3/01/2020

🔥 ସ୍ମୃତି 🔥

ରାଜେଶ ମୁଣ୍ଡ
ସ୍ବପ୍ନଭୁକ୍ ଅମାନିଆ ଅବୋଧ ଯୁବକ
ପାଦତଳେ ଜଳୁଅଛି ଯଉବନ
ଅକୁହା ଅତୀତ ଅବା ଦେହର ଚୁମ୍ବକ
ସାମ୍ନାରେ ସୀମାହୀନ ବଡଦାଣ୍ଡ କ୍ଷୁଧାତୁର
ଭାରାକ୍ରାନ୍ତ ଭବିଷ୍ୟତ ଉଡ଼େ ନେତ ହୋଇ
ପଶ୍ଚାତାପର ବର୍ତ୍ତିକାରେ ବର୍ତ୍ତମାନର ଆକୁଳ ଚିତ୍କାର ।

ତେବେ ବି ତ ଓଷ୍ଠଧାରେ ଗାଉଅଛ

ଶିଉଳି ଲଗା ସ୍ମୃତିକୁ
କଳା ମେଘ ଯେବେ ଆସେ ପାରିଧିରେ
ହୃଦ ବଗିଚାରେ ।
ନାଚିବାକୁ ଚାହଁ ମୟୂରୀ ହୋଇ
ପାଦ ସିଝିଗଲା ପରେ
ଅପରାହ୍ଣ ଛାତିର ତତଲା ବାଲିରେ ।

ଅବୟବେ ଅସୁମାରି ସ୍ୱପ୍ନର ବାସନା

ଚିରା ସାର୍ଟ ପକେଟ ଉଡୁଥାଏ ଫରଫର
ଯହିଁରେ ଅଙ୍କା ତୁମ ଦେହ ଉଲଗ୍ନ ।
ବ୍ୟଗ୍ରହୁଏ ଶୃଙ୍ଖଳାର ଶଙ୍ଖୁଳିରେ ବନ୍ଧା ମନ
ଗହନ କେଶରୁ ଆସେ ସମ୍ମୋହିତ ସ୍ୱପ୍ନର ଇଶାରା
ମୃଗୁଣୀ ଆଖିରୁ  ଝରଝର ଲୋତକ
ଲୋଚାକୋଚା ବିଛଣାରେ ଜର୍ଜରିତ ଜାତକ ।


ଯୌବନର ରକ୍ଷା କବଚ ଉଭାନ ହୁଏ ଅନ୍ଧାରରେ

ମଧ୍ୟାହ୍ନ ପବନେ ଥରୁଥାଏ ତୁମ ଅପାଙ୍ଗ,
ଫୁଲପରି ଝରିଯାଏ ରାତି, ବିଛଣାରେ
ବୟସର ଚୌକିଦାର କରୁଥାଏ ବ୍ୟଙ୍ଗ
ସମୟ ହସୁଥାଏ ମହାବଳୀ ବୃକୋଦର ସାଜି
ସେଇ କ୍ଷଣିକ କ୍ଷଣେ ଖାଲି ଶୁଏ
ପଥର ପରି ସ୍ମୃତିର ଶେଯରେ ।  
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।