ଶିବ ଚରଣ ମହାପାତ୍ର

ଏଇ...
ଥରେ ଆସନା...
ପାହାନ୍ତି ପ୍ରହରୁ ମହୁଲି କାକରରେ..
ଅପଲକ ନୟନେ
ପଥପ୍ରାନ୍ତେ ବସିଛି ମୁଁ ତୁମ ଅପେକ୍ଷାରେ..
ହୃଦୟ ଗଳିକନ୍ଦି ଦେଇ
ବିଲ-ବଣ-ନଇ-ପାହାଡ-ପର୍ବତ ଡେଇଁ
କେତେ ଆଉ ଦୌଡିବ..??
ଭାବନା ରେଳଗାଡି
ଷ୍ଟେସନ ଛାଡିବା ଆଗରୁ
ଖାଲି ଥରୁଟିଏ
ଓହ୍ଲାଇ ଆସନା
ହିମାଳୟ ତୁଙ୍ଗ ଶୀଖରରୁ...
ଭାବୁଛ କି..
ତୁମେ ଆସି ଗଲେ
ଫୁଲ ସବୁ ଜଳି ଯିବେ ଲାଜ ସରମରେ..
ରାସ୍ତା କଡ
ବତୀ ସବୁ ନଇଁ ଯିବେ ତୁମ
ତେଜୋଦ୍ଦୀପ୍ତ ଉଜ୍ଜଳରେ....
ପଥ ସବୁ ଭାଙ୍ଗି ଯିବେ
ପାଦ ପିନ୍ଧା ପାଉଁଜି ଶବ୍ଦରେ...
ତଥାପି...
ଥରୁଟେ ଆସନା...
ବ୍ୟସ୍ତତା ଜୀବନେ ମୋର
ଚଢିଲାଣି ବାଲିଚର..
ଅଦିନିଆ ବର୍ଷା ସାଜି
ଆଜି
ମୋ ଲେଖନୀ ମୁନରୁ ଝର...
ଲୋଡା ନାହିଁ ମୋତେ ତୁମ
ସଂସ୍କାର ଗହଣା, ରାଜକୀୟ ପରମ୍ପରା
ଅଳଙ୍କୃତ ବେଶଭୂଷା
ଅବା ଆନ କିଛି...
ବାସ୍..
ମୋତେ ଦରକାର..
ତୁମ..
ନମନୀୟ ମନ,କମନୀୟ କାନ୍ତି ଚିରି
ଫୁଟି ଉଠୁଥିବା
ଲାଲ୍ ଗୋଲାପ ର ହସ କିରି କିରି...
ଖାଲି
ଥରୁଟିଏ ଆଜି ଝରୁ..
ଝରି ଝରି ଭିଜି ଭିଜେଇ ହସୁଥାଉ
ଶବ୍ଦ ର ଏ ଗହଳି ଭିତରୁ...
ଏଇ...
ତୁମେ ଆସିବ ନା...??
×-×-×-×-×-×-×-×-×-×-×
ଚ଼କ୍ରଧରପୁର - କେନ୍ଦୁଝର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।