3/01/2020

ଅନ୍ତିମ ଚ଼େତାବନୀ

                    ଆଲୋକ ଚନ୍ଦ୍ର ନାୟକ 
           
   ନଷ୍ଟ ହୋଇଯିବ ଆମର ଏ ଭାରତ ଆଉ ନଷ୍ଟ ହୋଇ ଯିବେ ସବୁ ଭାରତୀୟ । ଆମେ ଯାହାକୁ ଆମର ସୁରକ୍ଷା କବଚ଼ ଭାବୁଛୁ , ଦେଖିବେ ସେ ଆମ ପାଇଁ ନିଶ୍ଚିତ ଦିନେ ହେବ ଘାତକ । ଆମେ ଆମ ସ୍ୱାର୍ଥ ପାଇଁ ନିଜେ ହିଁ ସାଜିବା ଏହାର କାରଣ । ମାତ୍ର ୮୦ ରୁ ୧୦୦ ବର୍ଷ ଭିତରେ ସବୁକିଛି ସଫା ହୋଇଯିବ । କଥାରେ ଅଛି - "ନା ରହିବ ବାଉଁଶ ନା ବାଜିବ ବଇଁଶୀ ।" ଠିକ୍ ସେହିଭଳି ଘଟଣା ଘଟିବ ଆମ ସହ ଓ ଆମର ପର ପିଢୀ ମାନଙ୍କ ସହ । ଏ କଥାଟି ନିଶ୍ଚିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବ । ହଁ ,ଏଇଟା ସତ ; ଏମିତି କିଛି ହେବାକୁ ଯାଉଛି । ଆପଣମାନେ କେହି ଭାବନ୍ତୁନି ଏଇଟା ମୋ' ମନର କଥା ବୋଲି । ଆପଣ ମାନେ ଭଲଭାବେ ଜାଣି ଥିବେ ,  ବିଶେଷ କରି ମୋ' ପୂର୍ବ ଲେଖା ସବୁକୁ ଯେଉଁମାନେ ପଢିଥିବେ ସେମାନେ ଜାଣିବେ ମୋ' ଲେଖାରେ ସତ୍ୟତା ରହିଛି କି ନାହିଁ । ଆଜି ଆପଣ ମାନଙ୍କ ସମୀପେ ମୁଁ ଠିକ୍ ସେହିଭଳି ଏକ ଘଟଣାକୁ ଲେଖା ମାଧ୍ୟମରେ ଉପସ୍ଥାପନ କରୁଛି । 

