କାଦମ୍ବିନୀ ଖୁଣ୍ଟିଆ

ପିଲାବେଳ କଥା
ଖୁବ୍ ମନେ ପଡୁଛ ମାଆ
ହାତ ଧରି ଚାଲିବା
ଶିଖେଇ ଦେଉଥିଲ...
କେବେ କେବେ ଚାଲୁ
ଚାଲୁ ଝୁଣ୍ଟି ପଡ଼ିଲେ
ଧାଇଁ ଆସି କୋଳେଇ ନିଅ...
ହାତରେ ଧରେଇ ଦିଅ
ରଙ୍ଗ ବେରଙ୍ଗର ବେଲୁନ୍
ତାକୁ ଧରି ଖେଳିବା କେତେ
ମଜା ଥିଲା ସତେ...
ମୋ' ସଖୀ କଣ୍ଢେଇକୁ
ଧରେଇ ଦେଇଥାଏ
ବେଲୁନ୍ ; ବାଃ କି
ଅପୂର୍ବ ଆନନ୍ଦ...!
ଏଇ ଛାଇ ଆଲୁଅର
ଖେଳ ସାଙ୍ଗକୁ ପୁଣି
ଏ ବେଲୁନ୍ ବେଶ୍
ମନୋହର...
ଏବେ କିନ୍ତୁ ଖୁବ୍
ଆକାଶ ପାତାଳ ଫରକ
ବେଲୁନ୍ ତ ମିଳିଯିବ
ଭଳି କି ଭଳି...
ହେଲେ ଫେରି ପାଇବିନି
ପିଲାଦିନ...
ଛାଇ ଆଲୁଅ ତ ଅଛି
କିନ୍ତୁ ସେଥିରେ ଭରି
ରହିଛି ଅଗ୍ନିର ଶିଖା...
ନା ଆଗକୁ ଯିବାକୁ
ଚାହିଁଲେ ଯାଇ ହେଉଛି...
ନା ପଛକୁ ଫେରିବାକୁ
ଚାହିଁଲେ ଫେରି ହେଉଛି...
ଛାଡ଼ିଦେଲ ହାତ ମୋର
ଠିକ୍ ଆଗକୁ ଯିବା ସମୟରେ...
ପାଇଲିନି ସାହାରା ଟିକକ
କିପରି କରିବି ପଥ ଅତିକ୍ରାନ୍ତ...? ? ?
ବୋଧହୁଏ ଦୁଷ୍ଟାମି ପଣ
ବଢ଼ି ଯାଇଥିଲା...
ଯୋଉଥି ପାଇଁ ଛାଡ଼ିଦେଲ
ଅନ୍ଧାର ପଥରେ...
ଏମିତି ଯଦି କରିବାର ଥିଲା
କାହିଁକି ମାରି ନ ଦେଲ
ଏନ୍ତୁଡ଼ିଶାଳରେ...
ଛାଡ଼ିଦେଲ ଜଳିବା ପାଇଁ
ମହଣ ମହଣ ଅଗ୍ନିର
ପ୍ରକୋପ ଜ୍ଵାଳାରେ...
କରମକୂଳ କେନ୍ଦ୍ରାପଡ଼ା
ଜୟ ସାହିତ୍ୟ, ଜୟ ସମାଜ

ପିଲାବେଳ କଥା
ଖୁବ୍ ମନେ ପଡୁଛ ମାଆ
ହାତ ଧରି ଚାଲିବା
ଶିଖେଇ ଦେଉଥିଲ...
କେବେ କେବେ ଚାଲୁ
ଚାଲୁ ଝୁଣ୍ଟି ପଡ଼ିଲେ
ଧାଇଁ ଆସି କୋଳେଇ ନିଅ...
ହାତରେ ଧରେଇ ଦିଅ
ରଙ୍ଗ ବେରଙ୍ଗର ବେଲୁନ୍
ତାକୁ ଧରି ଖେଳିବା କେତେ
ମଜା ଥିଲା ସତେ...
ମୋ' ସଖୀ କଣ୍ଢେଇକୁ
ଧରେଇ ଦେଇଥାଏ
ବେଲୁନ୍ ; ବାଃ କି
ଅପୂର୍ବ ଆନନ୍ଦ...!
ଏଇ ଛାଇ ଆଲୁଅର
ଖେଳ ସାଙ୍ଗକୁ ପୁଣି
ଏ ବେଲୁନ୍ ବେଶ୍
ମନୋହର...
ଏବେ କିନ୍ତୁ ଖୁବ୍
ଆକାଶ ପାତାଳ ଫରକ
ବେଲୁନ୍ ତ ମିଳିଯିବ
ଭଳି କି ଭଳି...
ହେଲେ ଫେରି ପାଇବିନି
ପିଲାଦିନ...
ଛାଇ ଆଲୁଅ ତ ଅଛି
କିନ୍ତୁ ସେଥିରେ ଭରି
ରହିଛି ଅଗ୍ନିର ଶିଖା...
ନା ଆଗକୁ ଯିବାକୁ
ଚାହିଁଲେ ଯାଇ ହେଉଛି...
ନା ପଛକୁ ଫେରିବାକୁ
ଚାହିଁଲେ ଫେରି ହେଉଛି...
ଛାଡ଼ିଦେଲ ହାତ ମୋର
ଠିକ୍ ଆଗକୁ ଯିବା ସମୟରେ...
ପାଇଲିନି ସାହାରା ଟିକକ
କିପରି କରିବି ପଥ ଅତିକ୍ରାନ୍ତ...? ? ?
ବୋଧହୁଏ ଦୁଷ୍ଟାମି ପଣ
ବଢ଼ି ଯାଇଥିଲା...
ଯୋଉଥି ପାଇଁ ଛାଡ଼ିଦେଲ
ଅନ୍ଧାର ପଥରେ...
ଏମିତି ଯଦି କରିବାର ଥିଲା
କାହିଁକି ମାରି ନ ଦେଲ
ଏନ୍ତୁଡ଼ିଶାଳରେ...
ଛାଡ଼ିଦେଲ ଜଳିବା ପାଇଁ
ମହଣ ମହଣ ଅଗ୍ନିର
ପ୍ରକୋପ ଜ୍ଵାଳାରେ...
କରମକୂଳ କେନ୍ଦ୍ରାପଡ଼ା
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।