3/01/2020

।।ମୃତ୍ଯୁ ।।

ଦିଲ୍ଲୀପ କୁମାର ନନ୍ଦୀ

ତମେ ଆସ କେଵେ 
ପ୍ରଳୟଙ୍କରୀ ବିସ୍ପୋରଣ ଶବ୍ଦ ତ 
କେଵେ ଅଂଶୁଘାତ ସାଜି। 
   
      ତମେ ଯେ ଚିରନ୍ତନ ସତ୍ୟ 
  ନିରଅହଂକାରୀ  ଅନ୍ଧକାର ରୁପ ନେଇ, 
କେବେ ପୁଣି        
 ଆଲୋକର ଆତ୍ମ ବଡ଼ିମାରେ  ।

କ୍ଷଣିକ -ଅଳିକ ତମେ ଯିବାର କିଛି କାଳ 
   କୋଳାହଳ ଶୋକର ଛାୟା 
ଆଉ ଲୁହ। 

ଠିକ୍ ତମର ଭିନ୍ନରୁପ 
  ଶୀତର ଶୀତଳ ହିମ ଖଣ୍ଡ ପରି 
ଶିଥିଳତା ,ଶୀତଳ 
      ନିଶବ୍ଦ ପଦ ଧ୍ୱନି କରି। 

ଭବାନୀପାଟଣା - କଳାହାଣ୍ଡି 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।