   ବୈଜ୍ଞାନିକ ମାନଙ୍କ ତଥ୍ୟ ଅନୁଯାୟୀ ଏ ପୁଣ୍ୟ ଭୂମି - ଦେବଭୂମି - ବୀରଭୂମିରୁ ହିମାଳୟ ସମ୍ପୂର୍ଣ ବିଲୀନ ହୋଇଯିବ । ମାଡ଼ି ଆସୁଛି ମହାବିପଦ ; ଏକଥା କିନ୍ତୁ ଆମେ ଜମା ମାନୁନେ । କିନ୍ତୁ ଆମକୁ ସଚ଼େତନ କରିବା ପାଇଁ ବୈଜ୍ଞାନିକ ମାନେ ସଦାସର୍ବଦା ଚେଷ୍ଟା କରୁଛନ୍ତି । ଆଉ ସେଥିପାଇଁ ତ ଏଥର ସିଧାସଳଖ  ଜଣାଇଛନ୍ତି । ଏଥର ଯେଉଁ ବିପଦ ନେଇ ସତର୍କ କରାଇଛନ୍ତି ତାହା ଅତି ସାଂଘାତିକ । ଏକଥା ଅସମ୍ଭବ ନୁହେଁ , ଆମ ଭିତରୁ କେତେକଙ୍କ ଆଖି ଆଗରେ ଘଟିପାରେ ଏ ଘଟଣା । ଆଉ ଏକଥା ବି କହି ହେବନି ଯେ ଆମ ଆଖି ଆଗରେ ଭାରତ ମରୁଭୂମିରେ ପରିଣତ ନ ହେବ ବୋଲି । ସବୁବେଳେ ଆମେ କଙ୍କଡା ହୋଇ ରହିଗଲୁ ,ଯେତେ କହିଲେ ବି ଆମେ ଚ଼େତିଲୁନି । ଏଇ କାନରେ ପୁରେଇ ସେଇ କାନରେ କାଢ଼ିବାରେ ଆମେ ଓସ୍ତାତ୍ ହେଇଗଲୁଣି । ଏଥର ବିପଦରେ ପଡିବା ଥୟ । ଆମ ପ୍ରତି ସତର୍କ ସୂଚ଼ନା, ଘନିଭୁତ ହେବାରେ ଲାଗିଛି ମହା ବିପଦ । ଆମେ ଚାହିଁ ରହିଥିବା, କିନ୍ତୁ ଆମ ଆଖି ଆଗରେ ନଷ୍ଟ ହୋଇଯିବ ସବୁକିଛି । ବଦଳି ଯିବ ଆମ ଭାରତର ଭୂଗୋଳ ଓ ହୋଇଯିବା ଆମେ ଇତିହାସ । ଆମର ସୁରକ୍ଷା କବଚ଼ ହିଁ ସୃଷ୍ଟି କରିବ ଆମ ପାଇଁ ମହା ବିପଦ । ଆମ ହାତରେ ଆଉ ମାତ୍ର ୮୦ରୁ ୧୦୦ ବର୍ଷ । ହଁ , ବୈଜ୍ଞାନିକ ମାନେ ଏକଥା  ଦୃଢ଼ତାର ସହ କହୁଛନ୍ତି । ଦିଆଯାଇଥିବା ସମୟ ଭିତରେ ନିଶ୍ଚିତ ସବୁକିଛି
ହୋଇଯିବ ସଫା । ଉଜୁଡ଼ି ଯାଇ ପାରେ , ନଷ୍ଟ ହୋଇ ଯାଇ ପାରେ ଆମ ଏ ପ୍ରିୟ ଭାରତ । ଶେଷ ହୋଇ ଯାଇ ପାରେ ଆମର ଏ ମହାନ ସଭ୍ୟତା । କାହିଁ କେତେ କାଳରୁ ଭାରତର ସୁରକ୍ଷା କବଚ଼ ସାଜି ଥିବା ହିମାଳୟ ହିଁ ନେଇ ଆସୁଛି ମହା ବିପଦ । ଆମ ହାତରେ ଆଉ ମାତ୍ର ଅଳ୍ପ ସମୟ ; ଅର୍ଥାତ୍ ଆମ ଆଖି ଆଗରେ କିମ୍ବା ଆମ ପର ପିଢ଼ୀଙ୍କ ଆଖି ଆଗରେ ଉଜୁଡ଼ି ଯିବ ଆମର ଏ ସୁନ୍ଦର ସଂସାର । ଏ ନେଇ ଏବେ ଚ଼େତେଇ ଦେଇଛନ୍ତି ଆମକୁ ବୈଜ୍ଞାନିକ ।



    ବୈଜ୍ଞାନିକ ମାନଙ୍କ କହିବା କଥା ହେଲା ଖାଲି ଭାରତ ନୁହେଁ ,ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ ପୃଥିବୀର ପ୍ରାୟ ଏକଚତୁର୍ଥାଂଶ ଲୋକ । ଅର୍ଥାତ୍ ପ୍ରାୟ ୨୦୦ କୋଟି ଲୋକ ଅସୁବିଧାରେ ପଡିବେ । ନିଶ୍ଚିତ ଭାବେ ଏ ସବୁ ଜୀବନ ହେବ ଦୁର୍ବିସହ । ଏ ଭୟଙ୍କର ଭବିଷ୍ୟ ବାଣୀର ସୂଚନା ମିଳିଛି [ International Centre for integrated development (ICID)]ରୁ ; ତା'ର ଏକ ତଥ୍ୟ । ଆମେ ଜାଣିବା ଆବଶ୍ୟକ ଯେ ପ୍ରକୃତ ବିପଦ କ'ଣ ଆଉ ଏହା କେତେ ଭୟଙ୍କର । ICID ଦ୍ୱାରା ଜାରି ତଥ୍ୟରେ କୁହାଯାଇଛି ଯେ ୨୧୦୦ ରୁ ୨୧୨୦ ସୁଦ୍ଧା ନିଶ୍ଚିତ ଆସିବ ଏ ମହା 

