3/01/2020

କଇଞ୍ଚି


ଚ଼ିନ୍ମୟୀ ପଣ୍ଡା (ପ୍ରାଚୀଲେଖା)

କଚ୍ କଚ୍ କଚ୍ କାଟି ଦିଏ ସିଏ
କାଗଜ କପଡା ପଟି
ନୂଆ ଚିଜଟିଏ ଗଢି କାରିଗର
ଆନନ୍ଦ ହୁଅଇ ଅତି ।
ଅଜଣା ମଣିଷ ହାତରେ ପଡିଲେ
ଅପବ୍ଯବହାର ହୁଏ 
ସୁନ୍ଦର ଜିନିଷ ଖିନ୍‌ଭିନ୍ ହୋଇ
ନଷ୍ଟଭ୍ରଷ୍ଟ ହୋଇଥାଏ ।

ସେହିପରି ମୁଖୁ ନିଃସୃତ ବାଣୀ
ଅଟଇ କଇଞ୍ଚି ଧାର
କାଟିକୁଟି ତାକୁ ସମ୍ଭ୍ରମେ କହିଲେ
ହସି ଉଠେ ଏ ସଂସାର ।
ଚଳାଇ ନଜାଣି ହାତରେ ଧରିଲେ
ଛିଣ୍ଡେ ସଂପର୍କର ଡୋର
କଇଞ୍ଚି କି କଥା ବ୍ଯବହାର ନେଇ
ଗୁଣ ବିକାଶଇ ତା'ର ।
----------0-----------
ଫକୀରପୁର - କେନ୍ଦୁଝର 

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।