3/01/2020

ଦୀପ ନୁହେଁ ତୁ ଉଜ୍ଜ୍ବଳ ବତୀ

ଆନନ୍ଦ ସାଗରିଆ
ଦୀପ ନୁହେଁ ତୁ ଉଜ୍ଜ୍ବଳ ବତୀ
ଧରିଛୁ ତୁ ମହାକାଳୀ ରୂପି
ପାପୀ ସଂହାର ପାଇଁ
ମର୍ତ୍ତ୍ଯରେ ନେଇଛୁ ତୁ ଜନମି ।।

ଦୀପ ନୁହେଁ ତୁ ତାରକା ବତୀ

ପ୍ରଭାତେ ଅସ୍ତ ହୋଇ 
ଦିବସେ ଦେଖାଉ ତୁ ରବି ପ୍ରଖର ।।

ଦୀପ ନୁହେଁ ତୁ ଚଂଚାଳାବତୀ

ସଭିଙ୍କ ଘରକୁ ତୁ କରୁ ହସଖୁସି
କେତେବେଳେ ଖଣ୍ଡ ବିଖଣ୍ଡ କରି ଦେଇ
ଉଡିଯାଉ ଅପେରା ପକ୍ଷୀ ପରି ।।

ଦୀପ ନୁହେଁ ତୁ ଦୁଃଖୀର ସାଥି

ବାଣ ଧରେଇ କରୁ ତୁ 
ସଭିଙ୍କ ମନରେ ଆନନ୍ଦ ଉଲ୍ଲାସି ।।

ଦୀପ ନୁହେଁ ତୁ ଚାନ୍ଦିନୀ ରାତି

ଚାତକ ଚାତକୀକୁ କରୁ ଏକାଠି
ବିରହ ଯନ୍ତ୍ରଣା ଦେଇ
ଭାଙ୍ଗି ଦଉ ସୁଖୀର ନଗରି ।।

ଦୀପ ନୁହେଁ ତୁ ମାଟିର ବତୀ

ସବୁ ପୂଜାରେ ରହୁ ତୁ ଘର କରି
କାଦୁଅ ମାଟିରେ ଗଢଣ ତୋ କାଂଚି
ଦିଶେ କେତେ ରଙ୍ଗ ବିରଙ୍ଗ ଫୁଲ ପରି ।।

ଇତିହାସେ ପ୍ରସିଦ୍ଧ ତୋ' ଦୀପାଳୀ

ମର୍ଯ୍ଯାଦା ପୁରୁଷ ଶ୍ରୀରାମଚନ୍ଦ୍ର
କରି ରାବଣ ନିଧନ 
ଜନକ ନନ୍ଦନୀ ସୀତା ସହ କରନ୍ତି ପ୍ରତ୍ଯାବର୍ତ୍ତନ 
ଅଯୋଧ୍ଯା ବାସୀ କରନ୍ତି ଦୀପାଳୀ ଆଲିଙ୍ଗନ ।।

ଦୀପ ନୁହେଁ ତୁ ମ୍ରୁତ୍ଯୁର ପ୍ରତୀକ

ବାଣ ଫୁଟାରେ ଛିଣ୍ଡି ଯାଏ 
କେତେ ଲୋକଙ୍କ ହାତ ଖଣ୍ଡକ ।।

ଦୀପ ନୁହେଁ ତୁ ପ୍ରଦୂଷକ

ବାଣର ଗର୍ଜନେ ଆକାଶ କମ୍ପିତ 
ଟଳମଳ ହୋଇ ଉଠେ ତିନି ପୁର
ସବୁ ଆଡେ ଲାଗିରହି ଶବ୍ଦ ପ୍ରଦୂଷକ ।।

ଦୀପ ନୁହେଁ ତୁ ଦୁଖର ଦାୟିନୀ

ତଥାପି କେହି ତତେ ପର ନ କରନ୍ତି
ସବୁ ସହ୍ଯ କରି ଆପଣେଇ ନେଇ 
ଖୁସିରେ ଘରେ ଘରେ ପାଳନ୍ତି ଦୀପ ଜାଳୀ ।।

ଦୀପ ନୁହେଁ ତୁ ଆନନ୍ଦ ଦାୟିନି

ଖୁସିରେ ଜଣାଏ 
ସମସ୍ତଙ୍କୁ ଶୁଭ ଦୀପାବଳୀ ।।

ମୁଠାବାଲି (କନ୍ଧମାଳ)
ଦୂରଭାଷା -୯୦୭୮୨୩୪୧୦୬
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।