ବିପଦ । ତା'ର କାରଣ ହଜି ଯିବ ହିମାଳୟ । ଶୁଖିଯିବ ହିନ୍ଦୁକୋଷ ପର୍ବତର ଦୁଇ ତୃତୀୟାଂଶ ହିମବାହ । ଆଉ ଏପରି ହେବାର ପୂରା ଆଶଙ୍କା ରହିଛି । ସବୁଠାରୁ ଚିନ୍ତା ବଢ଼ାଇଛି ଏହାର କ୍ଷତିର ଆକଳନ । ବୈଜ୍ଞାନିକ ମାନଙ୍କ କହିବା କଥା ଏପରି ହେଲେ ସାରା ଭାରତୀୟ ଉପମହାଦୀପରେ ଦେଖାଯିବ ଭୀଷଣ ଜଳ ସଙ୍କଟ  ;ଶୁଖିଯିବ ଗଙ୍ଗା - ଯମୁନା - କୃଷ୍ଣାକାବେରୀ - ଗୋଦାବରୀ ଓ ବ୍ରହ୍ମପୁତ୍ର - ମହାନଦୀ ଭଳି ବଡ଼ ନଦୀ ସବୁ । କମି ଯିବ ବର୍ଷାର ପରିମାଣ । ICIDର ବୈଜ୍ଞାନିକଙ୍କ କହିବା କଥା ହେଲା ଏହା ଏତେ ମହାବିପଦ ଯେ , ନା ଏହା ପରେ କେହି କେବେ ଦେଖିବେ ନା ଶୁଣିବେ !



     ସାଧାରଣରେ ଏମିତି ପ୍ରଶ୍ନ ନିଶ୍ଚିତ ଆସିବ ଯେ ଶୁଖିଯିବ କାହିଁକି ହିମବାହ ? ତେବେ କାହିଁକି ଶୁଖିଯିବ ହିନ୍ଦୁକୋଷ ପର୍ବତ ? କାହିଁକି ବଦଳି ଯିବ ପାଣିପାଗ ? କ'ଣ କାରଣ ହୋଇପାରେ ଏହାର ? ହଁ  ଏହାର

କାରଣ ହେଉଛି ଯେଉଁ କଥାକୁ ଆମେ ଏ କାନରେ ପୂରେଇ ସେ କାନରେ ବାହାର କରିଦେଉ , ଆଫଗାନିସ୍ଥାନରୁ ମିଆଁମାର ପର୍ଯ୍ୟନ୍ତ ହିନ୍ଦୁକୋଷ ପର୍ବତ ଉପରେ ବିଶ୍ବ ତାପମାତ୍ରାର ପଡିଛି ଜବରଦସ୍ତ୍‌ ପ୍ରଭାବ । ଆମ ବାୟୁମଣ୍ଡଳର ଅତ୍ୟଧିକ ତାପମାତ୍ରା ଯୋଗୁଁ ହିମାଳୟରେ ଘଟିବ ଏପରି ପରିବର୍ତ୍ତନ । ତଥ୍ୟରେ କୁହା ଯାଇଛି ପ୍ଯାରିସ୍‌ ସହିତ ବିଶ୍ବ ସମୁଦାୟ ନିଷ୍ପତ୍ତି ନେଇଛନ୍ତି ବିଶ୍ବ ତାପମାତ୍ରାକୁ ୧ ଦଶମିକ ୫ରେ ରଖାଯିବ । ବର୍ତ୍ତମାନ ସ୍ଥିତିରେ ଯେଉଁ ଉତ୍କଟ ପରିସ୍ଥିତି ସୃଷ୍ଟି ହୋଇଛି ପ୍ୟାରିସ୍ ପଦକ୍ଷପକୁ ତର୍ଜମା କଲେ ବି ହିମାଳୟକୁ ନେଇ ଦିଆଯାଇଥିବା ସମୟ ଭିତରେ ୨ ଦଶମିକ ୧ରେ ସୀମିତ ରହିବ । ଆଉ ଯଦି ଏପରି ହେଉଛି ତେବେ ନିଶ୍ଚିତ ତରଳି ଯିବ ହିମାଳୟର ଦୁଇ ତୃତୀୟାଂଶ ହିମବାହ ; ଆଉ ଏସବୁ ହେଉଛି ଆମ ବଡ଼ ନଦୀ ମାନଙ୍କର ଜଳ ଉତ୍ସ । ( National geophysical Research Institute)ର ବରିଷ୍ଠ ବୈଜ୍ଞାନିକ ପ୍ରେଫେସର୍ ସଏଡ଼ ମସୁଡ଼ ଅହମଦଙ୍କ କହିବା କଥା IPCCର ତଥ୍ୟ ଅନୁସାରେ ବଢୁଥିବା ବିଶ୍ବ ତାପମାତ୍ରା ରୋକିବା ଅସମ୍ଭବ  l ମାନବୀୟ ଗତିବିଧି କାରଣରୁ ଲଗାତର
ବୃଦ୍ଧି ପାଉଛି ଗ୍ରୀନ୍ ହାଉସ୍ ପ୍ରଭାବ  l ପ୍ୟାରିସ୍ଜଳବାୟୁ ବୁଝାବଣାକୁ ଯଦି ଏକାଥରେ ଲାଗୁ କରାଯାଏ ତେବେ ବାୟୁ ମଣ୍ଡଳ ର ତାପ ମାତ୍ରା ୨୦୩୦ ସୁଦ୍ଧା ବୃଦ୍ଧି ପାଇବ ୧ ଦଶମିକ ୫ ଡିଗ୍ରୀ ସେଲ୍‌ସିୟସ । ସବୁଠାରୁ ବଡ଼ କଥା ହେଉଛି ବିଶ୍ବ ତାପମାତ୍ରାକୁ ହ୍ରାସ କରିବା ପାଇଁ ଭାରତ ପକ୍ଷରୁ ଯେ'ଭଳି ସଚେତନତା ଆରମ୍ଭ ହୋଇଛି ; ଅନ୍ୟ ବଡ଼ ଦେଶ ଆମେରିକା ଓ ଚ଼ାଇନା ପକ୍ଷରୁ ସେଭଳି କିଛି ପଦକ୍ଷପ ନିଆଯାଉ ନାହିଁ । ତେଣୁ ଏ' ନେଇ ପଦକ୍ଷେପ କେତେ ସଫଳ ହେବ ତାହା ଜଣା ପଡୁନାହିଁ । ନଷ୍ଟ ହୋଇଯିବ ଆମର ଏ ସବୁଜ ସୁନ୍ଦର ଭାରତ । ଚ଼େତିଲନି , କେହି ବି ଚେତିଲନି  ; ଯେତେ କୁହାଗଲେ ବି କାହାର ଚେତା ପଶିଲାନି । ଦେଖୁଥିବା ଆମେ ମାନେ ସବୁ ଦେଖୁଥିବା , ହାତ ବାନ୍ଧି ବସିବା ଛଡ଼ା ଆଉ କିଛି ଉପାୟ ନ ଥିବ । ସେତେବେଳେ ହିଁ ଆମର ଚେତା ପଶିବ । କିନ୍ତୁ ସେତେବେଳକୁ କିଛି ନ ଥିବ । ଆମେ କିମ୍ବା ଆମ ପରପିଢୀ ଏ ଘଟଣାକୁ ନିଶ୍ଚିତ ନିଜ ଆଖିରେ ଦେଖିବେ । ଆଉ ସେତେବେଳେ ନିଶ୍ଚିତ ଲାଗିବ ସତର୍କ ହୋଇଥିଲେ ହୋଇ ଥାଆନ୍ତା । ମନେ ରଖିବା କଥା ଆମ କଳ୍ପନା ଠାରୁ ବି ଅଧିକ ହେବ ସେ ଦୃଶ୍ୟ । ଶୁଖି ଗଲେ ହିମବାହ କ'ଣ ହେବ ?



