ସଞ୍ଜୟ କୁମାର ଉପାଧ୍ୟାୟ
ଓଡ଼ିଆ ଭାଷା ନିଜ ଅସ୍ତିତ୍ବ ପାଇଁ,
ତ୍ରାହି,ତ୍ରାହି ଚିତ୍କାର କରୁଛି ।ନିଜ ମାତୃଭାଷାର ସୁରକ୍ଷା ପାଇଁ ସେ,
ନିଜେ ଭାଷା ଆନ୍ଦୋଳନ କରୁଛି ।
ତଥାପି ମୋ' ଓଡ଼ିଶା ହସୁଛି...୨ ।।
ଓଡ଼ିଶା ପିଲା ଓଡ଼ିଆ ଭୁଲି,
ହିନ୍ଦୀ, ଇଂଲିଶ ଗପୁଛି ।
ମାତୃଭୂମି,ମାତୃଭାଷାରେ ମମତା,
କେବଳ ସାହିତ୍ୟ ବହିରେ ରହିଛି ।
ତଥାପି ମୋ' ଓଡ଼ିଶା ହସୁଛି....୨।।
ପୂଜା ଭସାଣିରେ ଅଶ୍ଳୀଳ ଗୀତରେ,
ମାତାଲ ହେଇ ସେ ନାଚୁଛି ।
ନାରୀ ନିର୍ଯାତନାକୁ ବିରୋଦ୍ଧ ଯେ' କରେ,
ସେ ଦ୍ରୌପଦୀ ହରଣ କରୁଛି ।
ତଥାପି ମୋ' ଓଡିଶା ହସୁଛି....୨।।
ରାଜନୀତିର ପଶାପାଲି ଖେଳେ,
ଛବିରାଣୀ ବନ୍ଧା ପଡ଼ିଛି ।
ନର ରାକ୍ଷସକୁ ଦୃଦୟ ଦେଇ,
ନିହାରିକା ବଳି ପଡିଛି ।
ତଥାପି ମୋ' ଓଡିଶା ହସୁଛି....୨।।
ଚିଠି ଦିଆ ପ୍ରେମ ପୁରୁଣା ହେଲାଣି,
ଏବେ ହ୍ଵାଟ୍ସ୍ଆପରେ ଖେଳ ଚାଲିଛି ।
ପାର୍କରେ ଉଡେ ପ୍ରେମ ପକ୍ଷୀ ନିତି,
ନିଷ୍ପାପ ଶିଶୁକୁ ଡ଼ଷ୍ଟବିନରେ ଛାଡି ଯାଉଛି ।
ତଥାପି ମୋ’ଓଡ଼ିଶା ହସୁଛି…୨।।
ପାଇକ ପୁଅର ଖଡ୍ଗ ଆଗରେ,
ଗୋରା ବନ୍ଧୁକ ବି ନଇଁ ଯାଇଛି ।
ପୂର୍ବ ଗୌରବ ପୂର୍ବ ମହିମା,
ଇତିହାସ ହେଇ ଯାଇଛି ।
ତଥାପି ମୋ’ ଓଡ଼ିଶା ହସୁଛି…୨।।
ହେ ପୂର୍ବପୁରୁଷ,ହେ ମହାପୁରୁଷ,
ତୁମେ କାହିଁ ଦେଲ ବଳିଦାନ ।
ତୁମ ବଳିଦାନ ପାଶୋରି ଏ ଜାତି
ହେଇ ଗଲା ସୈତାନ ।।
ମୋ-୭୦୦୮୪୫୬୧୨୯
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।