ନିବେଦିତା ମହାପାତ୍ର
~~~~~^^^^~~~~~
ପାପୁ ଆମର ଭାରି ସୁଧାର
ମୋବାଇଲରେ ତା'ର ଆଦର
ଖାଇବା ପିଇବା ଯାଏ ଭୁଲି
ଖେଳୁଥାଏ ସଦା ତାକୁ ଧରି ॥
ବୁଝେଇଲେ ବି ବୁଝେନି ଜମା
ନ ମିଳିଲେ କରେ କେତେ ଡ୍ରାମା
ପାଦ ତଳେ ପୁଣି ପଡିଯାଇ
କାନ୍ଦୁଥାଏ ସେ ବିକଳ ହୋଇ ॥
କହିଲେ ବାପା ଦିନେ ବୁଝାଇ
ମୋବାଇଲ ଛାଡ ସୁନା ହୋଇ
ବାପାଙ୍କୁ ସେ ତ ଦେଲା ବୁଝେଇ
ତୁମ ପ୍ରଭାବ ପଡେ ମୋ' ଠେଇଁ ॥
କହି ଦେବାଟା ଭାରି ସହଜ
ହେଲେ କରିବା ଲାଗଇ କଷ୍ଟ
କହିବା ଆଗରୁ କରିବାକୁ
ଶିଖାଇଛନ୍ତି ମିସ୍ ଆମକୁ ॥
ସାହିତ୍ୟ ବହିରେ ଅଛି ଲେଖା
ଗାନ୍ଧିଜୀ ଦେଇଥିଲେ ବାରତା
କହିବା ଆଗରୁ କିଛି କାହାକୁ
କରି ଦେଖାଇବା ଆଗେ ତାକୁ ॥
ବଡ଼ ମାନଙ୍କ କାର୍ଯ୍ୟକୁ ଦେଖି
ପିଲାମାନେ ସବୁ ଶିଖିଥା'ନ୍ତି
ତମେ ତ ଦେଖୁଛ ନିତି ନିତି
କାହିଁକି ଅବା ମୁଁ ଛାଡି ଦେବି ॥
ପାପୁ କଥାକୁ ସଭିଏଁ ଶୁଣି
ବିଚାର କରିଲେ ମନେ ପୁଣି
ଏ କଥାରେ ହେଲେ ଏକମତ
କହିବା କଥାଟି ତା'ର ସତ୍ୟ ॥
ମୁକୁନ୍ଦ ମିଶ୍ର ନଗର - ପୁରୀ
ଜୟ ସାହିତ୍ୟ, ଜୟ ସମାଜ
~~~~~^^^^~~~~~
ପାପୁ ଆମର ଭାରି ସୁଧାର
ମୋବାଇଲରେ ତା'ର ଆଦର
ଖାଇବା ପିଇବା ଯାଏ ଭୁଲି
ଖେଳୁଥାଏ ସଦା ତାକୁ ଧରି ॥
ବୁଝେଇଲେ ବି ବୁଝେନି ଜମା
ନ ମିଳିଲେ କରେ କେତେ ଡ୍ରାମା
ପାଦ ତଳେ ପୁଣି ପଡିଯାଇ
କାନ୍ଦୁଥାଏ ସେ ବିକଳ ହୋଇ ॥
କହିଲେ ବାପା ଦିନେ ବୁଝାଇ
ମୋବାଇଲ ଛାଡ ସୁନା ହୋଇ
ବାପାଙ୍କୁ ସେ ତ ଦେଲା ବୁଝେଇ
ତୁମ ପ୍ରଭାବ ପଡେ ମୋ' ଠେଇଁ ॥
କହି ଦେବାଟା ଭାରି ସହଜ
ହେଲେ କରିବା ଲାଗଇ କଷ୍ଟ
କହିବା ଆଗରୁ କରିବାକୁ
ଶିଖାଇଛନ୍ତି ମିସ୍ ଆମକୁ ॥
ସାହିତ୍ୟ ବହିରେ ଅଛି ଲେଖା
ଗାନ୍ଧିଜୀ ଦେଇଥିଲେ ବାରତା
କହିବା ଆଗରୁ କିଛି କାହାକୁ
କରି ଦେଖାଇବା ଆଗେ ତାକୁ ॥
ବଡ଼ ମାନଙ୍କ କାର୍ଯ୍ୟକୁ ଦେଖି
ପିଲାମାନେ ସବୁ ଶିଖିଥା'ନ୍ତି
ତମେ ତ ଦେଖୁଛ ନିତି ନିତି
କାହିଁକି ଅବା ମୁଁ ଛାଡି ଦେବି ॥
ପାପୁ କଥାକୁ ସଭିଏଁ ଶୁଣି
ବିଚାର କରିଲେ ମନେ ପୁଣି
ଏ କଥାରେ ହେଲେ ଏକମତ
କହିବା କଥାଟି ତା'ର ସତ୍ୟ ॥
ମୁକୁନ୍ଦ ମିଶ୍ର ନଗର - ପୁରୀ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।