    କ୍ରମାଗତ ଭାବେ ବୃଦ୍ଧି ପାଉଛି ବିଶ୍ବ ତାପମାତ୍ରା । ଶୁଖିଯିବ ସିକ୍ତ ହିମାଳୟର ହିମବାହ । ପ୍ରଭାବିତ ହେବ ଭାରତ ଓ ତା' ଆଖପାଖର ସମସ୍ତ ଦେଶ । କିନ୍ତୁ ଥରେ ଭାବିଛନ୍ତି କ'ଣ ହେବ ଏହାର ପ୍ରଭାବ ? କ'ଣ ହେବ ଯଦି ସବୁ ହିମବାହ ତରଳି ଯାଏ ? ଏହାର ଏମିତି ପ୍ରଭାବ ପଡିବ ଯା' ଆମେ କେହି କେବେ କଳ୍ପନା କରି ନ ଥିବା । ଥରୁଟିଏ ଚାଲନ୍ତୁ ଅନୁମାନ କରିବା । ପୃଥିବୀର ତୃତୀୟ ମେରୁ ସବୁଠାରୁ ବଡ଼ ପର୍ବତ । ଯା'କୁ କୁହାଯାଏ ପୃଥିବୀର ଛାତ ।' ଆମେ ସମସ୍ତେ ଜାଣିଛେ ଏହା ପଛର କାରଣ ହେଉଛି ତାପମାତ୍ରା ।  ବିଶ୍ବ ତାପମାତ୍ରାର ପ୍ରଭାବ କେଵଳ ହିମାଳୟ ଉପରେ ନୁହେଁ ,ବରଂ ସାରା ବିଶ୍ବ ଉପରେ ପଡିବ । ହିମାଳୟର ବରଫ ତରଳିଲେ ଏହାର ପ୍ରଭାବ ସିଧା ମେରୁର ତନ୍ଦ୍ରା ଅଂଚଳ ଉପରେ ପଡିବ । ସାରା ବିଶ୍ବରେ ୫ମିଲିୟନ ଘନ ମାଇଲ୍ ବରଫ ସ୍ତର ରହିଛି । ଯଦି ଏହା ସାମାନ୍ୟ ତରଳିବା ଆରମ୍ଭ କରେ ତେବେ ମହାସାଗରରେ ଏହାର ପ୍ରଭାବ ସର୍ବ ପ୍ରଥମେ ପଡିବ । ଏଥିପାଇଁ ବୃଦ୍ଧି ପାଇବ ସାମୁଦ୍ରିକ ଜଳସ୍ତର । ସାରା ବିଶ୍ବରେ ସମୁଦ୍ର ଜଳ ସ୍ତର ପ୍ରାୟ  ୨୧୬ ଫୁଟ୍ ବା ୬୬ ମିଟର ବୃଦ୍ଧି ପାଇବ । ଏ ବିଶ୍ବରେ ଅଧିକାଂଶ ବୃହତ ସହର ମାନ ସାଗର କୁଳରେ ଅବସ୍ଥିତ ।ଥରେ ଚ଼ିନ୍ତା କରିବା କଥା ଏ ସବୁ ର ଅବସ୍ଥା କ'ଣ ହେବ ? ଏଥିରୁ କେହିବି ବର୍ତ୍ତି ଯିବେନି। ସେ ଉତ୍ତର ଆମେରିକା ହେଉ କି ସେ ଦକ୍ଷିଣ ଆମେରିକା ହେଉ ; ସେ ଅଷ୍ଟ୍ରେଲିଆ ହେଉ କି ସେ

