ସଂଗ୍ରାମ କେଶରୀ ରାଉତରାୟ
ଜାତି ପ୍ରାଚୀରର ଆର ପଟେ ଥାଇ
ତୁମେ ଗଡାଉଛ ଲୁହ
ଲହୁ ଭରା ଏଇ ହୃଦୟଟା ମୋର
ସମ୍ଭାଳି ପାରୁନି କୋହ ।
କିଏ ଗଢି ଥିଲା ଉଚ୍ଚ-ନୀଚ୍ଚ ଭାବ
ଜାତିର ଭାବନା ନେଇ
ମଣିଷ ଭିତର ମଣିଷ ପଣିଆ
ସ୍ୱାର୍ଥ ଯଜ୍ଞେ ଜାଳି ଦେଇ ।
ସେ ଯଜ୍ଞରେ ଆଜି ଆହୁତି ହେଉଛି
ଆମରି ପବିତ୍ର ପ୍ରେମ
ବେଦ ମନ୍ତ୍ର ଛାଡି ବୋଲୁଛି ସମାଜ
ସାମ୍ପ୍ରଦାୟୀକତା ନାମ ।
ସଭାପତି - ଉଦୟ ଭାନୁ
(ସାହିତ୍ଯ ଓ ସମାଜସେବା ସଙ୍ଗଠନ)
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।