ପ୍ରଦୀପ କୁମାର ସାହୁ
ପବିତ୍ର ଚିନ୍ତନ ହୃଦେ ଦିଏ ସ୍ଥାନ ପତ୍ର ମଧ୍ୟେଟି ତୁଳସୀ ,
ପାନ କଲେ ସଦା ଆନନ୍ଦ ମିଳଇ
ଭାବନା କରୁଛି ବସି ll
ଅମୃତ ଭାବନା ଆସେ ବୋଲି ସିନା
ପତ୍ରକୁ ରଖିଛି ପାଖେ ,
ସେଥିପାଇଁ ଆଜି ଶୁଭ ନିମନ୍ତ୍ରଣ
ପ୍ରତି ମୁହୂର୍ତ୍ତରେ ଡାକେ ll
ଜୀଵନେ ଅଭାବ ଘୁଞ୍ଚି ଯିବ ତବ
ଭାବନା କରୁଛୁ କେତେ ,
ଅନ୍ନରେ ପଡିଲେ ସ୍ୱାଦିଷ୍ଟ ହୁଅଇ
ଆହା କି ଆନନ୍ଦ ସତେ ll
ପ୍ରଭୁ ଜଗନ୍ନାଥ ହୁଅନ୍ତି ସନ୍ତୁଷ୍ଟ
ତୁଳସୀକୁ ପାଖେ ରଖି ,
ସେଥିପାଇଁ ଆଜି ଶୋଭା ପାଉଛନ୍ତି
ମୋ' ମନ ଯାଇଛି ଲାଖି ll
ଧନ୍ୟ ତୁମ୍ଭେ ଚକାଆଖି lll
ସରସରା-ବୌଦ୍ଧ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।