ଏସିଆ ହେଉ ଏଥିରୁ କେହି ବି ବାଦ୍‌ ଯିବେନି । ଏମିତିକି ୟୁରୋପ ବି ନୁହେଁ । ନ୍ଯୁୟର୍କ , ବୋଷ୍ଟୋନ୍ ,ରିଏଦୀ , ଜେନିରିଓ, ଜର୍ଜ ଟାଉନ୍  ଦ୍ଵଲିଂ , ଲଣ୍ଡନ ,ଭେନିସ୍‌ ,  ସିଡ୍‌ନୀ ମେଲ୍‌ବୋର୍ଣ୍ଣ ,  ମୁମ୍ବାଇ , କୋଲକାତା , ଚେନ୍ନାଇ , ହଂକଂ, କରାଚ଼ୀ , ବେଜିଂ - ଏମିତ କେତୋଟି ଆମେ ଜାଣିବା ବୃହତ ସହରର ନାମ ଯାହା କି ସମୁଦ୍ର କୁଳରେ ଅବସ୍ତିତ । ଏଥି ସହିତ ଏହିପରି ଆହୁରି ବି ବୃହତ ସହର ମାନ ରହିଛି , କିଛି ଭାସିଯିବ ଆଉ କିଛି ବୁଡିଯିବ । ତଥ୍ୟ କହୁଛି କେବଳ ଏସିଆର ୬୦ କୋଟି ଲୋକ ଅନ୍ୟ ସ୍ଥାନକୁ ପଳାୟନ କରିବେ । ଏମାନଙ୍କ ପାଇଁ ସବୁଠାରୁ କଠିନ ବ୍ୟାପାର ହେବ ଜୀବନ ଜୀବିକା । କେବଳ ସେ ସମୟରେ ଜନ ବସତି ସ୍ଥାପନ କରିବା ପାଇଁ ଗୋଟିଏ ଜାଗାରେ ସମ୍ଭବ ହୋଇପାରେ , ସେ ହେଉଛି ଆଣ୍ଟାର୍କଟିକା । କାରଣ ସେଠି ଅନେକ ମାତ୍ରାର ବରଫ ନ ଥିବ। ପୃଥିବୀର ସବୁ ବରଫ ତରଳି ଗଲେ ଖାଲି ସମୁଦ୍ର ର ଜଳ ମାତ୍ରା ବୃଦ୍ଧି ପାଇବ ତାହା ନୁହେଁ । ଦେଖା ଦେବ ଅନେକ ସମାସ୍ୟା । ପୃଥିବୀର ତାପମାତ୍ରା ଭୟଙ୍କର ଭାବେ ବୃଦ୍ଧି ପାଇବ । କାରଣ ବର୍ତ୍ତମାନ ଏସବୁ ବରଫ ପାଇଁ ଅନେକ ମାତ୍ରାରେ ଉତ୍ତାପ ମହାକାଶକୁ ବିକିରଣ କରିଥାଏ । ସେଥିପାଇଁ ତ ବିଶ୍ବର ତାପମାତ୍ରା ୧୬ ଡିଗ୍ରୀ ରହୁଛି । ବରଫ ତରଳି ଗଲେ ତାପମାତ୍ରା ୧୧ ଡିଗ୍ରୀକୁ କମି ଆସିବ । 



