ସରିତା ସେନାପତି
^^^^^^^^^^^^^^^^
କାକର ବିନ୍ଦୁ ଯେ ମୋତି ପରି ଦିଶେ
ଧରଣୀର ସବୁଜ ଶଯ୍ୟାରେ ,
ମୋତି ନୁହେଁ ସେ ତ କାକର ବିନ୍ଦୁଏ
କବିର ଏ କବିତା ଭାଷାରେ ।।
ସାରୁ ପତରରେ ଟଳମଳ ପାଣି
କାଳେ ଝରିଯିବ ଫୁଲ ସୁନାର ,
ବେଙ୍ଗୁଲି ରାଣୀର ଉଛୁଳି ପଡିବ
ଆଞ୍ଜୁଳାଏ ପ୍ରେମ ପ୍ରୀତି ବର୍ଷାର ।।
ଜୀବନର ସତ୍ୟ ସ୍ନେହର ପରଶ
ରାତିକର ସ୍ବପ୍ନ ରହିଛି ଅଧା ,
ସକାଳ ସୂରୁଜ ପ୍ରୀତି ବନ୍ଧନର
କାମନାର କଷ୍ଟ ଦିଏ ଯେ ବାଧା ।।
ବାଦଲ ବରଷା ଟୋପାର ଝଲକ
ବାଟବଣା ଆଜି ଶୁଖିଲା ଏ ମନ ,
ମାନେ ନାହିଁ ଦିନ ମାନେନି ଏ ରାତି
ଆନମନା ଆଜି ଆକାଶର ଜହ୍ନ ।।
ଜୟ ସାହିତ୍ୟ, ଜୟ ସମାଜ
^^^^^^^^^^^^^^^^
କାକର ବିନ୍ଦୁ ଯେ ମୋତି ପରି ଦିଶେଧରଣୀର ସବୁଜ ଶଯ୍ୟାରେ ,
ମୋତି ନୁହେଁ ସେ ତ କାକର ବିନ୍ଦୁଏ
କବିର ଏ କବିତା ଭାଷାରେ ।।
ସାରୁ ପତରରେ ଟଳମଳ ପାଣି
କାଳେ ଝରିଯିବ ଫୁଲ ସୁନାର ,
ବେଙ୍ଗୁଲି ରାଣୀର ଉଛୁଳି ପଡିବ
ଆଞ୍ଜୁଳାଏ ପ୍ରେମ ପ୍ରୀତି ବର୍ଷାର ।।
ଜୀବନର ସତ୍ୟ ସ୍ନେହର ପରଶ
ରାତିକର ସ୍ବପ୍ନ ରହିଛି ଅଧା ,
ସକାଳ ସୂରୁଜ ପ୍ରୀତି ବନ୍ଧନର
କାମନାର କଷ୍ଟ ଦିଏ ଯେ ବାଧା ।।
ବାଦଲ ବରଷା ଟୋପାର ଝଲକ
ବାଟବଣା ଆଜି ଶୁଖିଲା ଏ ମନ ,
ମାନେ ନାହିଁ ଦିନ ମାନେନି ଏ ରାତି
ଆନମନା ଆଜି ଆକାଶର ଜହ୍ନ ।।
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।