇଲେନି ଅଜା
କରିଥିଲେ କେତେ ପ୍ରୟାସ ା୪
ଅଜା ଆସିଲେ ତ ମନ ଦୁଃଖରେ
ବସିଲେ ଆଈର ପାଖରେ
ଆଈ ନାଲି ଓଠ ଦେଖି ଅଜା ବୁଢା
ଅଜା ଜରଜର ରାଗରେ ା୫
ଅଜା ପଚାରିଲେ ଆଈ ବୁଢୀକୁ
କୋଉଠୁ ଆଣିଲୁ ତୁ ପାନ
ନାତିଆ ଟୋକାଟା ଆଣି ଦେଲା ପାନ
ନାତି ମୋର ସୁନା ସପନ ା୬
ଆଈ ପଛରେ ଛପିଥିଲା ନାତି
ଧରି ଯେ ଆଣି ଥିଲେ ଅଜା
ନାତିଆ ପିଠିରେ ଲଗାଇଣ ତେଲ
ବଜାଇଲେ ତ ଅଜା ବାଜା ା୭
ହାଟସିଂହାପୁର-ଯାଜପୁର
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।