କବିତା ମହାନ୍ତି
କଅଁଳ ଶିଶୁଟି ଝାଉଁଳି ପଡିଛି ଦାରିଦ୍ର୍ଯର କଷାଘାତେ
ଛନ୍ଦି ହୋଇ ଯାଏ ଶିଶୁ ଶ୍ରମିକର
ଚକ୍ରବ୍ଯୁହ ପଦାଘାତେ ।
ଦାରିଦ୍ର୍ଯର ରୌଦ୍ର ଝାଉଁଳାଇ ଦିଏ
ଅଫୁଟା କୁସୁମ କଢି
ଅପପୁଷ୍ଟି ଦିଏ ଅକାଳ ମରଣ
ରୋଗ ଦାଉ ଯାଏ ବଢି ।
ଜରି ଗୋଟାଳିର ଭାଗ୍ଯ ଆକାଶେ
ପୁନେଇ ଜହ୍ନ ସପନ ।
କଅଁଳ ବୀଣାରେ କରୁଣ ଝଙ୍କାର
ଦୁଃଖ ନରହେ ଗୋପନ ।
ଦରୋଟି ଓଠରୁ ହସ ଫୁଲସବୁ
କିଏନେଇ ଗଲା ଲୁଟି ।
ଲବଣି ପିତୁଳା ଶୁଷ୍କ କାଷ୍ଟ ପରି
ଅଭାବି କଷଣେ କୁଟି ।
ବାଲ୍ଯ ସୁଖ ପରା ତାପାଇଁ ସପନ
ବାଲିଖେଳଘର ଭାଙ୍ଗେ ।
ଏତେ ବଡ ଶାପ ଦିଅ ନାହିଁ ତାକୁ
ମାଖି ଦିଏ ସ୍ନେହ ରଙ୍ଗେ ।
ସାଇଲୋଝାରପଡ଼ା ଉପ୍ରା ବିଦ୍ଯାଳୟ
କଣ୍ଟାପଡ଼ା-କଟକ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।