3/01/2020

✂✂ନାଁଟି ମୋର କଇଁଚି✂✂

ଅମରଜିତ୍‌ ସାହୁ
ନାଁଟି ମୋର କଇଁଚି
ଦୁନିଆରେ ଯଦି ନଥା'ନ୍ତି ମୁହିଁ
କ'ଣ ହୋଇଥା'ନ୍ତା ଜାଣିଚ ଭାଇ
(କନ୍‌ଫ୍ଯୁଜ୍‌) ଆଉ ତୁମେ ରହିବ ନାହିଁ
ସେ କଥାଟି  ମୁହିଁ ଦଉଚି କହି
ନାଁଟି ମୋର କଇଁଚି....

ଦରଜୀ ମୋହର ଦରଦୀ ବନ୍ଧୁ
ନ ଦେଖିଲେ ମୋତେ ଝରାଏ ସିନ୍ଧୁ,
ସମ୍ପର୍କ ଆମର ଜନ୍ମ ଜନ୍ମର
ପୋଷାକ ତିଆରି କରେ ସେ ବହୁ ସୁନ୍ଦର,
ଯେବେ ଠାରୁ ଆସିଲାଣି ରେଡିମେଡ୍‌ ଡ୍ରେସ୍
ସେବେଠାରୁ ହେଲା ମୋ ଭାଲ୍ଯୁ ଶେଷ୍‌
ନାଁଟି ମୋର କଇଁଚି......

ଜାତି ଭାଇ ମୋର ବାରିକ ପିଲା
ମୋ ବିନୁ ରୁହନ୍ତା କେମିତି ଭଲା,
ବାଳକାଟି ଚାଲେ ସମସ୍ତଙ୍କର
ଖୁସି ଖୁସିରେ ସେ କରେ ରୋଜଗାର,
ଯେବେ ଠାରୁ ଆଣିଲା ମେସିନ୍ ତା'ର
ମୁଁ ହୋଇ ଗଲିଣି ଅଦରକାର
ନାଁଟି ମୋର କଇଁଚି.......

ଚିତ୍ରକାରର ମୁଁ ଅଟେ ପଡୋଶୀ
ସକାଳୁ ଉଠି ଚାହେଁ ମୋତେ ସେ ହସି,
କାଟି ଚାଲିଥାଏ କାଗଜ ସବୁ
ସୁନ୍ଦର ଫୁଲରେ ସଜାଏ ତାକୁ,
ଦୋକାନ, ବଜାରେ ବିକ୍ରୀ କରି
ପେଟ ପୋଷଣ କରେ ସେ ପଇସା ଆଣି
ନାଁଟି ମୋର କଇଁଚି.......

ବିଦ୍ଯୁତ୍‌ ମିସ୍ତ୍ରୀର ମୁଁ ପ୍ରେମିକା ଅଟେ
ଖୁଣ୍ଟରେ ଚଢି ସେ ରସି - ତାର କାଟେ,
ସର୍ବଦା ଥାଏ ମୁଁ ପାଖରେ ତା'ର
ଶ୍ରଦ୍ଧାରେ ଡାକେ ସେ ମୋତେ କଟର,
ସମ୍ପର୍କ ଆମର ସବୁ ଦିନର
ରହିଛି ରହିବ ହୋଇ ଅମର
ନାଁଟି ମୋର କଇଁଚି......

ବଜାରରେ ଆସୁ ମେସିନ୍‌ ଯେତେ
ମୋତେ ଛାଡି ସବୁ ହଇରାଣ ହେବେ,
ଦୋକାନରେ ହଉ ପଇସା ଯେତେ
ସଭିଙ୍କ ଘରେ ପାଇବ ମୋତେ,
ରହିଛି ରହିବି ସଭିଙ୍କ ପାଇଁ
ମୋ' କଥା କହିଲେ ସରିବ ନାହିଁ
ନାଁଟି ମୋର କଇଁଚି
ନାଁଟି ମୋର କଇଁଚି......

ଖନ୍ଦୋଳ , ତିରିଶ , ଜଗତସିଂହପୁର 
୭୫୦୪୫୩୦୧୮୬
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।