❤ରଙ୍କନିଧି ସେଠୀ❤
ମୁଁ ସମ୍ପର୍କ କହୁଛି.....ସମ୍ପର୍କ କୁହୁଳି କୁହୁଳି ଜଳୁଛି
କାମନା,ବାସନାର ନିଆଁରେ
ପାପୀର ଆତ୍ମବଡିମାର ଅଗ୍ନିରେ
ଏଠି ସମ୍ପର୍କର ଅନଳରେ କ୍ଳୀଣ୍ୟମାନ ହୃଦୟ ଜଳୁଛି
ନା ଲିଭେଇ ପାରୁଛି ନା ଲିଭିବାକୁ ଦେଉଛି.....
ମୁଁ ସମ୍ପର୍କ କହୁଛି.....
ସମ୍ପର୍କର କୁରୁସଭାରେ
ଭୀଷ୍ମ ପିତାମହମାନେ ଆଖିରେ
ଅନ୍ଧ ପୁଟୁଳି ବାନ୍ଧି ନିରବ ଦ୍ରଷ୍ଟାଏଠି ଭୀଷ୍ମ ପ୍ରତିଜ୍ଞା ମୂଲ୍ୟହୀନ
ଧନୁର୍ଦ୍ଧର ଅର୍ଜୁନଙ୍କ ଗାଣ୍ଡୀବ ଲକ୍ଷ୍ୟହୀନ
ପିତା - ମାତା ମାନେ ଧୃତରାଷ୍ଟ୍ର ଓ ଗାନ୍ଧାରୀ ହୋଇ
ମୁକସାକ୍ଷୀ ସାଜିଛନ୍ତି .....
ମୁଁ ସମ୍ପର୍କ କହୁଛି.....
ସମ୍ପର୍କ ଏଠି ସମ୍ପର୍କକୁ ହତ୍ୟା କରୁଛି
ରକ୍ତ ରକ୍ତକୁ ବଳାତ୍କାର କରି ଚାଲୁଛି
କାମୁକ କୌରବ ବଂଶଗଣ
ଭବ୍ୟ ସମାଜର ବସ୍ତ୍ର ହରଣରେ ବ୍ୟସ୍ତ
ଏଠି ବ୍ୟାଧ ସାଜି ନିଜେ ନିଜକୁ ଶିକାର କରି
ନିଜ ମାଂସ ନିଜେ ଭକ୍ଷଣ କରୁଛି.....
ମୁଁ ସମ୍ପର୍କ କହୁଛି.....
ଜୀବନ ଉପଭୋଗ ଲାଳସାରେ
ସମସ୍ତେ , ପାପର ସାମ୍ରାଜ୍ୟର ଚକ୍ରବର୍ତ୍ତୀ
ନା,ଅଛି ଦଣ୍ଡ ବିଧାନର ବ୍ୟବସ୍ଥା
ନା,ପ୍ରତିବାଦ/ପ୍ରତିରୋଧ କରିବାର ସତ୍ ସାହାସ
କେହି ନୁହନ୍ତି ଦଣ୍ଡ ପାଇଁ ଭୟଭୀତ
ନା ବିଶୃଙ୍ଖଳା ପାଇଁ ବିବ୍ରତ
ଏଠି ଅନ୍ଧାରି ମୁଲକର ରାଜୁତି ଚାଲିଛି.....
ମୁଁ ସମ୍ପର୍କ କହୁଛି.....
ରାଉରକେଲା
ମୋ୯୩୩୭୨୫୦୫୭୨
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।