3/01/2020

କଅଁଳ ଶିଶୁ

କବିତା ମହାନ୍ତି 
କଅଁଳ ଶିଶୁଟି ଝାଉଁଳି ପଡିଛି                
ଦାରିଦ୍ର୍ଯର  କଷାଘାତେ 
ଛନ୍ଦି ହୋଇ ଯାଏ ଶିଶୁ ଶ୍ରମିକର
ଚକ୍ରବ୍ଯୁହ  ପଦାଘାତେ   ।
ଦାରିଦ୍ର୍ଯର  ରୌଦ୍ର ଝାଉଁଳାଇ ଦିଏ
ଅଫୁଟା କୁସୁମ କଢି 
ଅପପୁଷ୍ଟି ଦିଏ ଅକାଳ ମରଣ 
ରୋଗ ଦାଉ ଯାଏ  ବଢି  ।
ଜରି ଗୋଟାଳିର ଭାଗ୍ଯ ଆକାଶେ 
ପୁନେଇ ଜହ୍ନ ସପନ  ।
କଅଁଳ ବୀଣାରେ କରୁଣ ଝଙ୍କାର 
ଦୁଃଖ ନରହେ ଗୋପନ   ।
ଦରୋଟି ଓଠରୁ ହସ ଫୁଲସବୁ 
କିଏନେଇ ଗଲା ଲୁଟି   ।
ଲବଣି ପିତୁଳା ଶୁଷ୍କ କାଷ୍ଟ ପରି 
ଅଭାବି କଷଣେ କୁଟି  ।
ବାଲ୍ଯ ସୁଖ ପରା ତାପାଇଁ ସପନ
ବାଲିଖେଳଘର ଭାଙ୍ଗେ   ।
ଏତେ ବଡ ଶାପ ଦିଅ ନାହିଁ ତାକୁ
ମାଖି ଦିଏ ସ୍ନେହ ରଙ୍ଗେ   ।

ସାଇଲୋଝାରପଡ଼ା ଉପ୍ରା ବିଦ୍ଯାଳୟ 
କଣ୍ଟାପଡ଼ା-କଟକ 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।