ବୈଜୟନ୍ତୀ ସାହୁ
***********
କୋଟି ଭାରତୀୟ କଣ୍ଠେ ନିନାଦିତ
ଅବ୍ଦୁଲ୍ କାଲାମ ନାମ
ଜୈନୁଲବେଦିନ,ଆସିଆମ୍ମା କୋଳେ
ନେଇଥିଲ ତୁମେ ଜନମ ।
ହେମହାନାୟକ ଗବେଷଣାରତ
ଜାଣ ନାହିଁ ଦିନରାତି
କର୍ମ କରିଥିଲେ ମଜୁରିତ ଥୁଆ
ହେଲ ତୁମେ ରାଷ୍ଟ୍ରପତି ।
ସ୍ବଣ୍ଣ ପ୍ରସବିନୀ ଭାରତ ମଥାକୁ
ଉଚ୍ଚ କରିବାର ପାଇଁ
ତୁମ ଯାଦୁଗରି ବୁଦ୍ଧିର ଖେଳରେ
ବିଶ୍ବେ ପରିଚିତ ଦେଇ ।
ଭାବ ଓ ଭାବନା ଚିନ୍ତା ଓ ଚେତନା
ବିଜୟର ପଦଧ୍ବନୀ
ଭାରତ ମାଟିରେ ଗର୍ବ ଓ ଗୌରବ
ଅଣୁ,ପରମାଣୁ ସନ୍ଧାନୀ ।
ସରଳ ଜୀବନ ଉଚ୍ଚ ଚିନ୍ତାଧାରା
ଚିର କୁମାରଟି ରହି
ଅସୀମ ଆଶାକୁ ପୂରା କରିବାକୁ
ସମୟ ତ ଅଣ୍ଟେ ନାହିଁ ।
ବିଜ୍ଞାନଗାରରେ ଦୀପାଳିରେ ଜାଳି
ଜୀବନ ସଳିତା ସ୍ବପ୍ନ
ଜ୍ଞାନବଳେ ଦେଲ ଅତୁଲ୍ଯ ଭାରତ
ତୁମେ ବୈଜ୍ଞାନିକ ରତ୍ନ ।
ମହାନ ସ୍ରଷ୍ଟାଙ୍କ ଅମର ଆତ୍ମାଟି
ଆକାଶେ ଚାନ୍ଦିନୀ ସାଜି
ଚିରନ୍ତନ ସତ୍ୟ ଧ୍ବଜାଧାରୀ ତୁମେ
କଢାଉଛ ବାଟ ଆଜି ।
ନରସିଂହପୁର,ଶ୍ରୀରାମନଗର
ପିପିଲ,ପୁରୀ ।
ଜୟ ସାହିତ୍ୟ, ଜୟ ସମାଜ
***********
କୋଟି ଭାରତୀୟ କଣ୍ଠେ ନିନାଦିତ
ଅବ୍ଦୁଲ୍ କାଲାମ ନାମ
ଜୈନୁଲବେଦିନ,ଆସିଆମ୍ମା କୋଳେ
ନେଇଥିଲ ତୁମେ ଜନମ ।
ହେମହାନାୟକ ଗବେଷଣାରତ
ଜାଣ ନାହିଁ ଦିନରାତି
କର୍ମ କରିଥିଲେ ମଜୁରିତ ଥୁଆ
ହେଲ ତୁମେ ରାଷ୍ଟ୍ରପତି ।
ସ୍ବଣ୍ଣ ପ୍ରସବିନୀ ଭାରତ ମଥାକୁ
ଉଚ୍ଚ କରିବାର ପାଇଁ
ତୁମ ଯାଦୁଗରି ବୁଦ୍ଧିର ଖେଳରେ
ବିଶ୍ବେ ପରିଚିତ ଦେଇ ।
ଭାବ ଓ ଭାବନା ଚିନ୍ତା ଓ ଚେତନା
ବିଜୟର ପଦଧ୍ବନୀ
ଭାରତ ମାଟିରେ ଗର୍ବ ଓ ଗୌରବ
ଅଣୁ,ପରମାଣୁ ସନ୍ଧାନୀ ।
ସରଳ ଜୀବନ ଉଚ୍ଚ ଚିନ୍ତାଧାରା
ଚିର କୁମାରଟି ରହି
ଅସୀମ ଆଶାକୁ ପୂରା କରିବାକୁ
ସମୟ ତ ଅଣ୍ଟେ ନାହିଁ ।
ବିଜ୍ଞାନଗାରରେ ଦୀପାଳିରେ ଜାଳି
ଜୀବନ ସଳିତା ସ୍ବପ୍ନ
ଜ୍ଞାନବଳେ ଦେଲ ଅତୁଲ୍ଯ ଭାରତ
ତୁମେ ବୈଜ୍ଞାନିକ ରତ୍ନ ।
ମହାନ ସ୍ରଷ୍ଟାଙ୍କ ଅମର ଆତ୍ମାଟି
ଆକାଶେ ଚାନ୍ଦିନୀ ସାଜି
ଚିରନ୍ତନ ସତ୍ୟ ଧ୍ବଜାଧାରୀ ତୁମେ
କଢାଉଛ ବାଟ ଆଜି ।
ନରସିଂହପୁର,ଶ୍ରୀରାମନଗର
ପିପିଲ,ପୁରୀ ।
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।