    ଆମେ ସମସ୍ତେ ଜାଣିବା ଦରକାର ୫ ଡିଗ୍ରୀ କମି ଯିବା ପର ର ସ୍ଥିତି ; ଜଙ୍ଗଲରେ ନିଆଁ ଲାଗିବ ଓ ମରୁଡି - ବନ୍ୟା - ବାତ୍ୟା ପରି ଅଧିକରୁ ଅଧିକ ପ୍ରାକୃତିକ ବିପଦ ମାଡ଼ି ଆସିବ । କେବଳ ଏତିକି ନୁହେଁ ତାପର ତାରତମ୍ୟ ପାଇଁ ଭୂ ଆଭ୍ୟନ୍ତରରୁ ମିଥେନ ଗ୍ୟାସ୍ ନିର୍ଗତ ହେବ । ଆଉ ଏହା ଭାରି ବିଷାକ୍ତ ; ତଥ୍ୟ କହୁଛି ଜୀବ ଜଗତ ଲୋପ ପାଇଯିବ । ଏ ତ ଗଲା ସାରା ପୃଥିବୀ ର କଥା । ଏବେ ଆସନ୍ତୁ ଜାଣିବା ସର୍ବ ପ୍ରଥମେ ବିପଦରେ ପଡୁଥିବା ଭାରତର କଥା  । କାରଣ ବିଶ୍ବ ତାପମାତ୍ରା ବୃଦ୍ଧି କାରଣରୁ ଆଗ ତରଳି ଯିବ ହିମାଳୟର ବରଫ ସ୍ତର । ଆମେ ଜାଣିବା ଆବଶ୍ୟକ ହିମାଳୟ ବି କାହାର ଅଂଶ ବୋଲି । ହିମାଳୟ ହେଉଛି ହିନ୍ଦୁକୋଷ ପର୍ବତର ଏକ ଅଂଶ । ହିନ୍ଦୁକୋଷ ପର୍ବତ ଯାହା ଆଫଗାନିସ୍ଥାନରୁ ମିଆଁମାର ଯାଏଁ ଦିର୍ଘ ୩୫୦୦ କିଲୋମିଟର ବ୍ୟାପିଛି । ଥରେ ଚିନ୍ତା କଲେ ହିମାଳୟରୁ ହିମବାହ ସବୁ ଶୁଖି ଗଲେ କ'ଣ ହେବ ? ଜାଣିଛନ୍ତି ଏହାଦ୍ୱାରା ସର୍ବ ପ୍ରଥମେ ପ୍ରଭାବିତ ହେବେ ଭାରତ ସମେତ ଆଠରୁ ଅଧିକ ଦେଶ ? ସେ ସେ ସବୁ ଦେଶ ହେଲା :- ଆଫଗାନିସ୍ଥାନ , ପାକିସ୍ତାନ୍ , ଭାରତ , ବାଂଗଲା ଦେଶ , ନେପାଳ , ଭୁଟାନ୍,  ମିଆଁମାର୍ ଓ ଚାଇନା । କାରଣ ଏସବୁ ଦେଶରେ ପ୍ରବାହିତ ହୁଏ ହିମାଳୟରୁ ବାହାରି ଥିବା ଅନେକ ବୃହତ ନଦୀ ମାନ । ଏ ଭିତରେ ରହିଛନ୍ତି ଗଙ୍ଗା , ସିନ୍ଧୁ ବ୍ରହ୍ମପୁତ୍ର ଓ ଯମୁନା ଭଳି ଅନେକ ବୃହତ ନଦୀ । ଜାଣି ରଖନ୍ତୁ ଯଦି ହିମବାହ ଶୁଖି ଯିବ ତେବେ ୨୫ କୋଟି ଲୋକ ଆଗେ ପ୍ରଭାବିତ ହେବେ । ଆଉ ପରୋକ୍ଷରେ ଏହା ଅନ୍ୟ ୧୭୦ କୋଟି ଲୋକଙ୍କ ଜୀବନ ଦୁର୍ବିସହ କରିଦେବ ।


