3/01/2020

ସତ୍ଯକୁ ସାଥିରେ ଧରି

ସୁରଥ କୁମାର ରାଉତ 
====================










ପିଲାଟି ଦିନରୁ ଶୁଣୁଅଛି ମୁହିଁ
     ସତ୍ୟଯୁଗ ତ ଆସୁଛି
କେବେ ହେବ ଶେଷ ଏଇ କଳିଯୁଗ
      ସେକଥା କିଏ ଜାଣୁଛି ।
ଭକ୍ତ ପ୍ରହଲ୍ଲାଦ ଅସହ୍ୟ ବୋଧକୁ
      ପ୍ରଭୁ କି ସହି ପାରିଲେ
ନରସିଂହ ରୂପେ ହିରଣାକ୍ଷ ମାରି
    ସତ୍ୟକୁ ଯେ ରକ୍ଷାକଲେ ।
ତେତ୍ରୟା ଯୁଗରେ ରାମ ଅବତାରେ
       ଧରାପୁଷ୍ଠକୁ ଆସିଲେ
ପ୍ରବଳ ପ୍ରତାପୀ ରାବଣକୁ ମାରି
    ଅତ୍ୟାଚାର ଶେଷ କଲେ ।
ଦ୍ବାପର ଯୁଗରେ କୁଷ୍ଣ ଅବତାରେ
    ଗୋପରେ ଲୀଳା କରିଲେ
କଂସ ମହାରାଜା ଅତ୍ୟାଚାର ଦେଖି
      କଂସକୁ ନିଧନ କଲେ ।
ଅହଂଭାବ ଏଠି ବଢିଚାଲେ ଭାରି
       'ମୁଁ' ହେଉଛି ସବୁକିଛି
'ମୁଁ' ବୋଲିଣ ଯେଉଁ ରାକ୍ଷସ ବୁଲୁଛି
       ପୃଥିବୀ ଧ୍ବଂସ କରୁଛି ।
ଏଇ କଳିଯୁଗେ 'ଓଁ' ହିଁ ଭଗବାନ
     'ମୁଁ' ରୂପ ଧ୍ବଂସ କରିବେ
କଳ୍‌କୀ ରୂପରେ କଳିଯୁଗେ ପ୍ରଭୁ
     ଯୁଗକୁ ଶେଷ କରିବେ ।
ସମସ୍ତେ ଜାଣନ୍ତି ଅହଂଭାବ ଏଠି
      ଏତେ ଯେ ବଢି ଯାଇଛି
ସତ୍ୟ,ଧର୍ମ,ନ୍ୟାୟ ଅନ୍ୟାୟ,ଦୁର୍ନୀତି
        ବଢି ବଢି ତ ଚାଲିଛି ।
ଆସ ଅବତରି ଏ ଧରା ଧାମକୁ
     ସତ୍ୟକୁ ସାଥିରେ ଧରି
ଅନ୍ୟାୟ,ଦୁର୍ନୀତି  ହୋଇଯାଉ ଧ୍ବଂସ
     'ମୁଁ' ରାକ୍ଷସ ଯାଉ ମରି ।
====================

ସଭାପତି - ପରିବାର ସାହିତ୍ଯ ସଂସଦ 
ବନ୍ଧୁପୁର - ସମିତଙ୍ଗା - କଟକ


ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।