3/01/2020

ଯୋଡ଼େନି ସମ୍ପର୍କ

ଉମାକାନ୍ତ ଦାସ 


ମୁଁ ଏକ ଯନ୍ତର ନାହିଁ ମୋ' ଇତର
ସମ୍ପର୍କକୁ ଛିନ୍ନ କରେ
କଇଞ୍ଚି ନାମ ମୋ' ଶରୀର ଲୁହାର
ବଡ ପାଟିଟାରେ ଚିରେ ।।

ଛୋଟିଆ ଛୁଞ୍ଚିଟେ ଲୁହାରେ ତିଆରି
ଚିରା ଫଟା ଲୁଗା ଯୋଡେ
କେଡେ ମହାନତା ଅଟଇ ତାହାରି
ମାନବ ତାହାକୁ ଲୋଡେ ।।

ବଡ ଭଲ ବୋଲି ଯାହାକୁ କହନ୍ତି
ଶୁଭ କାମକୁ ବିଗାଡେ
ଆଗ କୁହା ହୋଇ ଆଗରେ ଥା'ନ୍ତି
କର୍ମ ବେଳେ ପଛେ ପଡେ ।।

ଛୁଞ୍ଚିଟିର ଶିକ୍ଷା ଶିଖ ହେ ଜଗତ
ସଂସାରକୁ ହାତ ଯୋଡେ
ସମ୍ପର୍କରେ ବାନ୍ଧି ରଖ ହେ ଇଜ୍ଜତ
ରହି ସଭ୍ଯତାର ନୀଡେ ।।

ଗୀତ ଚାରି ପଦ ଅରଥ ଅନେକ
ପଡନି ଅସଭ୍ଯ ଗାଢେ
ଲେଖେ ଉମାକାନ୍ତ ଶୁଣ ହେ ବିବେକ
ଜ୍ଞାନୀ ବ୍ଯକ୍ତି ୟା'କୁ ପଢେ ।।

ଲାଲବାଗ - ଖାନନଗର - ମଙ୍ଗଳପୁର - ଯାଜପୁର 
987323 6441--8929476147

ଜୟ ସାହିତ୍ଯ ଜୟ ସମାଜ 

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।