3/01/2020

ତୁମେ ଆଉଥରେ ଜନ୍ମ ନିଅ

ରୀତା ଅପରାଜିତା ମହାନ୍ତି 
ମରୁଭୂମିର ମରୁବାଲି ପରି ତପ୍ତ ଉତପ୍ତ
 ମନ ହୁ ହୁ ହୋଇ ଜଳେ.....
ଆମ ଆକାଶ ପୃଥିବୀ ସବୁ ଜଳି ଗଲାଣି .......। 
ବନ ପୋଡି ଗଲେ ସମସ୍ତେ ଜାଣନ୍ତି 
ମନ ପୋଡିଗଲେ କେହି ଜାଣେନି
ହାରି ଯାଇଥିବା ଆମ ମନଟା 
ନିରବରେ ଗୁମୁରି କାନ୍ଦେ ।
ଏଇ ତ ଜୀବନର ରହସ୍ୟ 
ମନର ପ୍ରକୃତ ସ୍ବରୂପ କ'ଣ 
ଆଜି ଯାଏଁ ବୁଝି ପାରିନି ଏ ମାନବ ସମାଜ ।

ନିଜର ବାହ୍ୟ ଆଡ଼ମ୍ବରରେ

ଆଜିର ମାନବ ସମାଜ ଭାସିଯାଏ ।
ସେ ନିଜେ ହିଁ ନିଜ ଅନ୍ତର ବ୍ୟଥା ବେଦନା ବୁଝି ପାରେନା
ମଣିଷ ଅନ୍ତରରେ ଥିବା ଦେବତାର ଛବି 
ଆସ୍ତେ ଆସ୍ତେ ଲିଭି ଆସିଲାଣି
ସେଥିରେ ଅଙ୍କା ନାନା ପ୍ରକାର କିମ୍ଭୁତ -କିମ୍ଭାକାର ଛବି ।
ଆଜିର ମଣିଷ ପଥ ଭ୍ରଷ୍ଟ ହେଇ ସୁନା ହରିଣ ପଛରେ ଧାଉଁଛି
ନିଜ ଅନ୍ତରର କସ୍ତୁରୀ ମୃଗ ବିଷୟରେ ସମ୍ପୁର୍ଣ୍ଣ ଅଜ୍ଞ ହେଇ 
ଏଣେ ତେଣେ ଖୋଜି ବୁଲୁଛି ଜୀବନର ସୁରଭି
ତାକୁ ପୁଣି ଜ୍ଞାନର ବାର୍ତ୍ତା ଦେବାକୁ 
ତୁମେ କେଉଁ ରୂପରେ ଆସିବ ପ୍ରଭୁ .....?????
ରାମ,କୃଷ୍ଣ,ଗୌତମ ବୁଦ୍ଧ ,ଶିରିଡି ସାଇ ନା ଆଉ କେଉଁ ରୂପରେ ?
ପ୍ରଭୁ ତୁମେ ଥରେ ଆସ 
ଏ ପଥଭ୍ରଷ୍ଟ ମାନବର ଅନ୍ତରକୁ 
ଦେଖାଅ ଆଲୋକର ବର୍ଣ୍ଣlଳି
ପ୍ରଭୁ ତୁମ ହାତରେ ସବୁ ନ୍ୟସ୍ତ 
ତଥାପି କାହିଁକି ହୁଏ କଂସ ପରି ପାପୀର ଜନ୍ମ ..???
କାହିଁକି ହୁଏ ମହାଭାରତ ପରି 
ବିଶାଳ ଭୟlଭୟ ଯୁଦ୍ଧ ,...........? 
ତମେ କଣ ଟିକେ ଆକଟ କରି ପାରିନଥା'ନ୍ତ ...? 
ତୁମକୁ ଏତେ ସବୁ ଅବାନ୍ତର ପ୍ରଶ୍ନ ମାନେ କିଛି ନାହିଁ ।
ଆମେ ସବୁ ଆଧୁନିକ ଯନ୍ତ୍ର ଚାଳିତ ମଣିଷ
ଆମ ଭିତରରୁ ସରଳତା,ଭକ୍ତି ଭାବ ଆଉ ନାହିଁ ।
ଦୁନିଆର ବାହ୍ୟ ଆଡ଼ମ୍ବର ଦେଖି
ଆମ ଆଖି ଆଜି ଜଳକା
ସ୍ୱୟଂ ଭଗବାନ ଆସି
ଆମ ଚକ୍ଷୁ ସମ୍ମୁଖରେ ଠିଆ ହେଲେ 
ତଥାପି ଆମର ବିଶ୍ୱାସ ହୁଏନି 
ସବୁ କଥାରେ ଆମେ ଖୋଜୁ ପ୍ରମାଣ
ତେଣୁ ପ୍ରଭୁ ତୁମେ ବାରମ୍ବାର ଆସି 
ଫେରିଯାଅ ଆମ ଦ୍ୱାର ସମ୍ମୁଖରୁ
ତଥାପି ଏ ମର୍ତ୍ତ୍ୟ ମାନବର ଜ୍ଞାନ ଚକ୍ଷୁ ଖୋଲିବାକୁ
ତା' ଅନ୍ତର ଶୁଦ୍ଧିକଣ କରିବାକୁ 
ପ୍ରଭୁ ତୁମେ ଆଉଥରେ ଜନ୍ମ ନିଅ ।

ପ୍ଲଟ ନ -୮୩(ସି) ,ଆମ୍ରପଲ୍ଲୀ ,ଭୁବନେଶ୍ୱର -୨୧
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।