         ଭୂତତ୍ତ୍ୱବିତ୍‌ଙ୍କ ମତରେ ୭ କୋଟି ବର୍ଷ ପୂର୍ବେ ହୋଇ ଥିଲା । ଯଦି ହିମାଳୟର ହିମବାହ ଶୁଖି ଯାଏ ତେବେ ବଦଳି ଯିବ ତା'ଚାରିପାଖେ ଥିବା ସମସ୍ତ ଅଂଚଳର ଜଳବାୟୁ । ଏମିତି ବି ହୋଇପାରେ ଭାରତକୁ ଆଉ ମୌସୁମୀ ବାୟୁ ଆସି ବି ନ ପାରେ । ହିମାଳୟ ଚାରିପଟେ ଥିବା ସମସ୍ତ ନଦୀବନ୍ଧରୁ ଉତ୍ପାଦନ ହୁଏ ବାର୍ଷିକ ୫୦୦ ଜିଗା ୱାର୍ଡ ଜଳ ବିଦୂତ୍ । ଯାହାଦ୍ୱାରା ୧୦୦ କୋଟିରୁ ଅଧିକ ଲୋକଙ୍କ ଘରେ ଆଲୁଅ ଜଳେ । ହିମବାହ ଶୁଖି ଗଲେ ଏସବୁ ନିଶ୍ଚିତ ଅନ୍ଧାର ହୋଇଯିବ । ହିମବାହ ଶୁଖିବା ମାତ୍ରେ ଏହା ପ୍ରଥମେ ଅଧିକ ତରଳିବ । ଫଳରେ ଅନେକ ନଦୀରେ ଦେଖାଦେବ ଅଦିନିଆ ବର୍ଷା । କିନ୍ତୁ କିଛି ବର୍ଷ ଭିତରେ ଏ ସବୁ ନଦୀ ଶୁଖିଲା ହିଁ ଶୁଖିଲା ପଡିବ । ଜଳବାୟୁର ଏ ଅଦିନିଆ ପରିବର୍ତ୍ତନ ପାଇଁ ମାନବ ସମାଜ ରୋଗରେ ପଡିବା ନିଶ୍ଚିତ ; ମାନବ ସମାଜକୁ ଧିରେ ଧିରେ ଶ୍ମଶାନରେ ପରିଣତ କରିଦେଇ ପାରେ । ତେଣୁ ହିମବାହ ଯୋଗୁଁ ଅନୁମାନ କରି ହେଉଥିବା ଆଉ ଆକଳନ କରି ହେଉ ନଥିବା ଅନେକ ସମାସ୍ୟାରେ ଏ ମାନବ ସମାଜ ପଡିପାରେ । ଯାହାକୁ ନେଇ ଏତେ ସବୁ କଥା , ମାନେ ହିମବାହ କ'ଣ ? ସେ ବିଷୟରେ ଆମକୁ ଜାଣିବା ନିହାତି ଆବଶ୍ୟକ ।
ହିମବାହ କହିଲେ ସାଧାରଣତଃ ଏହା ହିଁ ବୁଝାଯାଏ - ପର୍ବତର ଶୋଭା ଆମ ନଦୀର ଉତ୍ସ ଓ ଆମ ଏ ସୁନ୍ଦର ଜୀବନର ଧାରା । ସର୍ବ ପରି ଆମ ସଭ୍ୟତା ଓ ସଂସ୍କୃତିର ଉତ୍ସ । ଏସବୁ ପରେ ବି ଏ ହେଉଛି ଆମ ଜୀବିକା ଓ ଜୀବନର ଆଧାର । ଏହା କେତେ ଆମ ପାଇଁ ଆବଶ୍ୟକ ଆମେ କଳ୍ପନା କଲେ ବି କରି ପାରିବାନି । ହିମବାହ କ'ଣ ମୁଁ ଯେତିକି ଜାଣିଛି ଏଠି ନିଶ୍ଚିତ କିଛି ସୂଚନା ଦେବି । 



