3/01/2020

ଜୀବନ ଏକ ଯୁଦ୍ଧ

🌺🌹🌺🌹🌺🌹🌺🌹🌺
ସଂଯୁକ୍ତା ରାଉତ (ଶିକ୍ଷୟିତ୍ରୀ)

ଦିନ ଥିଲା ....
ଯେତେବେଳେ ,
ଜୀବନର ବୀଜ ଗଣିତ ଆଉ
ତା'ର ସମାଧାନ ,
ଖୁବ୍ ସହଜ ଓ ସରଳ ଥିଲା
ମୋ' ପାଇଁ ........

ଆଜି କିନ୍ତୁ ,
ଜୁଝିବାକୁ କଷ୍ଟ ଲାଗେ ,
ଜୀବନ ଜ୍ୟାମିତି   ୲
କିଛି ଗୋଟେ ଖୋଜିବା
ଓ ପାଇବାର ଉପକ୍ରମରେ ,
ମୁଁ ଛନ୍ଦି ହୋଇଯାଏ ......
ଆସିଯାଏ ଉପପାଦ୍ଯ ପରେ ଉପପାଦ୍ଯ   ୲

ସତରେ ,
ବିଚିତ୍ର ଏ ଉପପାଦ୍ଯ  !
କେତେବେଳେ ସହଜ ତ
ଆଉ କେତେବେଳେ
ଅତି ଜଟିଳ ......
ଏହାର ଶାଖା ପ୍ରଶାଖା   ୲
ଦତ୍ତ , ପ୍ରାମାଣ୍ଯ , ପ୍ରମାଣ
ବେଳେବେଳେ ମୋଟେ
ପଶେନି ମୁଣ୍ଡରେ
ଆଉ ,
ଗୋଳମାଳ ହୋଇଯାଏ
ସବୁକିଛି ଯେପରି ......
ଶେଷରେ ସିଦ୍ଧାନ୍ତ ମିଳେନି   ୲

ଆଉ , ପରିମିତି .....
ତା' କଥା ନକହିଲେ ହିଁ ଭଲ
ପାଏନା ମୁଁ ,
ଏହାର କିଛି ମାପଚୁପ ,
ଭୁଲିଯାଏ କ୍ଷଣେ ପ୍ରତିକ୍ଷଣେ   ୲
କେତେବେଳେ କ୍ଷେତ୍ରଫଳ ତ
ପୁଣି କେତେବେଳେ ପରିସୀମା .....
ମାଡ଼ିଯାଏ ଜୀବନଟା ,
କେତେବେଳେ କୋନ୍ ପରି ତ
ଆଉ କେତେବେଳେ ପ୍ରିଜିମ୍ ପରି ....
ପରିଶେଷରେ ,
କ୍ଷେତ୍ରଫଳରେ ....
ଶୂନ୍ୟତା  ଆଉ ଶୂନ୍ୟତା   ୲

କେତେ ଆଉ ପରଖିବି
ଜୀବନକୁ ,
ଜୀଇଁବାର ଜିଜ୍ଞାସା ପଣକୁ ,
ଦାୟିତ୍ଵ ଓ କର୍ତ୍ତବ୍ୟବୋଧର
କଷଟି ପଥରରେ   ??
ଆଉ ପାରୁନି ମୁଁ ........
ପାରୁନି ଆଉ ମୁଁ .....
ଶ୍ଵାସରୁଦ୍ଧ ଆଜି ମୁଁ ,
ବେଦନାରେ ଜର୍ଜରିତ ତନୁ ମନ
ସତେକି , ଜଣେ ପରାଜିତ ପୁଙ୍ଗବ
ହାରି ଯାଇଛି .....
ହାରି ଯାଇଛି ଆଜି ମୁଁ ,
ମୋର ଏଇ ଜୀବନ ଯୁଦ୍ଧରେ    ୲
🌺🌹🌺🌹🌺🌹🌺🌹🌺


                        ଜୟପୁର , କୋରାପୁଟ 
                     

                        ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।