ସସ୍ମିତା ସାହୂ
ସତ୍ୟର ସନ୍ଧାନେ ଅଗ୍ରସର ଦିନେ
ସତ୍ୟାଗ୍ରହ ପଠା ଦେଇ |
ହିଂସ୍ରତା ଦମନେ ଅହିଂସାର କାନେ
ମନ୍ତ୍ରଧୂଳି ଫୁଙ୍କି ଦେଇ ||
ପଥଟି ବନ୍ଧୁର ଗହନ ଅନ୍ଧାର
କଣ୍ଟକିତ ଭୂମି ଜାଣି |
ହେଲ ଅଗ୍ରସର ଧନ୍ୟ କର୍ମବୀର
କୋଟି ହୃଦ ଶିରୋମଣି ||
ଜାତିର ଜନକ ଦେଶର ମହକ
ମାତୃଭୂମି ବୀର ପୁତ୍ର |
ତୁମରି ଆହ୍ୱାନ ଶୁଣି ଓଡ୍ର ଜନ
ସତ୍ୟ ହେବ ଚିର ମିତ୍ର ||
ସତ୍ୟର ଆଲୋକେ ଆଲୋକିତ ପଥେ
ଅସତ୍ୟ ତମସା ନାହିଁ |
ଜନ ଗଣ ମନ ମଙ୍ଗଳ ସୃଜନ
ସଂତାପ ରହିବ ନାହିଁ ||
------*****--------
ଥେଣ୍ଟପୁର-ବୀରନରସିଂହପୁର-ପୁରୀ
ଜୟ ସାହିତ୍ୟ, ଜୟ ସମାଜ
ସତ୍ୟର ସନ୍ଧାନେ ଅଗ୍ରସର ଦିନେ
ସତ୍ୟାଗ୍ରହ ପଠା ଦେଇ |
ହିଂସ୍ରତା ଦମନେ ଅହିଂସାର କାନେ
ମନ୍ତ୍ରଧୂଳି ଫୁଙ୍କି ଦେଇ ||
ପଥଟି ବନ୍ଧୁର ଗହନ ଅନ୍ଧାର
କଣ୍ଟକିତ ଭୂମି ଜାଣି |
ହେଲ ଅଗ୍ରସର ଧନ୍ୟ କର୍ମବୀର
କୋଟି ହୃଦ ଶିରୋମଣି ||
ଜାତିର ଜନକ ଦେଶର ମହକ
ମାତୃଭୂମି ବୀର ପୁତ୍ର |
ତୁମରି ଆହ୍ୱାନ ଶୁଣି ଓଡ୍ର ଜନ
ସତ୍ୟ ହେବ ଚିର ମିତ୍ର ||
ସତ୍ୟର ଆଲୋକେ ଆଲୋକିତ ପଥେ
ଅସତ୍ୟ ତମସା ନାହିଁ |
ଜନ ଗଣ ମନ ମଙ୍ଗଳ ସୃଜନ
ସଂତାପ ରହିବ ନାହିଁ ||
------*****--------
ଥେଣ୍ଟପୁର-ବୀରନରସିଂହପୁର-ପୁରୀ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।