      କାହିଁ କେତେ କାଳରୁ , କାହିଁ କୋଉ ଯୁଗରୁ ଯା'ର କି କେଉଁଥିରେ ହିସାବ ନାହିଁ ; ଲକ୍ଷ ଲକ୍ଷ ବର୍ଷ ଧରି ଆମ ଏ ପୃଥିବୀକୁ ସଜାଡିବାରେ ଲାଗିଛନ୍ତି ଏଇ ହିମବାହ । ହିମବାହ ହେଉଛି ଏକ ବିଶାଳ ବରଫ ସ୍ତର ଯାହା ଉଚ୍ଚରୁ ନିମ୍ନକୁ ପ୍ରବାହିତ ହେଉଥାଏ । ମନେ ରଖନ୍ତୁ ହିମବାହକୁ ଦୁଇଟି ଶ୍ରେଣୀରେ ଭାଗ କରାଯାଇ ପାରେ । ଆଲ୍‌ବାଇନ୍ ହିମବାହ ସାଧାରଣତଃ ସୁଉଚ୍ଚ ପର୍ବତ ଉପରେ ସୃଷ୍ଟି ହୁଏ । ଏହା ଧିରେ ଧୀରେ ଉପତ୍ୟକା ଆଡକୁ ଅଗ୍ରସର ହୁଏ । ବେଳେ ବେଳେ ହିମବାହ ଦ୍ୱାରା ସୃଷ୍ଟି ହୁଏ ଉପତ୍ୟକା । କେବଳ ଅଷ୍ଟ୍ରେଲିଆକୁ ଛାଡ଼ି ଦେଲେ ସବୁ ମହାଦେଶରେ ରହିଛି ଉପତ୍ୟକା । କିନ୍ତୁ ବରଫ ସ୍ତର ପଥର ଉପରେ ସୃଷ୍ଟି ହୁଏ । ଏହା ବିଭିନ୍ନ ଦିଗକୁ ଗତି କରେ । ଏସବୁ ହିମବାହ ସାଧାରଣତଃ ମେରୁ ଅଂଚଳରେ ଦେଖାଯାଏ । ବର୍ଷ ବର୍ଷ ଧରି ବରଫପାତ ଫଳରେ ବରଫ ଉପରେ ବରଫ ଜମା ହୋଇ ସୃଷ୍ଟି ହୁଏ ହିମବାହ । ସମୟ କ୍ରମେ ଏହା ଅଧିକ ଘନୀଭୂତ ହୁଏ  । ଏହା ଅଧିକ ଦିନ ହେଲେ କଠିନ ହୋଇଯାଏ  । ଏହାର ଓଜନ ଅଧିକ ଓ ଏହା ଜମାଟ ବାନ୍ଧିବା ଫଳରେ ତଳ ସ୍ତର ତରଳିବାରେ ଲାଗେ । ତେଣୁ ବରଫ ସ୍ତର ଖସିବା ଆରମ୍ଭ କରେ ।

ହିମବାହର ଅଧିକ ଗତି କାରଣରୁ ପର୍ବତର ଚ଼ଟାଣ ସଂଘର୍ଷ ଦ୍ୱାରା କ୍ଷତି ହୋଇଥାଏ । ବିଗତ ୨୦୦୦୦ ଅଧିକ ବର୍ଷ ଧରି ହିମବାହ ବୋହି ଚ଼ାଲିଛନ୍ତି । ତା' ଦ୍ୱାରା ତିଆରି ହୋଇଛି ଅନେକ ଭୂ-ରୂପ । ଏହା ଭିତରେ ରହିଛି ଅନେକ ଉପତ୍ୟକା ଓ ଛୋଟ ଛୋଟ ପାହାଡ଼ ପର୍ବତ । 



    ଅନେକ ଦୃଷ୍ଟିରୁ ହିମବାହ ଆମ ସମାଜକୁ ଗଢ଼ି ତୋଳିବାରେ ଏକ ଭୂମିକା ଗ୍ରହଣ କରିଛି । ଏହା ଦ୍ୱାରା ବାହିତ ପଟୁ ସୃଷ୍ଟି କରେ ଉର୍ବର ମୂର୍ତ୍ତିକା । ଏଇ ହିଁ ସୃଷ୍ଟି କରେ ମନ ଭୁଲି ଯାଉଥିବା ପରି ଝରଣା ଓ ନଦୀ । ଏ ବିଶ୍ବରେ ସଫା ଜଳର ମୂଳ ଆଧାର । ତେଣୁକରି ମୁଁ ମୋ' ତରଫରୁ ସମସ୍ତଙ୍କୁ ଚେତାବନୀ ଦଉଛି , ଖାଲି ମୋ' ତରଫରୁ ନୁହେଁ ବୈଜ୍ଞାନିକ ମାନଙ୍କ ତରଫରୁ ବି ଏହାକୁ ଅନ୍ତିମ ଚେତାବନୀ ବୋଲି ଭାବନ୍ତୁ ; ହିମବାହର କିଭଳି ସୁରକ୍ଷା ହୋଇ ପାରିବ ସେଥି ପ୍ରତି ଯତ୍ନବାନ ହୁଅନ୍ତୁ । ନିଜକୁ ବଞ୍ଚେଇବା ସାଙ୍ଗେ ସାଙ୍ଗେ ଏ ବିଶ୍ବକୁ ବଞ୍ଚେଇବା ପାଇଁ ଉଦ୍ୟମ କରନ୍ତୁ ।


ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।