ସନ୍ଦୀପା ମହାପାତ୍ର

ଯାହର ଧର୍ମ ଅନ୍ଯକୁ ଖୁସି ଦେବା
ଛୋଟ -ବଡ଼ , ଧନୀ-ଗରିବ
ସେ ଦେଖେ ନାହିଁ କିଛି
ସଭିଙ୍କୁ ଦିଏ ପବନ ।
ତାହାରି ଥଣ୍ଡା ପବନ ଖାଇ
ସଭିଙ୍କ ମନ ହୁଏ ଆନମନା
ଦିନ -ରାତି ଚବିଶି ଘଣ୍ଟା
ନିଜେ କଷ୍ଟ ପାଇ ଅନ୍ଯକୁ ଦିଏ ଅମାପ ଖୁସି
ସେଥିରେ ସେ ପାଏ ଅହେତୁକ ଆନନ୍ଦ ।

ସେ କେବେ ଭାବି ନାହିଁ
ତା' ନିଜ ଖୁସି କଥା
ସଦାସର୍ବଦା ଅନ୍ଯର ଖୁସିରେ
ସେ ରହେ ଜଡ଼ିତ
ନାଁଟି ତା'ର ପଙ୍ଖା ।
ଏ ମଣିଷ କିନ୍ତୁ ସ୍ବାର୍ଥପର
ସବୁବେଳେ ନିଜର ଖୁସି ଦେଖେ
କେବେ ଭାବେ ନାହିଁ
ନିଃସ୍ବାର୍ଥୀ ପଙ୍ଖାର କଥା ।
ମଣିଷ ଯେମିତି ହୁଅନ୍ତି ହାଲିଆ
ପଙ୍ଖା ବି ସେମିତି ହୁଏ ହାଲିଆ ;
ମଣିଷ ଆଉ ପଙ୍ଖା ଭିତରେ
ଏହା ହେଉଛି ପାର୍ଥକ୍ଯ ।
ମଣିଷ କହିପାରେ ତା' ଦୁଃଖ କଷ୍ଟ
ପଙ୍ଖା କହି ପାରେ ନାହିଁ ତା' ଦୁଃଖ
ସବୁ ଦୁଃଖ କଷ୍ଟକୁ ସେ
ସହିଯାଏ ମୁଣ୍ଡ ପାତି
ଏ ମଣିଷ ଜାତିର ଖୁସି ପାଇଁ ।
ଏ ମଣିଷ କେବେ ବୁଝେ ନାହିଁ
ପଙ୍ଖାର କଥା.....
ଯେବେ ହୁଏ ସେ ଅଦରକାରୀ
ତେବେ ମନେହୁଏ ସେ ଦରକାରୀ ବୋଲି ।
(((କେନ୍ଦ୍ରାପଡା)))
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।